Rich: ବିଶ୍ବ ଧନୀ ତାଲିକାରେ ୧୦ମ ସ୍ଥାନକୁ ଖସିଲେ ହୁଆଙ୍ଗ

2 days ago 3
ARTICLE AD BOX

ଚୀନ ମହିଳାଙ୍କ ସହ ସମ୍ପର୍କ ଥିବା ଖବର ସାମ୍‌ନାକୁ ଆସିବା ପରେ ଏନ୍‌ଭିଡିଆ ସିଇଓ ଜେନସେନ୍‌ ହୁଆଙ୍ଗଙ୍କ ନିଟ୍‌ ସମ୍ପତ୍ତି ସୋମବାର ୭.୪ ବିଲିଅନ ଡଲାର ହ୍ରାସ ଘଟିଛି। ଏଥିଯୋଗୁ ତାଙ୍କର ନିଟ୍‌ ସମ୍ପତ୍ତି ୧୬୨.୨ ବିଲିଅନ ଡଲାରରୁ ୧୫୪.୭ ବିଲିଅନ ଡଲାରକୁ ଖସିଆସିଛି।

 ବିଶ୍ବ ଧନୀ ତାଲିକାରେ ୧୦ମ ସ୍ଥାନକୁ ଖସିଲେ ହୁଆଙ୍ଗ

ନୂଆଦିଲ୍ଲୀ: ଚୀନ ମହିଳାଙ୍କ ସହ ସମ୍ପର୍କ ଥିବା ଖବର ସାମ୍‌ନାକୁ ଆସିବା ପରେ ଏନ୍‌ଭିଡିଆ ସିଇଓ ଜେନସେନ୍‌ ହୁଆଙ୍ଗଙ୍କ ନିଟ୍‌ ସମ୍ପତ୍ତି ସୋମବାର ୭.୪ ବିଲିଅନ ଡଲାର ହ୍ରାସ ଘଟିଛି। ଏଥିଯୋଗୁ ତାଙ୍କର ନିଟ୍‌ ସମ୍ପତ୍ତି ୧୬୨.୨ ବିଲିଅନ ଡଲାରରୁ ୧୫୪.୭ ବିଲିଅନ ଡଲାରକୁ ଖସିଆସିଛି। ଏନ୍‌ଭିଡିଆର ସେୟାର ମୂଲ୍ୟ ହ୍ରାସ କାରଣରୁ ହୁଆଙ୍ଗଙ୍କ ସମ୍ପତ୍ତି ହ୍ରାସ ପାଇଛି। ଏହା ଫଳରେ ଫୋର୍ବସ ପକ୍ଷରୁ ପ୍ରସ୍ତୁତ ହେଉଥିବା ବିଶ୍ବର ଶୀର୍ଷ ଧନୀ ତାଲିକାରେ ହୁଆଙ୍ଗ ୨ଟି ସ୍ଥାନ ତଳକୁ ଖସି ୧୦ମ ସ୍ଥାନରେ ରହିଛନ୍ତି। ପୂର୍ବରୁ ସେ ଅଷ୍ଟମ ସ୍ଥାନରେ ରହିଥିଲେ। ଏନ୍‌ଭିଡିଆରେ ହୁଆଙ୍ଗଙ୍କର ୩.୫ ପ୍ରତିଶତରୁ ଅଧିକ ଅଂଶଧନ ରହିଛି।

ଆହୁରି ପଢନ୍ତୁ: Harry Potter: ନୂଆ ହ୍ୟାରୀ ପୋଟର୍ ସିରିଜ୍ ଦେଖିବେ କି ଡାନିଏଲ୍ ରାଡ୍‌କ୍ଲିଫ୍? ଦେଲେ ବଡ଼ ବୟାନ

ବ୍ୟକ୍ତିଗତ ସେୟାରଧାରକମାନଙ୍କ ମଧ୍ୟରେ ତାଙ୍କର ସେୟାର ସବୁଠୁ ଅଧିକ। ସିଙ୍ଗାପୁରର ମେଗାସ୍ପିଡ୍‌ କମ୍ପାନିର ଜଣେ ମହିଳା କାର୍ଯ୍ୟନିର୍ବାହୀ ଆଲିସ୍ ହୁଆଙ୍ଗଙ୍କ ସହ ଜେନସେନ୍‌ଙ୍କ ସମ୍ପର୍କକୁ ନେଇ ବିବାଦ ଉଠିଛି। ଆମେରିକାର ଗୁଇନ୍ଦା ସଂସ୍ଥାଗୁଡ଼ିକ ଉକ୍ତ ମହିଳାଙ୍କର ଚୀନ୍‌ର ଗୁଇନ୍ଦା ବ୍ୟବସ୍ଥା ସହ ସମ୍ପର୍କ ଥିବା ସନ୍ଦେହ କରିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ଏହି ବିବାଦ ପରେ ଏନଭିଡିଆର ପରିଚାଳନା ପରିଷଦ ଏକ ସ୍ୱାଧୀନ ତଦନ୍ତ ଆରମ୍ଭ କରିଛି। ଆମେରିକାର ଜାତୀୟ ସୁରକ୍ଷା କିମ୍ବା କମ୍ପାନିର ଗୋପନୀୟ ତଥ୍ୟ କ୍ଷତିଗ୍ରସ୍ତ ହୋଇଥିବାର କୌଣସି ପ୍ରମାଣ ଏଯାଏଁ ମିଳିନାହିଁ ବୋଲି କମ୍ପାନି କହିଛି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.