Saroj Mahasuwar's: ୫ ବର୍ଷ ପରେ ସରୋଜ ମହାସୁଆର ସମ୍ମାନ: ଅନିଲ ପରିଡ଼ା ଓ ଧୀରାଜ ସିଂହ ବିଜେତା

5 days ago 95
ARTICLE AD BOX

ଭୁବନେଶ୍ୱର: ୫ ବର୍ଷ ପରେ ପୁଣି ଫେରିବାକୁ ଯାଉଛି ସରୋଜ ମହାସୁଆର କ୍ରିକେଟ୍‌ ପୁରସ୍କାର। ପ୍ରତିଭାସମ୍ପନ୍ନ ବ୍ୟାଟର୍‌ ଅନିଲ ପରିଡ଼ା ଏବଂ ରଣଜୀ ଟ୍ରଫି ଖେଳାଳିରୁ ବିସିସିଆଇ ପ୍ୟାନେଲ୍‌ ଅମ୍ପାୟାର ହୋଇଥିବା ଧୀରାଜ ସିଂହଙ୍କୁ ମିଳିବ ଚଳିତ ବର୍ଷର ‘ସରୋଜ ମହାସୁଆର ସ୍ମୃତି ସମ୍ମାନ’’। ୨୧ ବର୍ଷ ଧରି ପ୍ରଦାନ କରାଯାଉଥିବା ଏହି ସମ୍ମାନର ଯୁବ କ୍ରିକେଟର୍ ବର୍ଗ ଲାଗି ଅନିଲ ଏବଂ ଶ୍ରେଷ୍ଠ ଅମ୍ପାୟାର୍ ଭାବେ ଧୀରାଜଙ୍କୁ ମନୋନୀତ କରାଯାଇଛି। ସେପ୍ଟେମ୍ବର ୬ ତାରିଖ (ରବିବାର) ଏହି ପୁରସ୍କାର ପ୍ରଦାନ ଉତ୍ସବ ପୁରୁଣା ଭୁବନେଶ୍ୱରସ୍ଥିତ ଟାଉନ୍ କ୍ଲବ୍ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ସରୋଜ ମହାସୁଆର ସ୍ମୃତି କମିଟି ଆବାହକ ମନୋଜ ମହାପାତ୍ର ସୂଚନା ଦେଇଛନ୍ତି।

Why are you suffering! କଥାଟିଏ-ଯାଯାବର: କାହିଁକି କଷ୍ଟ ପାଉଛ!

୨୦୨୫ରେ ସର୍ଭିସେସ୍‌ ବିପକ୍ଷ ରଣଜୀ ଟ୍ରଫି ପଦାର୍ପଣ ମ୍ୟାଚ୍‌ରେ ୯୯* ରନ୍‌ ପାଳି ଖେଳି ଆଗମନ କରିଥିବା ଅନିଲ ୪ଟି ପ୍ରଥମ‌ ଶ୍ରେଣୀ ମ୍ୟାଚ୍‌ରେ ପ୍ରଭାବୀ ଢ଼ଙ୍ଗରେ ୮୪.୪୦ ହାରରେ ୪୨୨ ରନ୍‌ ସଂଗ୍ରହ କରିଛନ୍ତି। ୩ଟି ଅର୍ଦ୍ଧଶତକ ଏବଂ ନାଗାଲାଣ୍ଡ୍‌ ବିପକ୍ଷରେ ୧୧୮* ରନ୍‌ର ଶତକୀୟ ପାଳି ବି ଖେଳିଛନ୍ତି। ଜୁଭେନାଇଲ୍‌ କ୍ଲବ୍‌ରୁ କ୍ରିକେଟ୍‌ ଜୀବନ ଆରମ୍ଭ କରିଥିବା ଏହି ଡାହାଣହାତୀ ମଧ୍ୟକ୍ରମ ବ୍ୟାଟର୍‌ ବିନୁ ମଙ୍କଡ଼ ଟ୍ରଫି, କୁଚ ବିହାର ଟ୍ରଫି, ସିକେ ନାୟୁଡୁ ଟ୍ରଫି, ଷ୍ଟେଟ୍‌-ଏ ଟ୍ରଫି ଆଦି ବିଭିନ୍ନ ବୟସ ବର୍ଗ ଦଳର ନେତୃତ୍ବ ନେଇ ଆଗକୁ ବଢ଼ିଛନ୍ତି। ଆସାମ ବିପକ୍ଷରେ ମଧ୍ୟ ସୟଦ ମୁସ୍ତାକ ଅଲୀ ଟ୍ରଫି ଟ୍ବେଣ୍ଟି-୨୦ ଟ୍ରଫିରେ ପଦାର୍ପଣ କରିଥିଲେ। 

ଅନ୍ୟପକ୍ଷରେ ଓଡ଼ିଶା ବରିଷ୍ଠ ଦଳ ପାଇଁ ଗୋଟିଏ ଦଶନ୍ଧି (୨୦୦୮-୨୦୧୮) ଖେଳିବା ସହ ୫୧ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୧୧୯ ୱିକେଟ୍‌ ନେଇଥିଲେ ବାମହାତୀ ସ୍ପିନର୍‌ ଧୀରାଜ ସିଂହ। ଖେଳାଳି ଜୀବନ ପରେ ଧୀରାଜ ୨୦୨୩-୨୪ରୁ ବିସିସିଆଇ ପ୍ୟାନେଲ୍‌ ଅମ୍ପାୟାର ଭାବେ କାର୍ଯ୍ୟ କରି ଆସୁଛନ୍ତି। ସୁବ୍ରତ ଦାସ, ଅରୁଣ ବସା, ଦୁର୍ଗାଦତ୍ତ ଦାସଙ୍କ ପରେ ଚତୁର୍ଥ ଓଡ଼ିଆ ଭାବେ ବିସିସିଆଇ ପ୍ୟାନେଲ୍‌ ଅମ୍ପାୟାର ହୋଇ ବିରଳ କ୍ଲବ୍‌ରେ ରହିଛନ୍ତି। ଖେଳ ଜୀବନରେ ମଧ୍ୟ ଧୀରାଜ ବିଜୟ ହଜାରେ ଟ୍ରଫି, ସୟଦ ମୁସ୍ତାକ ଅଲୀ ଟ୍ରଫି ସହିତ ପୂର୍ବାଞ୍ଚଳ ପାଇଁ ଦଲିପ ଟ୍ରଫି ଦଳରୁ ଖେଳିବାର ଗୌରବ ରଖିଛନ୍ତି। ଖେଳ ଜୀବନର ଅଭିଜ୍ଞତାକୁ ଉପଯୋଗ କରି ସେ ବିସିସିଆଇ ପ୍ୟାନେଲ୍‌ ଅମ୍ପାୟାର ଭାବେ ସଫଳତାର ସହ ୩ ବର୍ଷ ଅତିକ୍ରମ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି।

Horoscope 2026 September 01: ଜାଣନ୍ତୁ ଆଜିର ରାଶିଫଳ...

ସୂଚନାଯୋଗ୍ୟ, ଶ୍ରେଷ୍ଠ ଯୁବ କ୍ରିକେଟ୍‌ର ପୁରସ୍କାରକୁ ପୂର୍ବରୁ ୨୦୦୪ରେ ଦୀପକ ମଙ୍ଗରାଜ, ୨୦୦୫ରେ ପରେଶ ପଟେଲ, ୨୦୦୬ରେ ଆତିଶ ଜେନା, ୨୦୦୭ରେ ଆଲୋକ ସାହୁ-ଆଲୋକ ମଙ୍ଗରାଜ, ୨୦୦୮ରେ ହଳଧର ଦାସ, ୨୦୦୯ରେ ବସନ୍ତ ମହାନ୍ତି, ୨୦୧୦ରେ ନଟରାଜ ବେହେରା, ୨୦୧୧ରେ ସୌମେନ୍ଦ୍ର ଦାସ, ୨୦୧୨ରେ ମାଧୁରୀ ମେହେଟା, ୨୦୧୩ରେ ରୋସନାରା ପରବିନ୍, ୨୦୧୪ରେ ସ୍ୱାଗତିକା ରଥ, ୨୦୧୫ରେ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ, ୨୦୧୬ରେ ଇଂଜିତ ସିଂହ, ୨୦୧୭ରେ ପ୍ରୀତ୍ ସିଂହ କଁୱର, ୨୦୧୮ରେ ରଘୁନାଥ ମଲ୍ଲ, ୨୦୧୯ରେ ସ୍ବସ୍ତିକ ସାମଲ, ୨୦୨୧ରେ ତରାନ୍ନା ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ଅମ୍ପାୟାର ପୁରସ୍କାରକୁ ବିଗତ ବର୍ଷ ଗୁଡିକରେ ଅରୁଣ କୁମାର ବାସା, ସୁବ୍ରତ ଦାସ, ମାରିଓ ଫ୍ରାନସିସ୍, ବିଭୂ ଶତପଥୀ, ପରାସର ବିଶ୍ବାଳ, ଚଣ୍ଡୀପ୍ରସନ୍ନ ମହାପାତ୍ର, ଅସିତ ପଟ୍ଟନାୟକ, ପବିତ୍ର ପ୍ରଧାନ, ଶରତ କୁମାର ସାହୁ, ନିର୍ମଳ ମିଶ୍ର, ସତ୍ୟେନ୍ଦ୍ର ମୋହନ ମହାନ୍ତି, ଅନନ୍ତ ବାସୁଦେବ ମିଶ୍ର, ଦୁର୍ଗାଦତ୍ତ ଦାସ ପାଇଥିଲେ। ସୂଚନାଯୋଗ୍ୟ, ଅମ୍ପାୟାର ସରୋଜ ମହାସୁଆର ୨୦୦୨ ମସିହାରେ କଟକରେ ଅନ୍ତଃଜିଲା ପ୍ରତିଯୋଗିତାର ଏକ ମ୍ୟାଚ୍ ପରିଚାଳନା କରି ଭୁବନେଶ୍ବର ଫେରୁଥିବାବେଳେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.