Scam: ପଟ୍ଟନାୟକ ବନ୍ଧ ଦୁର୍ନୀତି ପଦାରେ ପଡ଼ିବା ପରେ ଅନ୍ୟ ପ୍ରକଳ୍ପକୁ ନେଇ ଚର୍ଚ୍ଚା

1 hour ago 2
ARTICLE AD BOX

ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ପଟ୍ଟନାୟକ ବନ୍ଧ ପୁନରୁଦ୍ଧାର କାର୍ଯ୍ୟରେ ଦୁର୍ନୀତି ମାମଲାରେ ଭିଜିଲାନ୍ସ ପକ୍ଷରୁ ଗିରଫଦାରି ପରେ ଏବେ ପାରଳା ପୌର ପରିଷଦରେ ପୂର୍ବରୁ କାର୍ଯ୍ୟକାରୀ ହୋଇଥିବା ଅନ୍ୟାନ୍ୟ ସରକାରୀ ପ୍ରକଳ୍ପକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। 

କେବଳ ପଟ୍ଟନାୟକ ବନ୍ଧରେ ନୁହେଁ, ସେହି ସମୟରେ କାର୍ଯ୍ୟକାରୀ ହୋଇଥିବା ଆଉ କେଉଁ କେଉଁ ପ୍ରକଳ୍ପରେ ଅନିୟମିତତା ଘଟିଥିଲା, ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। ଗତ କିଛି ବର୍ଷ ମଧ୍ୟରେ ପୌରପରିଷଦ ଅଧୀନରେ କାର୍ଯ୍ୟକାରୀ ହୋଇଥିବା ଏକାଧିକ ବିକାଶ ମୂଳକ ପ୍ରକଳ୍ପରେ କାର୍ଯ୍ୟର ମାନ, ବିଲ୍ ପାସ୍ ପ୍ରକ୍ରିୟା ଏବଂ ଠିକା କାର୍ଯ୍ୟ ବଣ୍ଟନକୁ ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ଉଠିଥିଲା। ବିଭିନ୍ନ ସମୟରେ କେତେକ ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ବାରମ୍ବାର କାମ ମିଳୁଥିବା ଏବଂ କାର୍ଯ୍ୟର ଗୁଣବତ୍ତାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା। କେତେକ ଅଭିଯୋଗରେ ସମ୍ପୃକ୍ତ ଯନ୍ତ୍ରୀମାନଙ୍କ ଭୂମିକା ଏବଂ ଠିକା କାର୍ଯ୍ୟରେ ସ୍ୱାର୍ଥ ସଂପୃକ୍ତି ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଏହାକୁ ନେଇ ବିଭିନ୍ନ ସ୍ତରରେ ଅଭିଯୋଗପତ୍ର ଦାଖଲ ହେବା ସହ ଗଣମାଧ୍ୟମରେ ମଧ୍ୟ ଏକାଧିକ ରିପୋର୍ଟ ପ୍ରକାଶ ପାଇଥିଲା। 

ତେବେ ସେତେବେଳେ ସେହି ଅଭିଯୋଗଗୁଡ଼ିକର କୌଣସି ତଦନ୍ତ ହୋଇନଥିବା ବେଳେ ଏବେ ପଟ୍ଟନାୟକ ବନ୍ଧ ମାମଲାରେ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ସେହି ସମୟର ଅନ୍ୟାନ୍ୟ ପ୍ରକଳ୍ପର ଫାଇଲ୍, ମେଜରମେଣ୍ଟ ବୁକ୍, ଟେଣ୍ଡର ପ୍ରକ୍ରିୟା ଓ ବିଲ୍ ପ୍ରଦାନ ସମ୍ବନ୍ଧୀୟ ଦସ୍ତାବିଜ ମଧ୍ୟ ଯାଞ୍ଚ ପରିସରକୁ ଆସିପାରେ ବୋଲି ପ୍ରଶାସନିକ ମହଲରେ ଆଲୋଚନା ଚାଲିଛି। ଯଦି ତଦନ୍ତର ପରିସର ବଢ଼େ, ତେବେ ସେହି ସମୟରେ ପ୍ରକଳ୍ପ ସହ ଜଡ଼ିତ ଥିବା ଅନ୍ୟ ଅଧିକାରୀ, ଯନ୍ତ୍ରୀ ଓ ଠିକାଦାରଙ୍କ ଭୂମିକା ମଧ୍ୟ ଯାଞ୍ଚ ହୋଇପାରେ ବୋଲି ଆଲୋଚନା ହେଉଛି। ସୂଚନା ଥାଉକି ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ  ଡି. ଯୁଧିଷ୍ଠିର ପାରଳା ପୌର ପରିଷଦରେ ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ  ଧରି  ରହିବା ସହ  କିଛି ଠିକାଦାର ଅଂଶୀଦାର ହୋଇ ଠିକା କାର୍ଯ୍ୟ କରିଥିବା ଅନ୍ୟ ଠିକାଦାରଙ୍କ ଛାତି ଧଡ ଧଡ ହେଉଛି , ଚର୍ଚ୍ଚା ହେଉଛି ଆଗକୁ କାହାର ପାଳି। 

vigilance: ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନସ୍ପେକ୍ଟର ମୁକେଶ ମିଶ୍ର

ଅନ୍ୟପକ୍ଷରେ ଭିଜିଲାନ୍ସ ର କାର୍ଯ୍ୟାନୁଷ୍ଠାନ କୁ ଅନେକେ ପ୍ରଶଂସା କରୁଥିବା ବେଳେ ଗିରଫ ଯନ୍ତ୍ରୀ ଙ୍କ ସମ୍ପତିର ଯାଞ୍ଚ କରିବାକୁ ଦାବି ହେଉଛି। ପୂର୍ବରୁ ଅଭିଯୋଗ ହୋଇ ଆସୁଥିବା ବିଶେଷ କରି କୋଭିଡ ସମୟରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଏବଂ ସେଗୁଡିକର ତଦନ୍ତ ହେବା ଅବଶ୍ୟକ ବୋଲି ସାଧାରଣରେ ଆଲୋଚନା ହେଉଛି। କାରଣ ସମ୍ପୃକ୍ତ ଯନ୍ତ୍ରୀଙ୍କ ଭଳି ଏବେବି ଆଉ କିଛି ଦୁର୍ନୀତି ଖୋର ଗାଦିମଡା ଅଧିକାରୀ ପୌରପରିଷଦରେ ୧୫ ବର୍ଷ ରୁ ଅଧିକ ସମୟ  ଧରି ଏକା ସ୍ଥାନରେ ରହିଛନ୍ତି ସେମାନଙ୍କ ବିରୋଧରେ ବି ପୂର୍ବରୁ ଅନେକ ଅଭିଯୋଗ ଓ ଆନ୍ଦୋଳନ ମଧ୍ୟ ହୋଇଛି କିନ୍ତୁ ତାଙ୍କ ବିରୋଧରେ ପୂର୍ବ ସରକାର କିମ୍ବା ବର୍ତ୍ତମାନର ସରକାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ କିମ୍ବା ସରକାରଙ୍କ ବଦଳି ନିୟମ ସେମାନଙ୍କ ପାଖରେ ଲାଗୁ ହେଉ ନାହିଁ। 

ଏହି ପରିସ୍ଥିତିରେ ଦୁର୍ନୀତି ଅଭିଯୋଗ ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପର ଦସ୍ତାବିଜ କୁ ଭିଜିଲାନ୍ସ ଯାଞ୍ଚ କରିବା ହେଉ ଅବା ଗିରଫ ଅଭିଯୁକ୍ତଙ୍କ ସମ୍ପତି ର ଯାଞ୍ଚ କରିବ କି ନାହିଁ ଏବଂ ଭିଜିଲାନ୍ସ ତଦନ୍ତ କେଉଁ ଦିଗକୁ ଗତି କରିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.