Riding a bike: ପାଣି ଉପରେ ୪୦ କିମି ବାଇକ୍‌ ଚାଳନା

1 hour ago 2
ARTICLE AD BOX

ଜଳରାଶି ଉପରେ ମୋଟର-ସାଇକେଲ୍‌ ଚଳାଇବା କଥା କେବେ ଶୁଣିଛନ୍ତି? ନଦୀ ଜଳରେ କ୍ରମାଗତ ଭାବେ ୪୦ କିଲୋମିଟରରୁ ଅଧିକ ବାଟ ଅତିକ୍ରମ କରି ଏକ ନୂତନ ଗିନିସ୍ ବିଶ୍ବ ରେକର୍ଡ ସ୍ଥାପନ କରିଛନ୍ତି ଚୀନ୍‌ର ମୋଟରସାଇକେଲ୍ ନିର୍ମାତା ‘ଜେଡ୍‌ଏକ୍ସ୍‌ଏମ୍‌ଓଟିଓ’ର ପ୍ରତିଷ୍ଠାତା ଜାଂଗ୍ ଖୁଏ। ଚୀନ୍‌ର ହୁନାନ୍ ପ୍ରଦେଶର ମାୟାଙ୍ଗ ମିଆଓ ଅଟୋନୋମସ୍‌ କାଉଣ୍ଟିରେ ଏହି ବିଶ୍ୱ ରେକର୍ଡ କରାଯାଇଛି। ଜାଂଗ୍ ଖୁଏ ଏକ ସ୍ୱତନ୍ତ୍ର ଭାବେ ରୂପାନ୍ତରିତ ଜେଡ୍‌ଏକ୍ସ୍‌ଏମ୍‌ଓଟିଓ ଏମ୍‌ଏକ୍ସ୍‌୪୫୦ ଡର୍ଟ ବାଇକ୍ ବ୍ୟବହାର କରି ନଦୀ ଜଳ ଉପରେ ବାରମ୍ବାର ଯିବାଆସିବା କରି ଏହି ଦୂରତା ଅତିକ୍ରମ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ୧୯.୮ ମାଇଲ୍ ଥିଲା, ଯାହାକୁ ସେ ଭାଙ୍ଗି ଏକ ନୂତନ ଇତିହାସ ରଚିଛନ୍ତି।

Sankalpa Bharat: ଦେଶପ୍ରେମ, ଯୁବଶକ୍ତି, ମହିଳା ସଶକ୍ତୀକରଣ ଓ ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱ

ବାଇକ୍‌କୁ ପାଣିରେ ଭାସମାନ ରଖିବା ପାଇଁ ଆଗ ଓ ଅନ୍ୟାନ୍ୟ ସ୍ଥାନରେ ସ୍ୱତନ୍ତ୍ର ସ୍କି ବ୍ୟବହାର କରାଯାଇଛି, ଯାହା ପାଣି ଉପରେ ଚଳାଚଳ କରିବାରେ ଓ ଦିଗ ନିର୍ଦ୍ଧାରଣ କରିବାରେ ସାହାଯ୍ୟ କରିଥାଏ। ସାଧାରଣ ରାସ୍ତା ପରି ଏଠାରେ ପଛ ଚକଟି ମାଟି ସହ ଘର୍ଷଣ ନ କରି ପାଣିକୁ ପଛକୁ ଠେଲି ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ। ଦୀର୍ଘ ସମୟ ପାଣିରେ ଚାଲିବା ପାଇଁ ବାଇକ୍‌କୁ ସମ୍ପୂର୍ଣ୍ଣ ଜଳରୋଧୀ କରାଯିବା ସହ ଏହାର ଇନ୍ଧନ ଟାଙ୍କିକୁ ବଡ଼ କରାଯାଇଥିଲା। ଏହି ସଫଳତା ପଛରେ ବର୍ଷ ବର୍ଷର କଠିନ ପରିଶ୍ରମ ରହିଛି। ୨୦୦୯ ମସିହାରେ ଜାଂଗ୍ ପ୍ରଥମଥର ପାଇଁ ପାଣିରେ ମୋଟରସାଇକେଲ୍ ଚଲାଇବାକୁ ପ୍ରୟାସ କରିଥିଲେ। ମାତ୍ର ସେତେବେଳେ ସେ ୪ ଥର ପାଣିକୁ ଖସିପଡ଼ିଥିଲେ ଏବଂ ମାତ୍ର ୨୦ ମିଟର  ଯାଇପାରିଥିଲେ। କିନ୍ତୁ ସେ ହାର ମାନି ନଥିଲେ ଏବଂ ନିଜର ଲକ୍ଷ୍ୟ ହାସଲ ପାଇଁ ନିରନ୍ତର ଚେଷ୍ଟା ଜାରି ରଖି ଶେଷରେ ଏହି ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.