School Students Stage Road Protest ବିଦ୍ୟାଳୟ ସମସ୍ୟାର ତୁରନ୍ତ ସମାଧାନ ଦାବିରେ ରାଜରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ

1 week ago 6
ARTICLE AD BOX

କୁଆମରା: ବିଦ୍ୟାଳୟର ବିଭିନ୍ନ ସମସ୍ୟା, ଛାତ୍ର ଛାତ୍ରୀ ଙ୍କୁ ନିମ୍ନ ମାନର ଖାଦ୍ୟ, ପ୍ରଧାନ ଶିକ୍ଷକଙ୍କ ବଦଳି ଦାବିରେ ଆଜି ଖୁଣ୍ଟା ବ୍ଲକ ବିସିପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଜ୍ୟ ରାଜପଥରେ ଧାରଣା ଦେଇଛନ୍ତି। 

Eklavya School: କୋଠା ହସ୍ତାନ୍ତର ହୋଇପାରୁନି, ପାଠପଢ଼ାରୁ ବଞ୍ଚିତ ୬୦ ଛାତ୍ରଛାତ୍ରୀ

ଆଜି (ସୋମବାର) ପୂର୍ବାହ୍‌ଣ ୧୦ଟାରେ ବିଦ୍ୟାଳୟ ଖୋଲିବାପରେ ଶତାଧିକ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ନଯାଇ ବିଦ୍ୟାଳୟର ସମସ୍ୟା ସମାଧାନ ଦାବିରେ ରାଜରାସ୍ତାରେ ଚାଲିଚାଲି ଜିଲ୍ଲାପାଳଙ୍କୁ ଭେଟିବାକୁ ବାହାରିଥିଲେ। ବିଦ୍ୟାଳୟ ଠାରୁ ପ୍ରାୟ ୮/୧୦ କିଲୋମିଟର ଦୂର ଚାଲିବା ପରେ ଖବର ପାଇ ଶିକ୍ଷା ବିଭାଗ ଓ ପୁଲିସ ପ୍ରଶାସନ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ରାସ୍ତାରେ ଅଟକାଇ ବିଦ୍ୟାଳୟ ନିକଟକୁ ଫେରାଇ ଆଣିଥିଲେ। 

Student Protest: ଝାଡ଼ଖଣ୍ଡ ବିଧାନସଭା ଘେରାଉ: ୬୦୦ ଆନ୍ଦୋଳନକାରୀ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ

ଛାତ୍ରଛାତ୍ରୀ ବିଦ୍ୟାଳୟକୁ ନପଶି ବିଦ୍ୟାଳୟ ସମ୍ମୁଖ ୧୯ ନମ୍ବର ରାଜ୍ୟ ରାଜପଥରେ ଧାରଣାରେ ବସି ରହିଥିଲେ। ଫଳରେ ଉଦଳା - ବାରିପଦା ମୁଖ୍ୟରାସ୍ତା ପ୍ରାୟ ୩ ଘଣ୍ଟା ବନ୍ଦ ରହିବା ସହ ଗାଡ଼ି ଚଳାଚଳ ଠପ୍ ହୋଇଯାଇଥିଲା। ଅଭିବାବକମାନେ ମଧ୍ୟ ପିଲାମାନଙ୍କ ଦାବିକୁ ସମର୍ଥନ ଜଣାଇଥିଲେ। 

ଉକ୍ତ ବିଦ୍ୟାଳୟରେ ୪ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଛାତ୍ର ଓ ଛାତ୍ରୀ ନିବାସରେ ୨୫୦ ଜଣ ଅନ୍ତେବାସୀ ରହୁଥିବାର ଜଣା ପଡ଼ିଛି। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ପ୍ରତ୍ୟହ ସେମାନଙ୍କୁ ମଧ୍ୟାହ୍‌ଣ ଭୋଜନରେ ପୋକରା ଚାଉଳର ଭାତ, ନିମ୍ନମାନର ତରକାରୀ ଦିଆଯାଉଥିଲା। ତତ୍ ସହିତ ପାନୀୟ ଜଳର ସମସ୍ୟା ଦୀର୍ଘଦିନ ଧରି ଲାଗି ରହିଛି। ପ୍ରଧାନଶିକ୍ଷକ ଜଣକ ଅଧିକାଂଶ ସମୟରେ ନିଶାସକ୍ତ ଅବସ୍ଥାରେ ରହୁଛନ୍ତି ଓ ଛାତ୍ରଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି।  

Students Locked School: ଏମଭି -୯ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ: ଉପସ୍ଥାନ ଖାତା ନେଇ ପୂର୍ବତନ ପ୍ରଧାନ ଶିକ୍ଷକ ଛୁ, ମିଳୁନି ସ୍ଥାନାନ୍ତର ପ୍ରମାଣ ପତ୍ର

ଖବର ପାଇ ଉଦଳା ଉପ ଜିଲ୍ଲାପାଳ ପ୍ରଣୟ ରଞ୍ଜନ ବେହେରା, ପିଆଇଟିଡିଏ ଆଶିଷ ମହାପାତ୍ର, ଏଡିଏମ୍ ଦୁଃଖ ବନ୍ଧୁ ନାୟକ, ଡିଡବ୍ଲୁଓ, ବ୍ଲକ ଶିକ୍ଷା ବିଭାଗ ପ୍ରମୁଖ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରିଥିଲେ।  ଦାବି ମୁତାବକ ସମସ୍ୟାର ସମାଧାନ କରିଥିଲେ ଓ ପ୍ରଧାନଶିକ୍ଷକଙ୍କୁ ଆଜି ଠାରୁ ବିଦ୍ୟାଳୟ ନଆସିବାକୁ ନିର୍ଦ୍ଦେଶ ଦେବା ପରେ ଛାତ୍ରଛାତ୍ରୀ ଆନ୍ଦୋଳନରୁ ଓହରି ଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.