Shravan Mahotsav at Aradi ଆରଡ଼ିରେ ଶ୍ରାବଣ ମହୋତ୍ସବ, ୨୦ ହଜାରରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମ

1 week ago 5
ARTICLE AD BOX

ଭଦ୍ରକ (ହରିହର ନାୟକ):  ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡ଼ିରେ ଆଜି (ଶ୍ରାବଣ ମାସ ସୋମବାର) ଅନୁଷ୍ଠିତ ହେଉଥିବା ଶ୍ରାବଣୀ ମହୋତ୍ସବ ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ସହସ୍ରାଧିକ ଶ୍ରଦ୍ଧାଳୁ ଓ କାଉଡ଼ିଆ ବ୍ରତଧାରୀଙ୍କ ସମାଗମ ହୋଇଛି। ଏହାକୁ ଦୃଷ୍ଟିରେ ରଖି  ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନର ବନ୍ୟା ପରିସ୍ଥିତି ସତ୍ତ୍ୱେ ଏପର୍ଯ୍ୟନ୍ତ ପ୍ରାୟ ୨୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଇଛି। ତେବେ ସନ୍ଧ୍ୟା ସୁଧା ଶ୍ରଦ୍ଧାଳୁଙ୍କ ସଂଖ୍ୟ। ଆହୁରି ବଢ଼ିବା ସମ୍ଭାବନା ରହିଛି। 

aradi1

ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଶାନ୍ତିଶୃଙ୍ଖଳା, ଭିଡ଼ ନିୟନ୍ତ୍ରଣ ଏବଂ ଟ୍ରାଫିକ ପରିଚାଳନା ପାଇଁ ପୁଲିସର ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ସମ୍ଭାବ୍ୟ ଜରୁରୀ ପରିସ୍ଥିତି ଓ ବନ୍ୟାଜନିତ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫର ୨ଟି ୟୁନିଟ୍‌ର ୭ଟି ଟିମ୍ ସଜାଗ ରହିଛନ୍ତି। ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗର ୨ଟି ଟିମ୍ ଫାୟାର ଟେଣ୍ଡର ସହ ମୁତୟନ ହୋଇଛନ୍ତି।

aradi

ସ୍ୱାସ୍ଥ୍ୟ ସେବା ପାଇଁ ମନ୍ଦିର ପରିସରରେ ଏକ ମେଡିକାଲ୍ ଟିମ୍ ନିୟୋଜିତ ହୋଇଥିବା ବେଳେ ଜରୁରୀକାଳୀନ ରୋଗୀ ପରିବହନ ପାଇଁ ଏକ ଆମ୍ବୁଲାନ୍ସ ମୁତୟନ କରାଯାଇଛି। ଆରଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି।

aradi3

ଶ୍ରଦ୍ଧାଳୁମାନଙ୍କ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନିଃଶୁଳ୍କ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ସୁନିଶ୍ଚିତ କରାଯାଇଛି।

ପ୍ରଶାସନର ପରାମର୍ଶ:
ଯାଜପୁର-ଆରଡ଼ିକୁ ସଂଯୋଗ କରୁଥିବା କଇଁଆଙ୍ଗୋଳା–ଆରଡ଼ି ରାସ୍ତା ବନ୍ୟା କ୍ଷତି ଯୋଗୁଁ ସାମୟିକ ଭାବେ ବନ୍ଦ ରହିଛି। ଏନ୍‌ଏଚ୍-୨୦ କର୍ତ୍ତୃପକ୍ଷ ପକ୍ଷରୁ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଶ୍ରଦ୍ଧାଳୁମାନଙ୍କୁ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି। ସେହିପରି ସୁରକ୍ଷା ଦୃଷ୍ଟିରୁ ସନ୍ଧ୍ୟା ୬ଟା ପରଠାରୁ ସମସ୍ତ ୩ଟି ଘାଟକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ ଏବଂ ଏହାକୁ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.