ARTICLE AD BOX
ଏହି ଅଭିନବ କଇଁଚିଟିକୁ ଜାପାନରେ ନିର୍ମାଣ କରାଯାଇଛି। ଏହାର ବିଶେଷତ୍ବ ହେଲା ଚିରାଚରିତ ଭାବେ କାଟିବା କାମ ସହିତ ଏହା ଆହୁରି ନଅ ପ୍ରକାର କାମରେ ଉପାଦେୟ ସାବ୍ୟସ୍ତ ହେଉଛି। ବିଶେଷ କରି ପୁନଃଚକ୍ରଣରେ ସହାୟକ ହେବା ପାଇଁ ଏହି କଇଁଚିକୁ ବିକଶିତ କରାଯାଇଛି। ଏହି କଇଁଚି ଦ୍ବାରା ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟକୁ କାଟିବା, ଖୋଲିବା, ଚିରିବା, ଅଲଗା କରିବା ଓ କଣା କରିବା ଖୁବ୍ ସହଜ। ଏହାର ବକ୍ର ଆକାର ତଥା ସ୍ବତନ୍ତ୍ର ଗଢ଼ଣ ଯୋଗୁଁ ପ୍ଲାଷ୍ଟିକ୍ ବୋତଲ କାଟିବା, କାର୍ଡବୋର୍ଡ ଓ କ୍ଷୀର ଡବା ଚିରିବା, ବୋତଲ ଉପରେ ଲାଗିଥିବା ଜରିକୁ ଉଠାଇବା, ବୋତଲର ଠିପିକୁ ଓପାଡ଼ିବା ଆଦି କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରି ହେଉଛି।
Indigo: ଲେହ ବିମାନବନ୍ଦରରେ ହେରୋଇନ ସହ ଗିରଫ ହେଲେ ଇଣ୍ଡିଗୋ ବିମାନ ଯନ୍ତ୍ରୀ
ଏହା ଏକ ଛୁରିର କାମ ମଧ୍ୟ କରିଥାଏ। ଏଥିରେ ଲାଗିଥିବା ଚୁମ୍ବକ ସାହାଯ୍ୟରେ ଷ୍ଟିଲ୍ ଓ ଆଲୁମିନିଅମ୍ କ୍ୟାନ୍କୁ ଅଲଗା କରିହେବ। ପୁଣି ଏହାର ଦୁଇ ଧାରୁଆ ବାହୁରେ ଛୋଟଛୋଟ ବିନ୍ଦୁ ଥିବାରୁ ସେଲୋ ଟେପ୍ ଭଳି ଅଠାଳିଆ ଜିନିଷ କାଟିବା ବେଳେ କଇଁଚିରେ ଲାଖି ରହେ ନାହିଁ। ବଡି ସ୍ପ୍ରେ ଆଦିରୁ ସୁରକ୍ଷିତ ଭାବେ ଗ୍ୟାସ୍ ବାହାର କରିବା ଲାଗି ମଧ୍ୟ ଏହାକୁ ବ୍ୟବହାର କରିହେବ।

5 hours ago
1


