Saudi Arabia: ଯୁଦ୍ଧକୁ ଡେଇଁଲା ସାଉଦି: ଟ୍ରମ୍ପଙ୍କ ସମର୍ଥନରେ ହୁତିଙ୍କ ସହ ମୁହାଁମୁହିଁ

1 hour ago 1
ARTICLE AD BOX

ସାନା/ରିଆଦ: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆଉ କେବଳ ହର୍ମୁଜ୍ ପ୍ରଣାଳୀ ପର୍ଯ୍ୟନ୍ତ ସୀମିତ ନାହିଁ କି ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ରହି ନାହିଁ। ଯୁଦ୍ଧରେ ଏବେ ଅନ୍ୟ ଉପସାଗରୀୟ ଦେଶ ପ୍ରତ୍ୟକ୍ଷ ଭାବେ ସାମିଲ ହେଉଛନ୍ତି। ସମ୍ପ୍ରତି ସାଉଦି ଆରବ ଯୁଦ୍ଧକୁ ଡେଇଁଛି। ଫଳରେ ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଏବେ ଏକ ନୂତନ ଏବଂ ବିନାଶକାରୀ ମୋର୍ଚ୍ଚା ଖୋଲିଛି। ଏହି ମୋର୍ଚ୍ଚାରେ ସାଉଦି ଆରବ ଏବଂ ୟେମେନର ଇରାନ ସମର୍ଥିତ ହୁତି ବିଦ୍ରୋହୀ ପରସ୍ପର ଉପରେ କ୍ଷେପଣାସ୍ତ୍ର ମାଡ଼ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ସାଉଦି ଆରବ ୟେମେନର ରାଜଧାନୀ ସାନାରେ ଥିବା ବିମାନବନ୍ଦରକୁ ଟାର୍ଗେଟ କରିଛି। ବିଶେଷଜ୍ଞଙ୍କ ମତରେ, ଏହା ୨୦୨୨ ପରଠାରୁ ଉଭୟ ପକ୍ଷ ମଧ୍ୟରେ ସବୁଠାରୁ ବଡ଼ ଧରଣର ସାମରିକ ମୁହାଁମୁହିଁ ସ୍ଥିତି। ଇରାନର ମାହାନ ଏୟାରଲାଇନ୍ସର ଏକ ବିମାନ ସାନା ବିମାନବନ୍ଦରରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଘାତକ ଆକ୍ରମଣ ଘଟିଥିଲା।

Sonam Wangchuk: ସୋନମ ୱାଙ୍ଗଚୁକଙ୍କ ଅନଶନ ୧୭ ଦିନରେ: ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା, ଅନଶନ ଭାଙ୍ଗିବାକୁ ବଢୁଛି ଚାପ

ସାଉଦି ଆରବ ରନୱେରେ କ୍ଷେପଣାସ୍ତ୍ର ମାଡ଼ କରି ବିମାନକୁ ଅବତରଣ ହେବାରୁ ରୋକିବାକୁ ଚେଷ୍ଟା କରିଥିଲା।ଏହି ବିମାନଟି ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ପ୍ରଥମ ଥର ପାଇଁ ତେହେରାନ ଏବଂ ସାନା ମଧ୍ୟରେ ଉଡ଼ାଣ କରୁଥିଲା। ବିମାନରେ ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି ଖେମିନିଙ୍କ ଅନ୍ତିମ ସଂସ୍କାରରୁ ଫେରୁଥିବା ଉଚ୍ଚସ୍ତରୀୟ ହୁତି ପ୍ରତିନିଧିମଣ୍ଡଳୀ ଯାତ୍ରା କରୁଥିଲେ। ସାଉଦି ଆରବ ସନ୍ଦେହ କରୁଛି ଯେ, ଇରାନ ହୁତିମାନଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ପରାମର୍ଶ ଯୋଗାଇବା ପାଇଁ ଏହାର ବ୍ୟବହାର କରୁଛି। ଆମେରିକୀୟ ନ୍ୟୁଜ୍ ୱେବସାଇଟ୍ ଆକ୍ସିଓସର ଏକ ରିପୋର୍ଟ ଅନୁଯାୟୀ, ଆକ୍ରମଣ ପୂର୍ବରୁ ସାଉଦି ଆରବର ଯୁବରାଜ ମହମ୍ମଦ ବିନ୍ ସଲମାନ (ଏମବିଏସ) ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ୍ କରି କଥାବାର୍ତ୍ତା କରିଥିଲେ।

ସୂଚନା ଅନୁଯାୟୀ, ହୁତିଙ୍କ ବିରୋଧରେ ଏହି ବଡ଼ ଆକ୍ରମଣ ପାଇଁ କ୍ରାଉନ୍ ପ୍ରିନ୍ସ ଆମେରିକାକୁ ସାମରିକ ଏବଂ କୂଟନୈତିକ ସମର୍ଥନ ଅନୁରୋଧ କରିଥିଲେ, ଯାହାକୁ ଟ୍ରମ୍ପ ଗ୍ରହଣ କରିଥିଲେ। ଆମେରିକା କହିଛି, ଆମେ ସହଯୋଗୀ ସାଉଦି ଆରବ ସହିତ ଠିଆ ହୋଇଛୁ। ଏହା ସାଉଦି ଆରବର ମନୋବଳକୁ ବୃଦ୍ଧି କରିଛି। ସାଉଦି ଆରବର କ୍ଷେପଣାସ୍ତ୍ର ଆକ୍ରମଣର ଜବାବରେ, ହୁତିମାନେ ନୀରବ ରହିବା ପରିବର୍ତ୍ତେ ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଛନ୍ତି। ସେମାନେ ସାଉଦିର ବିଭିନ୍ନ ଲକ୍ଷ୍ୟସ୍ଥଳରେ କ୍ଷେପଣାସ୍ତ୍ର ନିକ୍ଷେପ କରିଛନ୍ତି। ସେମାନେ ସାଉଦି ଏୟାରପୋର୍ଟରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଛନ୍ତି। ହୁତି ସାମରିକ ମୁଖପାତ୍ର ୟାହୟା ସୁରୀ ସାଉଦି ଆରବ ବିରୋଧରେ ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି। ଏବଂ ଚେତାବନୀ ଦେଇଛନ୍ତି, ଯଦି ସେମାନଙ୍କ ବିମାନକୁ ବାଧା ଦିଆଯାଏ, ତେବେ ସେମାନେ ସାଉଦି ଆରବର ଅନ୍ତର୍ଜାତୀୟ ବିମାନବନ୍ଦରକୁ ଟାର୍ଗେଟ କରିବାକୁ ପଛାଇବେ ନାହିଁ। ହୁତିମାନେ ଅଭିଯୋଗ କରିଛନ୍ତି, ସାଉଦି ଆରବ ବେସାମରିକ ବିମାନ ଚଳାଚଳରେ ବାଧା ସୃଷ୍ଟି କରି ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.