Share Market: ଅଶୋଧିତ ତେଲ ବଢ଼ିଲା, ସେନସେକ୍ସ କମିଲା

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ବିଶ୍ବର ଗୁରୁତ୍ବପୂର୍ଣ୍ଣ ଜଳମାର୍ଗ ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଅବରୋଧ କରାଯିବ ଏବଂ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରୁ ୨୦ ପ୍ରତିଶତ ଶୁଳ୍କ ଆଦାୟ କରାଯିବ ବୋଲି ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିବା ପରେ ବିଶ୍ବ ଅର୍ଥନୀତି ଅଧିକ ଅସ୍ଥିର ହୋଇପଡ଼ିଛି। ଏଥିରୁ ଭାରତ ବଜାର୍‌ ବାଦ୍‌ ପଡ଼ିନାହିଁ।

ଅନ୍ତର୍ଜାତୀୟ ବଜାରରେ ଆଜି ଅଶୋଧିତ ତେଲ ଦର ୫ ପ୍ରତିଶତ ବୃଦ୍ଧି ଘଟି ବ୍ୟାରେଲ ପିଛା ୮୭.୩୮ ଡଲାର‌ ହୋଇଛି। ଅନ୍ୟପକ୍ଷରେ ଭାରତର ଷ୍ଟକ ବଜାର ନିମ୍ନମୁଖୀ ହେବା ସହିତ ଟଙ୍କାର ବିନିମୟ ମୂଲ୍ୟ ମଧ୍ୟ ଦୁର୍ବଳ ହୋଇଛି। ସେନସେକ୍ସ ୫୬୧ ପଏଣ୍ଟ ହ୍ରାସ ପାଇ ୭୭,୦୫୪ ପଏଣ୍ଟରେ ବନ୍ଦ ହୋଇଛି।

Oil Prices: ହର୍ମୁଜ୍ ପ୍ରଣାଳୀରେ ପୁଣି ଉତ୍ତେଜନା: ଆମେରିକା-ଇରାନ ମୁହାଁମୁହିଁ ପରେ ତେଲ ଦର ୩% ରୁ ଅଧିକ ବୃଦ୍ଧି ପାଇଲା

ସେହିଭଳି ନିଫ୍‌ଟି ୧୫୯ ପଏଣ୍ଟ ହ୍ରାସ ପାଇ ୨୪,୦୫୩ ପଏଣ୍ଟରେ ରହିଛି। ଟଙ୍କା ମୂଲ୍ୟ ଡଲାର ତୁଳନାରେ ଦୁର୍ବଳ ହୋଇଛି। ବିଦେଶୀ ମୁଦ୍ରା ବିନିମୟ ବଜାରରେ ୧ ଡଲାର ପାଇଁ ୯୬ ଟଙ୍କାରୁ ଅଧିକ ଗଣିବାକୁ ପଡ଼ିଛି। ଟଙ୍କାର ବିନିମୟ ମୂଲ୍ୟ ୬୨ ପଇସା ହ୍ରାସ ଘଟି ୯୬ ଟଙ୍କା ୩୦ ପଇସାରେ ରହିଛି। ଅଶୋଧିତ ତେଲ ଦରବୃଦ୍ଧି ଏବଂ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଫଳରେ ଆଗାମୀ ଦିନରେ ଭାରତର ଅର୍ଥନୀତିକୁ ଏହା ପ୍ରଭାବିତ କରିବ। ଆମଦାନୀ ମହଙ୍ଗା ହେବା ସହିତ ମୁଦ୍ରାସ୍ଥୀତି ମଧ୍ୟ ବଢ଼ିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.