Rourkela Circuit house Case ରାଉରକେଲା ସର୍କିଟ୍‌ ହାଉସ୍‌ରେ ଅପରାଧିଙ୍କ ମେଳି: ରିମାଣ୍ଡ୍‌ ଅବଧି ଶେଷ, ପୁଣି ଜେଲ୍‌ଗଲେ ପ୍ରକାଶ

57 minutes ago 1
ARTICLE AD BOX

ରାଉରକେଲା: ରଉରକେଲା ସର୍କିଟ ହାଉସ ବନ୍ଧୁକ ଓ ଗୁଳି ଜବତ ମାମଲାର ମୁଖ୍ୟ ଅଭିଯୁକ୍ତ କହାଯାଉଥିବା ପ୍ରକାଶ ପାଶ୍ୱାନଙ୍କ ଦୁଇଦିନିଆ ପୁଲିସ ରିମାଣ୍ଡ୍‌ ଅବଧି ଆଜି ଶେଷ ହୋଇଛି। ପୁଲିସ ତାଙ୍କୁ ପୁଣି ଥରେ ଜେଲ୍‌ ହାଜତକୁ ପଠାଇଦେଇଛି। ତେବେ ଏହି ସମ୍ବେଦନଶୀଳ ମାମଲାରେ ଅଧିକ ତଥ୍ୟ ଆଦାୟ କରିବା ପାଇଁ ଓ ଅଧିକ ପଚରାଉଚରା କରିବା ଲାଗି ପୁଲିସ ତାଙ୍କୁ ଆଗାମୀ ଦିନରେ ପୁଣିଥରେ ରିମାଣ୍ଡ୍‌ରେ ଆଣିବା ନେଇ ଯୋଜନା କରୁଥିବା ଜଣାପଡ଼ିଛି। ତେବେ ଏନେଇ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇନି।

Rourkela Circuit house Case ପ୍ରକାଶ ପାଶୱାନଙ୍କ ଆଉ ୨ ସହଯୋଗୀ ଗିରଫ, ଡିଲ୍‌ କରୁଥିଲେ ବଟି

ଏହି ବହୁର୍ଚ୍ଚିତ ସର୍କିଟ୍‌ ହାଉସ୍‌ ଘଟଣାରେ ଗତ ଦୁଇଦିନ ଧରି ରଘୁନାଥପାଲି ପୁଲିସ ପ୍ରକାଶଙ୍କୁ ଘନଘନ ଜେରା କରିଥିଲା। ଗ୍ୟାଙ୍ଗ୍‌କୁ କିଏ ବନ୍ଧୁକ ଯୋଗାଉଥିଲା? କ’ଣ ପାଇଁ କୁଖ୍ୟାତ ଅପରାଧୀମାନେ ସର୍କିଟ୍‌ ହାଉସ୍‌ରେ ଏକାଠି ହୋଇଥିଲେ? ଏଭଳି ଅନେକ ପ୍ରଶ୍ନ ପଚାରିଥିଲେ ମଧ୍ୟ ପୁଲିସକୁ ସନ୍ତୋଷଜନକ ଉତ୍ତର ମିଳିନଥିଲା। ଏମିତିକି ବେଆଇନ ଟେଣ୍ଡର ପ୍ରକ୍ରିୟା, ଦାଦା ବଟି ଆଦାୟ ଆଦି ସମ୍ପର୍କରେ ମଧ୍ୟ ବିଭ୍ରାନ୍ତିକର ମତ ଦେଇଥିଲେ। ଅସ୍ତ୍ରଶସ୍ତ୍ର କାରବାର ସହ ଜଡ଼ିତ ଗ୍ୟାଙ୍ଗ୍ ବାବଦରେ କୌଣସି ଗୁପ୍ତ ତଥ୍ୟ ପ୍ରକାଶ କରିନଥିଲେ।

Rourkela circuit house: ପ୍ରକାଶ ପାଶୱାନଙ୍କୁ କୋର୍ଟଚାଲାଣ; ବିହାରର ରେଳ ଷ୍ଟେସନ୍‌ରୁ ଧରାପଡ଼ିଥିଲେ ଅଭିଯୁକ୍ତ

ଓଲଟା ପୁଲିସ ସମ୍ମୁଖରେ କହିଛନ୍ତି ଯେ ତାଙ୍କ ନେତାଙ୍କୁ ବଦନାମ କରିବାକୁ ପ୍ରୟାସ କରାଯାଉଛି। ସର୍କିଟ ହାଉସ ଭଳି ଏକ ହାଇ-ପ୍ରୋଫାଇଲ୍ ସରକାରୀ ସ୍ଥାନକୁ କିଭଳି ଅପରାଧୀମାନେ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରୁଥିଲେ ଓ ଏହା ପଛରେ କାହାର ହାତ ରହିଛି, ସେନେଇ ରଉରକେଲା ପୁଲିସ ତଦନ୍ତ ଜାରି ରଖିଛି।

ଦିନିକିଆ ରିମାଣ୍ଡ୍‌ରେ ଦୁଇ ସହଯୋଗୀ

ପ୍ରକାଶଙ୍କ ଦୁଇ ଘନିଷ୍ଠ ସହଯୋଗ ଜନ ନାଏକ ଓ ଅମିତ ନାୟକଙ୍କୁ ଦିନିକିଆ ରିମାଣ୍ଡ୍‌ରେ ଆଣିଛି ରଘୁନାଥପାଲି ପୁଲିସ। ଆଜି ପୂର୍ବାହ୍ନରେ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନାରେ ଉଭୟଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ରଘୁନାଥପାଲି ପୁଲିସ ଥାନାକୁ ନେଇ ତନାଘନା ପଚରାଉଚରା କରାଯାଇଛି। ତେବେ ଉଭୟେ ସମଗ୍ର ଘଟଣା ବିଷୟରେ ସତ ଓଗାଳିଛନ୍ତି ନା ନାହିଁ, ତାହା ସ୍ପଷ୍ଟ ହୋଇନି। ଉଲ୍ଲେଖଯୋଗ୍ୟ, ଦୁଇ ଅଭିଯୁକ୍ତ ପ୍ରକାଶଙ୍କ ଟଙ୍କା ଲେଣଦେଣ କାରବାରରେ ଜଡ଼ିତ ଥିଲେ। ଏମିତିକି ଜଣେ ବ୍ୟବସାୟୀଙ୍କ ଠାରୁ ଦାଦାବଟି ହିସାବରେ ମିଳିଥିବା ୧୬ ଲକ୍ଷ ଟଙ୍କା, ଏମାନଙ୍କ ଆକାଉଣ୍ଟ୍‌ରେ ଜମା ହୋଇଥିଲା। ଏତଦ୍‌ବ୍ୟତୀତ ଭିନ୍ନ ଭିନ୍ନ ମାଧ୍ୟମରୁ ଆସୁଥିବା ଅର୍ଥର ହିସାବକିତାବ ଏମାନେ ହିଁ ରଖୁଥିବା କହାଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.