Shooting: ଆମେରିକାରେ ଭୁଲବଶତଃ ହାଇଦ୍ରାବାଦ ଯୁବକ ନିଜ ଭାଇ ଉପରକୁ ଗୁଳି କଲା

2 hours ago 1
ARTICLE AD BOX

ହାଇଦ୍ରାବାଦ: ଆମେରିକାରେ ଜଣେ ଭାରତୀୟ ଯୁବକ ଭୁଲ୍‌ ବଶତଃ ନିଜ ସାନ ଭାଇ ଉପରକୁ ଗୁଳି କରିଛି, ଯେଉଁଥିରେ ତା’ର ମୃତ୍ୟୁ ହୋଇଛି। ନଭେମ୍ବର ୧୪ ତାରିଖରେ ଆମେରିକାର ନ୍ୟୁୟର୍କର ହିକ୍ସଭିଲରେ ୨୪ ବର୍ଷୀୟ ହାଇଦ୍ରାବାଦ ଯୁବକଙ୍କର ତାଙ୍କ ବଡ଼ ଭାଇଙ୍କ ଗୁଳିରେ ମୃତ୍ୟୁ ଘଟିଛି। ନାସାଉ କାଉଣ୍ଟି ପୁଲିସ ବିଭାଗ ଦ୍ୱାରା ଜାରି ଓ ଏହାର ୱେବସାଇଟରେ ପ୍ରକାଶିତ ଏକ ପ୍ରେସ୍ ରିଲିଜ୍ ଅନୁଯାୟୀ, ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଓ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗ କରାଯାଇଛି।

ପ୍ରକାଶିତ ସୂଚନା ଅନୁଯାୟୀ, ନଭେମ୍ବର ୧୪ ତାରିଖ ରାତି ୧୨ଟା ୧ ସମୟରେ ହିକ୍ସଭିଲର ୪୫୯ ଦକ୍ଷିଣ ବ୍ରଡୱେ ନିକଟରେ ପୁଲିସକୁ ୯୧୧ କଲ୍‌ ଆସିଥିଲା। ମହମ୍ମଦ ଇବ୍ରାହିମ୍ ଅହମ୍ମଦଙ୍କୁ ଏକ ଗାଡ଼ି ଭିତରେ ପିଠିରେ ଗୁଳି ବାଜିଥିବା ଅବସ୍ଥାରେ ପୁଲିସ ପାଇଥିଲା। ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ସାନ ଭାଇ ଲଙ୍ଗ ଆଇଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲେ।

Crime: ନବବଧୂଙ୍କୁ ହତ୍ୟାକରି ଫ୍ୟାନ୍‌ରେ ଝୁଲାଇଦେଲେ: ବ୍ୟାଙ୍କ ମ୍ୟାନେଜର ସ୍ବାମୀଙ୍କ ସମେତ ଶାଶୂ ଓ ଶଶୁର ଗିରଫ

ପୁଲିସ ବିଭାଗ ନଭେମ୍ବର ୧୭ ତାରିଖରେ ଏକ ଅପଡେଟରେ କହିଛି ଯେ, ତଦନ୍ତ ପରେ ଗୁଇନ୍ଦା ଜାଣିବାକୁ ପାଇଛି ଯେ, ଗାଡ଼ିରେ ବସିଥିବାବେଳେ ଇବ୍ରାହିମ୍‌ଙ୍କ ଉପରେ ତାଙ୍କ ଭାଇ ୨୭ ବର୍ଷୀୟ ମହମ୍ମଦ ବଶିର ଅହମ୍ମଦ ଭୁଲବଶତଃ ତାଙ୍କ ପିସ୍ତଲରୁ ଗୁଳି ଚଳାଇ ଦେଇଥିଲେ। ପୁଲିସ ଏହି ଘଟଣାକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିନାହିଁ। ହତ୍ୟା ଅଭିଯୋଗରେ ବଶିରକୁ ଗିରଫ କରାଯାଇଥିଲା ଓ ଦ୍ୱିତୀୟ-ଡିଗ୍ରି ହତ୍ୟା ଓ ଦ୍ୱିତୀୟ-ଡିଗ୍ରି ଅପରାଧିକ ଅସ୍ତ୍ର ରଖିବା ଅଭିଯୋଗରେ ଅଭିଯୁକ୍ତ କରାଯାଇଥିଲା। କୋର୍ଟରେ ହାଜର ହେବା ସମୟରେ ସେ ନିଜକୁ ନିର୍ଦ୍ଦୋଷ ବୋଲି ସ୍ୱୀକାର କରିଥିଲେ ଓ ତାଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.