Search Operation: ପୁଞ୍ଛରେ ଭାରତ-ପାକ୍ ସୀମାନ୍ତରେ ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ୍: ନିୟନ୍ତ୍ରଣ ରେଖା ନିକଟରେ କଡ଼ା ସୁରକ୍ଷା ଓ ବ୍ୟାପକ ସର୍ଚ୍ଚ ଅପରେସନ୍

1 hour ago 2
ARTICLE AD BOX

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲ୍ଲା ସ୍ଥିତ ନିୟନ୍ତ୍ରଣ ରେଖା (ଏଲଓସି) ନିକଟବର୍ତ୍ତୀ ଅଞ୍ଚଳରେ ଏକ ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ୍ ଉଡ଼ୁଥିବାର ଦେଖିବାକୁ ମିଳିବା ପରେ ସୁରକ୍ଷା ବାହିନୀ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ମେନ୍ଧର ସେକ୍ଟରର ବାଲାକୋଟ୍ ଅଞ୍ଚଳସ୍ଥିତ ବେହରୁଟି ଗ୍ରାମ ନିକଟରେ ଏହି ଡ୍ରୋନ୍ କାର୍ଯ୍ୟକଳାପ ଦେଖାଯାଇଥିଲା। ଏହି ଡ୍ରୋନଟି ମଙ୍ଗଳନାର-ଡବରୋଟ୍ ଅକ୍ଷ ଆଡ଼କୁ ଗତି କରିବା ପରେ ପୁନର୍ବାର ପାକିସ୍ତାନ ପଟକୁ ଫେରିଯାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଏହି ସନ୍ଦିଗ୍ଧ ଆକାଶମାର୍ଗୀୟ ଗତିବିଧି ପରେ ସୀମାନ୍ତରେ ଥିବା ସେନାବାହିନୀକୁ ହାଇ ଆଲର୍ଟରେ ରଖାଯାଇଛି। 

ହାଇ ଆଲର୍ଟରେ ସୀମାନ୍ତରେ ଥିବା ସେନାବାହିନୀ

ଡ୍ରୋନ୍ ମାଧ୍ୟମରେ ସୀମା ପାରରୁ କୌଣସି ଅସ୍ତ୍ରଶସ୍ତ୍ର କିମ୍ବା ନିଶାଦ୍ରବ୍ୟ ଖସାଯାଇଛି କି ନାହିଁ, ସେ ନେଇ ଯାଞ୍ଚ କରିବା ପାଇଁ ଶନିବାର ସକାଳୁ ପୋଲିସ, ସେନା ଏବଂ ପାରାମିଲିଟାରୀ ଫୋର୍ସ ପକ୍ଷରୁ ମିଳିତ କୋମ୍ବିଂ ଅପରେସନ୍ ଜାରି ରହିଛି। ସୂଚନାଯୋଗ୍ୟ ଯେ, ସନ୍ଦିଗ୍ଧ ଜଙ୍ଗଲୀ ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ନେଇ ଗୋଇନ୍ଦା ସୂଚନା ମିଳିବା ପରେ ଜମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି। ଉଧମପୁର-କଠୁଆ ଜଙ୍ଗଲିଆ ଅଞ୍ଚଳ ସମେତ ରାଜୌରୀର ଗାଇବାସ, ମିଥିୟାନୀ, ମୋଗଲା ଏବଂ ନାର୍ଲା ଅଞ୍ଚଳରେ ମଧ୍ୟ ୨ ଜଣ ସନ୍ଦିଗ୍ଧ ସଶସ୍ତ୍ର ବ୍ୟକ୍ତିଙ୍କୁ ଦେଖିବା ପରେ ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାଉ କରି ଯାଞ୍ଚ ଚଳାଇଛନ୍ତି।

ନେପାଳ ସରକାରଙ୍କ ସହିତ କାମ କରିବାକୁ ଖାର୍ଗେଙ୍କ ଅନୁରୋଧ

Read Entire Article
LEFT SIDEBAR AD

Hidden in mobile, Best for skyscrapers.