ARTICLE AD BOX
ଭୁବନେଶ୍ୱର/ସମ୍ବଲପୁର: ଆଜି (ଶୁକ୍ରବାର) ସମ୍ବଲପୁରଠାରେ ପୂର୍ବ ତଟ ରେଳପଥର ସମ୍ବଲପୁର ରେଳ ମଣ୍ଡଳ ଅଧୀନ ସଂସଦୀୟ କ୍ଷେତ୍ରର ସାଂସଦମାନଙ୍କୁ ନେଇ ଡିଭିଜନାଲ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ ଡିଭିଜନାଲ କମିଟିର ଅଧ୍ୟକ୍ଷ ଭାବେ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଛି।
Indian Railways: ଜନସାଧାରଣଙ୍କ ସହ ସମ୍ପର୍କ ସୁଦୃଢ଼ କରିବା ପୂର୍ବତଟ ରେଳପଥର ଲକ୍ଷ୍ୟ
ମହାସମୁନ୍ଦର ଲୋକସଭା ସାଂସଦ ରୂପ କୁମାରୀ ଚୌଧୁରୀ, କନ୍ଧମାଳର ଲୋକସଭା ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଏବଂ ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡିର ସାଂସଦମାନଙ୍କ ପ୍ରତିନିଧିମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ନିଜ ଅଭିଭାଷଣରେ, ପୂର୍ବ ତଟ ରେଳପଥର କାର୍ଯ୍ୟଦକ୍ଷତା, ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଏବଂ ଯାତ୍ରୀ ସେବାର ଉନ୍ନତି ସହ ଅଞ୍ଚଳର ମାଲ ପରିବହନ ଆବଶ୍ୟକତା ପୂରଣ ପାଇଁ ରେଳପଥ ପକ୍ଷରୁ ନିରନ୍ତର ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ କମିଟିକୁ ଅବଗତ କରାଇଥିଲେ।
East Coast Railway: ପାନୀୟ ଜଳକୁ ନେଇ ପୂର୍ବତଟ ରେଳପଥର ବଡ଼ ପଦକ୍ଷେପ: ୧୭୫ ଷ୍ଟେସନରେ ଜଳର ଗୁଣବତ୍ତା ନିରୀକ୍ଷଣ
ସାଂସଦମାନେ ସମ୍ବଲପୁର ରେଳ ମଣ୍ଡଳ ପକ୍ଷରୁ ହାତକୁ ନିଆଯାଇଥିବା ବିଭିନ୍ନ ବିକାଶମୂଳକ ପଦକ୍ଷେପର ପ୍ରଶଂସା କରିବା ସହ ରେଳ ଭିତ୍ତିଭୂମିର ଅଧିକ ସୁଦୃଢ଼ୀକରଣ ପାଇଁ ମୂଲ୍ୟବାନ ପରାମର୍ଶ ଦେଇଥିଲେ। ଯାତ୍ରୀ ସୁବିଧାର ଉନ୍ନତି, ଟ୍ରେନ୍ ଓ ରେଳ ଷ୍ଟେସନଗୁଡ଼ିକର ପରିଚ୍ଛନ୍ନତା, ଟ୍ରେନ୍ ଚଳାଚଳର ବୃଦ୍ଧି, ନୂତନ ରେଳପଥ ନିର୍ମାଣ, ଦୁର୍ଗମ ଅଞ୍ଚଳକୁ ଉନ୍ନତ ରେଳ ସଂଯୋଗ, ରେଳ ଓଭରବ୍ରିଜ୍ ଏବଂ ଅଣ୍ଡରବ୍ରିଜ୍ ନିର୍ମାଣ, ଚାଲୁ ରହିଥିବା ପ୍ରକଳ୍ପଗୁଡ଼ିକର ସମୟୋଚିତ ସମାପ୍ତି, ବିଭିନ୍ନ ଷ୍ଟେସନରେ ଟ୍ରେନ ରହଣି ଏବଂ ଅଞ୍ଚଳରେ ରାଜସ୍ୱ ଓ ନିଯୁକ୍ତି ସୃଷ୍ଟି ବୃଦ୍ଧି ଆଦି ବିଷୟ ଉପରେ ବିଶେଷ ଆଲୋଚନା ହୋଇଥିଲା।
Bhubaneswar railway station: ଭୁବନେଶ୍ୱର ରେଳ ଷ୍ଟେସନ ପୁନର୍ବିକାଶ କାମର ସମୀକ୍ଷା: ଡିସେମ୍ବରକୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ କଣ୍ଟ
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକଙ୍କ ସମେତ ପୂର୍ବ ତଟ ରେଳପଥ ମୁଖ୍ୟାଳୟର ବିଭିନ୍ନ ବିଭାଗର ପ୍ରମୁଖ ମୁଖ୍ୟ ଅଧିକାରୀମାନେ ଓ ସମ୍ବଲପୁର ରେଳମଣ୍ଡଳର ଅଧିକାରୀମାନେ ଯୋଗ ଦେଇଥିଲେ।

1 hour ago
1


