ARTICLE AD BOX
ସନାତନ ଧର୍ମରେ ଭଗବାନ ଶିବଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଛି। ଶିବ ମନ୍ଦିରରେ ପୂଜା କିମ୍ବା ଆରତି ସମୟରେ ଅନେକ ଭକ୍ତ ତାଳି ବଜାଉଥିବା ଦେଖିବାକୁ ମିଳେ। ତେବେ ଶିବଲିଙ୍ଗ ସାମ୍ନାରେ ତାଳି ବଜାଇବାର ଧାର୍ମିକ ମହତ୍ତ୍ୱ କ’ଣ ଏବଂ କେତେ ଥର ତାଳି ବଜାଇବା ଉଚିତ, ଏହାକୁ ନେଇ ବିଭିନ୍ନ ମାନ୍ୟତା ରହିଛି।
ପୌରାଣିକ ପରମ୍ପରା ଅନୁସାରେ, ମନ୍ଦିରରେ ତାଳି କିମ୍ବା ଘଣ୍ଟି ବଜାଇବାକୁ ଭଗବାନଙ୍କ ସମ୍ମୁଖରେ ନିଜ ଉପସ୍ଥିତି ଜଣାଇବାର ପ୍ରତୀକ ବୋଲି ମନାଯାଏ। ତାଳିର ଧ୍ୱନି ଦ୍ୱାରା ନକାରାତ୍ମକ ଊର୍ଜା ଦୂର ହୋଇ ପରିବେଶରେ ସକାରାତ୍ମକତା ବଢ଼େ ବୋଲି ମଧ୍ୟ ଧାର୍ମିକ ବିଶ୍ୱାସ ରହିଛି।
୩ ଥର ତାଳିର ମହତ୍ତ୍ୱ
ଧାର୍ମିକ ମାନ୍ୟତା ଅନୁସାରେ, ଶିବଲିଙ୍ଗ ସାମ୍ନାରେ ତିନି ଥର ତାଳି ବଜାଇବାର ବିଶେଷ ଅର୍ଥ ରହିଛି। ପ୍ରଥମ ତାଳି ଭଗବାନଙ୍କ ସମ୍ମୁଖରେ ନିଜ ଉପସ୍ଥିତି ଜଣାଇବାର ପ୍ରତୀକ। ଦ୍ୱିତୀୟ ତାଳି ନିଜର ମନୋକାମନା ଭଗବାନଙ୍କ ନିକଟରେ ରଖିବାର ସଙ୍କେତ। ତୃତୀୟ ତାଳି ଭଗବାନଙ୍କ ଚରଣରେ ନିଜକୁ ସମର୍ପଣ ଏବଂ ତାଙ୍କଠାରୁ ସୁରକ୍ଷା ପ୍ରାର୍ଥନାର ପ୍ରତୀକ ବୋଲି ମାନାଯାଏ।
ଭକ୍ତି ସହିତ ମର୍ଯ୍ୟାଦା ରକ୍ଷା କରିବା ମଧ୍ୟ ଆବଶ୍ୟକ। ଶିବଲିଙ୍ଗ ନିକଟରେ ଅତ୍ୟଧିକ ଜୋରରେ ତାଳି ବଜାଇବା କିମ୍ବା ଅଯଥା ଶବ୍ଦ କରିବା ଉଚିତ ନୁହେଁ। ବିଶେଷକରି ଜଳ ଅର୍ପଣ କିମ୍ବା ଏକାନ୍ତ ପୂଜା ସମୟରେ ଶାନ୍ତି ବଜାୟ ରଖିବା ଉଚିତ। ଅନ୍ୟପକ୍ଷରେ, ସାମୂହିକ ଆରତି ସମୟରେ ଭଜନ, ଶଙ୍ଖଧ୍ୱନି ଓ ତାଳି ସହ ଭକ୍ତି ପ୍ରକାଶ କରାଯାଏ।
Elephant Temple: ଦେବାଦେବୀ ନୁହେଁ, ମନ୍ଦିରରେ ପୂଜା ପାଆନ୍ତି ହାତୀ ମୂର୍ତ୍ତି
ତେଣୁ ଶିବ ମନ୍ଦିରରେ ଭକ୍ତି ସମୟରେ ମର୍ଯ୍ୟାଦା ଓ ଶାନ୍ତି ରକ୍ଷା କରିବା ସବୁଠାରୁ ଜରୁରୀ। ଧାର୍ମିକ ମାନ୍ୟତାକୁ ସମ୍ମାନ କରି ମନେ ମନେ ‘ଓଁ ନମଃ ଶିବାୟ’ ଜପ କରିବା ସହ ଶ୍ରଦ୍ଧାର ସହ ପୂଜା କରିବା ଉଚିତ।

4 days ago
5


