Shailabala students: ରାଜନୈତିକ ଦଳଙ୍କ ପ୍ରତି ବିମୁଖ ଶୈଳବାଳା ଛାତ୍ରୀ: ପ୍ରଶ୍ନ କଲେ ବିଶ୍ବବିଦ୍ୟାଳୟ ମାନ୍ୟତା ଲଢ଼େଇରେ କେଉଁଠି ଥିଲ?

1 day ago 1
ARTICLE AD BOX

କଟକ(କାଳୀଚରଣ ରଣଜିତ୍‌): ଛାତ୍ର ସଂସଦ ନିର୍ବାଚନ ପାଇଁ ସରଗରମ ହେଲାଣି କଲେଜ କ୍ୟାମ୍ପସ୍‌। ମହାବିଦ୍ୟାଳୟରୁ ଆରମ୍ଭ କରି କଟକର ସବୁ ବିଶ୍ବବିଦ୍ୟାଳୟରେ ଏବେ ଡେରା ପକେଇଲେଣି ତିନି ପ୍ରମୁଖ ଦଳର ଛାତ୍ର ଓ ଯୁବ ନେତା। କିନ୍ତୁ ଶୈଳବାଳା ମହିଳା ମହାବିଦ୍ୟାଳୟରେ ଏବେ ଛାତ୍ରୀମାନେ ସବୁ ରାଜନୈତିକ ଦଳ ପ୍ରତି ବିମୁଖ। ଶୈଳବାଳା ବିଶ୍ବବିଦ୍ୟାଳୟ ଦାବି ପ୍ରତି ବର୍ତ୍ତମାନ ଶାସନରେ ଥିବା ଏବଂ ପୂର୍ବରୁ ଶାସନରେ ଥିବା ରାଜନୈତିକ ଦଳ ଯେଭଳି ଉଦାସୀନ ରହି ଆସିଛନ୍ତି, ସେହି ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଶୈଳବାଳା କଲେଜର ଛାତ୍ରୀ। ଶୈଳବାଳା ବିଶ୍ୱବିଦ୍ୟାଳୟ ଦାବି ନେଇ ଦୀର୍ଘ ଦିନ ହେବ ଛାତ୍ରୀମାନେ ଆନ୍ଦୋଳନ କରି ଆସୁଛନ୍ତି। କଟକ ସହରର ବୁଦ୍ଧିଜୀବୀ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ଆମେ କଟକିଆ, ଆମେ କହିବା କଟକ କଥା’ ଫୋରମରେ ଏ ପ୍ରସଙ୍ଗରେ ସ୍ବର ଉତ୍ତୋଳନ କରି ଆସିଛନ୍ତି। କିନ୍ତୁ ସରକାର ଏହି ଦାବି ପୂରଣ କରୁନାହାନ୍ତି।  ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏବେ ତିନି ପ୍ରମୁଖ ଦଳ ନିକଟରେ ଶୈଳବାଳା ବିଶ୍ୱବିଦ୍ୟାଳୟ ପ୍ରସଙ୍ଗ ରଖିବେ ବୋଲି ଛାତ୍ରୀମାନେ ଏକମତ ହୋଇଛନ୍ତି।

Protest: ବାରିକେଡ୍ ଉପରକୁ ଚଢ଼ିଗଲେ ରାହୁଲ ଗାନ୍ଧୀ, ଅଭିଷେକ ବାନାର୍ଜୀ

ଏଥିପାଇଁ ଛାତ୍ରୀମାନେ କୌଣସି ରାଜନୈତିକ ଦଳର ସମର୍ଥିତ ପ୍ରାର୍ଥୀଙ୍କୁ ବାଛିବେ ନାହିଁ, ବରଂ ଶୈଳବାଳା ବିଶ୍ୱବିଦ୍ୟାଳୟ ପ୍ରସଙ୍ଗ ନେଇ ଆନ୍ଦୋଳନ ଆରମ୍ଭ କରିଥିବା ଛାତ୍ରୀଙ୍କ ମଧ୍ୟରୁ ସ୍ୱାଧୀନ ଭାବେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଆଗ୍ରହୀ ଛାତ୍ରୀଙ୍କୁ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଶ୍ବବିଦ୍ୟାଳୟ ଦାବି ପ୍ରସଙ୍ଗରୁ ଦୂରେଇ ରହିଥିବା ଛାତ୍ରୀ ଏବେ ନେତ୍ରୀ ହେବା ପାଇଁ ଆସିଲେ ଆମେ ସେମାନଙ୍କୁ ଗ୍ରହଣ କରିବୁ ନାହିଁ ବୋଲି ମଧ୍ୟ କେତେକ ଛାତ୍ରୀ ଘୋଷଣା କରିଛନ୍ତି। ଶୈଳବାଳା ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବିରେ ଦୀର୍ଘ ୧୦୦ ଦିନର ଆନ୍ଦୋଳନ ହୋଇଥିଲା। ଯେଉଁମାନେ ସେ ସମୟରୁ ଆନ୍ଦୋଳନ ସହିତ ଜଡିତ ଅଛନ୍ତି ସେମାନେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢନ୍ତୁ ବୋଲି ସ୍ନାତକୋତ୍ତର ପ୍ରଥମବର୍ଷ ଛାତ୍ରୀ ଆରିଫା ଖାତୁନ କହିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ  ଶୈଳବାଳା ବିଶ୍ୱବିଦ୍ୟାଳୟ ପାଇଁ ଆନ୍ଦୋଳନ ଆରମ୍ଭ ହୋଇଥିଲା ସେତେବେଳେ ଆମକୁ କୌଣସି ରାଜନୈତିକ ଦଳ ସମର୍ଥନ କରୁ ନଥିଲେ। ବର୍ତ୍ତମାନ ନିର୍ବାଚନରେ ଆମେ ସ୍ୱାଧୀନ ପ୍ରାର୍ଥୀ ଛିଡ଼ା କରିବା ପାଇଁ ଚାହୁଁଛୁ। ଯିଏ ଏହି ଆନ୍ଦୋଳନ ଆରମ୍ଭ କରିଥିଲେ ଆମେ ତାଙ୍କୁ ହିଁ ସଭାପତି ଭାବେ ଛିଡ଼ା କରିବା ପାଇଁ ଚାହୁଁଛୁ। 

Protest: ଜ୍ଞାନେଶଙ୍କ ଗିରଫ ଦାବିରେ ଇଣ୍ଡି ମଂଟର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ, ବିକ୍ଷୋଭ

ସେହିଭଳି ସ୍ନାତକୋତ୍ତର ପ୍ରଥମ ବର୍ଷର ଛାତ୍ରୀ ସ୍ନେହଲତା ରାମ କହିଛନ୍ତି, ଆମେ ଏମିତି ନେତ୍ରୀ ଚାହୁଁଛୁ ଯିଏ ଆମ କଲେଜର ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବିକୁ ଜୋରଦାର ପ୍ରସଙ୍ଗ କରି ପାରିବେ। ଯେଉଁମାନେ ଏ ଆନ୍ଦୋଳନ ଆରମ୍ଭ କରିଥିଲେ ସେମାନଙ୍କ ମଧ୍ୟରୁ ଜଣେ ସଭାପତି ହୁଅନ୍ତୁ, ଆମେ କୌଣସି ଦଳର ପ୍ରାର୍ଥୀଙ୍କୁ ଚାହୁଁ ନାହୁଁ ବୋଲି ସ୍ନେହଲତା କହିଛନ୍ତି।
ସୂଚନାଯୋଗ୍ୟ‌, ଦେଶର ଦ୍ବିତୀୟ ତଥା ରାଜ୍ୟର ପ୍ରଥମ ମହିଳା କଲେଜ ଶୈଳବାଳା ମହିଳା ମହାବିଦ୍ୟାଳୟ ୧୯୧୩ରେ ପ୍ରତିଷ୍ଠା ହୋଇଥିଲା। କିନ୍ତୁ ରାଜ୍ୟର ବହୁ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦିଆଯାଇଥିଲେ ବି ଏହି ଐତିହାସିକ ଶିକ୍ଷାନୁଷ୍ଠାନ ନ୍ୟାଯ୍ୟ ଦାବିରୁ ବଞ୍ଚିତ ହୋଇ ଆସିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.