ShakthiSAT: ମିଶନ ଶକ୍ତିସ୍ୟାଟ୍: ୧୦୮ ଦେଶର ଛାତ୍ରୀ ପ୍ରସ୍ତୁତ କଲେ ସାଟେଲାଇଟ୍

1 day ago 3
ARTICLE AD BOX

ନୂଆଦିଲ୍ଲୀ: ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ଆନ୍ତର୍ଜାତୀୟ ସହଯୋଗ କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ବିଶ୍ୱର ୧୦୮ଟି ଦେଶର ଛାତ୍ରୀମାନେ ଏକାଠି ହୋଇ ଏକ କୃତ୍ରିମ ଉପଗ୍ରହ (ସାଟେଲାଇଟ୍) ନିର୍ମାଣ କରିଛନ୍ତି। ''ସ୍ପେସ୍ କିଡ୍ସ ଇଣ୍ଡିଆ''ର ନେତୃତ୍ୱରେ ଚାଲିଥିବା ''ମିଶନ ଶକ୍ତିସ୍ୟାଟ୍''ର ଦ୍ୱିତୀୟ ପର୍ଯ୍ୟାୟ ସଫଳତାର ସହ ଶେଷ ହୋଇଛି। କେବଳ ଛାତ୍ରୀମାନଙ୍କ ଦ୍ୱାରା ନିର୍ମିତ ଏହି ସାଟେଲାଇଟଟି ଭାରତର ''ସ୍ମଲ୍ ସାଟେଲାଇଟ୍ ଲଞ୍ଚ ଭେହିକିଲ୍'' (ଏସ୍ଏସ୍ଏଲଭି) ମାଧ୍ୟମରେ ମହାକାଶକୁ ଉତକ୍ଷେପଣ କରାଯିବ, ଯାହା ବିଶ୍ୱସ୍ତରରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିବାକୁ ଯାଉଛି।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଛାତ୍ରୀମାନଙ୍କ ଦ୍ୱାରା ନିଜେ ପ୍ରସ୍ତୁତ କରାଯାଇଥିବା ''୧୨ୟୁ କ୍ୟୁବସ୍ୟାଟ୍'' ନାମକ ଏକ କମ୍ପାକ୍ଟ ସାଟେଲାଇଟ୍। ପାଠ୍ୟପୁସ୍ତକର ସୀମା ଭିତରୁ ବାହାରି ଛାତ୍ରୀମାନେ ସାଟେଲାଇଟର ଯାନ୍ତ୍ରିକ ଗଠନ, ଇଲେକ୍ଟ୍ରିକାଲ୍ ସଂଯୋଗ, ସୋଲାର ପ୍ୟାନେଲ ସୋଲଡରିଂ, ପାୱାର-ବସ୍ ପ୍ରସ୍ତୁତି ଏବଂ ପେଲୋଡ୍ ଇଣ୍ଟିଗ୍ରେସନ୍ ଭଳି ଜଟିଳ ମହାକାଶ ପ୍ରଯୁକ୍ତିବିଦ୍ୟାର ପ୍ରାକ୍ଟିକାଲ୍ ଅନୁଭୂତି ହାସଲ କରିଛନ୍ତି। ଏହି ମିଶନରେ ଭାରତ, ଲାଟଭିଆ, ମିଶର, ଆମେରିକା, ବ୍ରାଜିଲ, ଅଷ୍ଟ୍ରେଲିଆ, ସ୍ୱିଜରଲ୍ୟାଣ୍ଡ ଏବଂ ଫିଲିପାଇନ୍ସ ଭଳି ବିଭିନ୍ନ ଦେଶର ବୈଜ୍ଞାନିକ ଦଳ ଓ ଅନୁଷ୍ଠାନ ସାମିଲ ହୋଇଛନ୍ତି।

ମିଶରୀୟ ସ୍ପେସ୍ ଏଜେନ୍ସି, ସାଉଥ୍ ଆଲାବାମା ବିଶ୍ୱବିଦ୍ୟାଳୟ, ମ୍ୟାକ୍କୋରୀ ବିଶ୍ୱବିଦ୍ୟାଳୟ, ଇଣ୍ଡିଆନ୍ ଏରୋସ୍ପେସ୍ ୟୁନିଭରସିଟି ଏବଂ ସ୍ପେସ୍ କିଡ୍ସ ଇଣ୍ଡିଆ ଭଳି ପ୍ରମୁଖ ଅନୁଷ୍ଠାନଗୁଡ଼ିକର ସହଯୋଗରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଛି। କେବଳ ଇଞ୍ଜିନିୟରିଂ ନୁହେଁ, ବରଂ ଏହି ମିଶନ୍ ଯୁବ କୂଟନୀତିର ଏକ ବଡ଼ ମାଧ୍ୟମ ଭାବେ ଉଭା ହୋଇଛି, ଯେଉଁଥିରେ ବିଭିନ୍ନ ଦେଶର ମହିଳା ନେତୃବୃନ୍ଦ, ରାଷ୍ଟ୍ରଦୂତ ଏବଂ ପ୍ରତିନିଧିମାନେ ଭାଗ ନେଇଛନ୍ତି। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଏହି ପଦକ୍ଷେପକୁ ସମର୍ଥନ ଜଣାଇଛି। ସାଧାରଣତଃ ଜଟିଳ ଧରାଯାଉଥିବା ଏରୋସ୍ପେସ୍ ଇଞ୍ଜିନିୟରିଂ ଓ ମହାକାଶ ବିଜ୍ଞାନ କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରୀ ବୃଦ୍ଧି କରିବା ଏବଂ ଗବେଷଣାତ୍ମକ ସମ୍ପର୍କ ଗଢ଼ିତୋଳିବା ଏହି ମିଶନର ମୁଖ୍ୟ ଲକ୍ଷ୍ୟ।

ଛାତ୍ରମାନଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ସୁରକ୍ଷା ଦେବାକୁ ନ୍ୟାୟପାଳିକା ପ୍ରତିବଦ୍ଧ: ସିଜେଆଇ ସୂର୍ଯ୍ୟକାନ୍ତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.