ARTICLE AD BOX
ୱେଲିଂଟନ୍: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍ରୁ ମହମ୍ମଦ ସିରାଜଙ୍କୁ ବାଦ୍ ଦେବା ନିଷ୍ପତ୍ତି କଷ୍ଟକର ଥିଲା ବୋଲି ୱେଲିଂଟନ୍ ଟେଷ୍ଟ୍ ଅମୀମାଂସିତ ଭାବେ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭାରତୀୟ ଅଧିନାୟକ ଶୁବମନ ଗିଲ୍। ସିରାଜ ମୋର ଜଣେ ଭଲ ବନ୍ଧୁ। ବହୁଦିନ ଧରି ଏକାଠି ଖେଳିଛୁ। ତାଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦେବା କଷ୍ଟକର ଥିଲା।
ମ୍ୟାଚ୍ ପୂର୍ବରୁ ବ୍ୟକ୍ତିଗତ ଭାବେ ସିରାଜଙ୍କ ସହ କଥା ହୋଇ ନିଷ୍ପତ୍ତି ସମ୍ପର୍କରେ ବୁଝାଇଥିଲି। ସିରାଜ ମଧ୍ୟ ବୁଝିଥିଲେ। ବର୍ତ୍ତମାନର ଫର୍ମକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଥିଲା। ପ୍ରତ୍ୟେକ ଖେଳାଳିଙ୍କ ଜୀବନରେ ଏଭଳି ସମୟ ଆସେ। ମୋ ଆଶା ତାଙ୍କର ଜୋରଦାର ପ୍ରତ୍ୟାବର୍ତ୍ତନ ହେବ ବୋଲି ସେ କହିଛନ୍ତି। ସିରାଜଙ୍କୁ ବାଦ୍ ଦେବା ନେଇ ହୋଇଥିବା ରାଜନୈତିକ ବିବାଦ ଉପରେ ସେ କହିଥିଲେ, ଏଥିରେ କୌଣସି ରାଜନୀତି ନାହିଁ। କେବଳ କ୍ରିକେଟ୍ ନୀତି।

32 minutes ago
1


