RTI: କେନ୍ଦ୍ରମନ୍ତ୍ରୀମାନଙ୍କ ବାସଭବନ ମରାମତିରେ ଖର୍ଚ୍ଚ ହୋଇଛି ରେକର୍ଡ ୯୨ କୋଟି: ଆର୍‌ଟିଆଇ ରିପୋର୍ଟ

56 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରସିଦ୍ଧ ଲୁଟିୟନ୍ସ ବଙ୍ଗଳା ଜୋନ୍‌ରେ ଅବସ୍ଥିତ କେନ୍ଦ୍ରମନ୍ତ୍ରୀମାନଙ୍କ ସରକାରୀ ବାସଭବନର ମରାମତି, ନବୀକରଣ ଏବଂ ସାଜସଜ୍ଜା ପାଇଁ ଗତ ୨୦୨୫-୨୬ ଆର୍ଥିକ ବର୍ଷରେ ରେକର୍ଡ ୯୨.୩୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏକ ଆର୍‌ଟିଆଇ ଆବେଦନ ଆଧାରରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ବ୍ୟୟଭାର ଗତ ୨୦୧୪-୧୫ ଆର୍ଥିକ ବର୍ଷରେ ହୋଇଥିବା ୨୭.୪୭ କୋଟି ଟଙ୍କା ତୁଳନାରେ ୩ ଗୁଣରୁ ଅଧିକ ଅଟେ। ସେଣ୍ଟ୍ରାଲ ପବ୍ଲିକ ୱର୍କସ ଡିପାର୍ଟମେଣ୍ଟ (ସିପିଡବ୍ଲ୍ୟୁଡି) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୧୧ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୧୪-୧୫ରୁ ୨୦୨୫-୨୬ ମଧ୍ୟରେ ଏହି ସବୁ କାର୍ଯ୍ୟ ପାଇଁ ସରକାର ସମୁଦାୟ ୫୪୭.୬୮ କୋଟି ଟଙ୍କା ବ୍ୟୟ କରିଛନ୍ତି। ବ୍ରିଟିଶ ଅମଳର ଏହି ପୁରୁଣା ବଙ୍ଗଳାଗୁଡ଼ିକର ଜରାଜୀର୍ଣ୍ଣ ଅବସ୍ଥା ଯୋଗୁଁ ରକ୍ଷଣାବେକ୍ଷଣ ଖର୍ଚ୍ଚ ବହୁ ପରିମାଣରେ ବୃଦ୍ଧି ପାଇଛି ବୋଲି ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି।

ଆହୁରି ପଢନ୍ତୁ: Raid: କର୍ଣ୍ଣାଟକ ଆଇଏଏସ୍‌ ଅଧିକାରୀଙ୍କ ବେଙ୍ଗାଲୁରୁ ଓ ଉତ୍ତର ପ୍ରଦେଶ ଘରେ ଚଢ଼ାଉ

ସରକାରୀ ସୂତ୍ର ଅନୁଯାୟୀ, ଲୁଟିୟନ୍ସ ଜୋନ୍‌ର ଏହି ବଙ୍ଗଳାଗୁଡ଼ିକ ପ୍ରାୟ ୮୦ରୁ ୧୦୦ ବର୍ଷ ପୁରୁଣା ହୋଇଥିବାରୁ ଏଗୁଡ଼ିକରେ କାନ୍ଥ ସନ୍ତାଇବା, ଉଇ ଲାଗିବା, ପୁରୁଣା ବୈଦ୍ୟୁତିକ ବ୍ୟବସ୍ଥା ଏବଂ ପାଇପ୍ ଲାଇନ୍ ଖରାପ ହେବା ଭଳି ସମସ୍ୟା କ୍ରମାଗତ ଭାବେ ଦେଖାଯାଉଛି। କେତେକ ବଙ୍ଗଳା ଅସୁରକ୍ଷିତ ହୋଇପଡ଼ିଥିବାରୁ ସେଗୁଡ଼ିକରେ ବ୍ୟାପକ ମରାମତି ଆବଶ୍ୟକ ହେଉଛି। ବର୍ତ୍ତମାନ ଏହି ବଙ୍ଗଳାଗୁଡ଼ିକରେ କେନ୍ଦ୍ରମନ୍ତ୍ରୀମାନଙ୍କ ବ୍ୟତିତ ସାଂସଦ, ବରିଷ୍ଠ ବିଚାରପତି ଏବଂ ସେନା ବାହିନୀର ଶୀର୍ଷ ଅଧିକାରୀମାନେ ରହୁଛନ୍ତି। ବର୍ତ୍ତମାନ ଗୃହମନ୍ତ୍ରୀ ଅମିତ ଶାହ ରହୁଥିବା କୃଷ୍ଣ ମେନନ ମାର୍ଗ ସ୍ଥିତ ବଙ୍ଗଳାଟି ଦିନେ ପୁରୁଣା ସଂସଦ ଭବନର ସ୍ଥପତି ହର୍ବର୍ଟ ବେକରଙ୍କ ବାସଭବନ ଥିଲା।

ଆହୁରି ପଢନ୍ତୁ: Murder: ବାଂଲାଦେଶରେ ବର୍ବରତା; ହିନ୍ଦୁ ଶିକ୍ଷକଙ୍କ ସମେତ ପରିବାରର ୪ ଜଣଙ୍କୁ ହତ୍ୟା

ଆର୍‌ଟିଆଇ ରିପୋର୍ଟ ଅନୁଯାୟୀ, କେନ୍ଦ୍ରମନ୍ତ୍ରୀମାନଙ୍କ ବଙ୍ଗଳା ପିଛା ବାର୍ଷିକ ହାରାହାରି ଖର୍ଚ୍ଚ ୨୦୧୪ରୁ ୨୦୧୯ ମଧ୍ୟରେ ୨୬.୭୮ କୋଟି ଟଙ୍କା ଥିବା ବେଳେ ୨୦୧୯ରୁ ୨୦୨୪ ମଧ୍ୟରେ ଏହା ବୃଦ୍ଧି ପାଇ ବାର୍ଷିକ ପ୍ରାୟ ୫୦ କୋଟି ଟଙ୍କାରେ ପହଞ୍ଚିଥିଲା। ପରବର୍ତ୍ତୀ ସମୟରେ ୨୦୨୪-୨୫ରେ ୭୧.୯୮ କୋଟି ଏବଂ ୨୦୨୫-୨୬ ରେ ଏହା ୯୨.୩୫ କୋଟି ଟଙ୍କାରେ ପହଞ୍ଚିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.