ARTICLE AD BOX
ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ ଜୁଲାଇ ସୁଦ୍ଧା ବିଭିନ୍ନ ସୂତ୍ରରୁ ସମୁଦାୟ ରାଜସ୍ୱ ଆଦାୟ ୬୧,୫୯୩ କୋଟି ଟଙ୍କା ରହିଛି। ଗତ ଆର୍ଥିକ ବର୍ଷର ଏହି ସମୟର ରାଜସ୍ୱ ଆଦାୟ ତୁଳନାରେ ଏହା ୭.୩% ଅଧିକ। ସେହିପରି ଜୁଲାଇ ସୁଦ୍ଧା ରାଜ୍ୟର ସମୁଦାୟ ନିଜସ୍ୱ ରାଜସ୍ୱ ପୂର୍ବବର୍ଷ ଜୁଲାଇ ତୁଳନାରେ ୧୧.୯% ଅଧିକ ରହିଛି। ରାଜ୍ୟର ସମୁଦାୟ ନିଜସ୍ୱ ଟିକସ ରାଜସ୍ୱ ମଧ୍ୟ ଜୁଲାଇ ସୁଦ୍ଧା ପୂର୍ବବର୍ଷ ଅପେକ୍ଷା ୯.୩% ଅଧିକ ରହିଛି ଏବଂ ଅଣଟିକସ ରାଜସ୍ୱ ୧୪.୮% ଅଧିକ ରହିଛି।
Dumper new rules: ଟିପର ଓ ଡମ୍ପର ପାଇଁ କଡ଼ା ନିୟମ ଜାରି କଲା କେନ୍ଦ୍ର
ରାଜସ୍ୱ ଆଦାୟରେ ଅଭିବୃଦ୍ଧି ହାର ଉତ୍ତମ ରହିବା ସହ କାର୍ଯ୍ୟକ୍ରମ ଓ ପୁଞ୍ଜି ବ୍ୟୟ ପୂର୍ବବର୍ଷ ଅପେକ୍ଷା ବୃଦ୍ଧି ପାଇଛି। ଚଳିତ ଆର୍ଥିକ ବର୍ଷ ଜୁଲାଇ ସୁଦ୍ଧା କାର୍ଯ୍ୟକ୍ରମ ବ୍ୟୟ ପୂର୍ବ ବର୍ଷର ଏହି ସମୟ ସୁଦ୍ଧା ହୋଇଥିବା କାର୍ଯ୍ୟକ୍ରମ ବ୍ୟୟଠାରୁ ୧୯.୧% ଅଧିକ ରହିଛି। ସେହିପରି ପୁଞ୍ଜିବ୍ୟୟ ମଧ୍ୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ୨୦୨୬ ଜୁଲାଇ ଶେଷ ସୁଦ୍ଧା ମୋଟ ପୁଞ୍ଜିଗତ ବ୍ୟୟ ୧୧,୩୦୦ କୋଟି ଟଙ୍କା ଥିବାବେଳେ ଗତବର୍ଷ ଜୁଲାଇ ସୁଦ୍ଧା ଏହି ପରିମାଣ ୯,୩୯୯ କୋଟି ଟଙ୍କା ଥିଲା। ସମୁଦାୟ ପୁଞ୍ଜିବ୍ୟୟ ଜୁଲାଇ ସୁଦ୍ଧା ଗତବର୍ଷ ତୁଳନାରେ ୨୦.୨% ବୃଦ୍ଧି ପାଇଛି। ବୈଠକରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ ରାଜ୍ୟ ସରକାରଙ୍କ ବିଭିନ୍ନ ସୂତ୍ରରୁ ମିଳୁଥିବା ରାଜସ୍ୱରେ କେନ୍ଦ୍ର ସରକାରଙ୍କ ଅନୁଦାନ ୧୦%, କେନ୍ଦ୍ରୀୟ ଟିକସରେ ଅଂଶ ୩୧%, ନିଜସ୍ୱ ଟିକସ ରାଜସ୍ୱ ୩୧% ଏବଂ ନିଜସ୍ୱ ଅଣରାଜସ୍ୱ ଟିକସ ୨୮% ରହିଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଅର୍ଥ ବିଭାଗର ସମୀକ୍ଷା କରିବା ସମୟରେ ଏହି ତଥ୍ୟ ସାମନାକୁ ଆସିଛି। ରାଜସ୍ୱ ଆଦାୟ ବ୍ୟବସ୍ଥାକୁ ଆହୁରି ଦକ୍ଷ କରିବା ସହିତ ପୁଞ୍ଜି ଓ କାର୍ଯ୍ୟକ୍ରମ ବ୍ୟୟକୁ ଆହୁରି ବୃଦ୍ଧି କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି।
Neglect: ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପାଇଁ ୨୦୨୦ରୁ ପ୍ରସ୍ତାବ, ହୋଇପାରିନି ଜମି ଚିହ୍ନଟ
କାର୍ଯ୍ୟକ୍ରମ ବ୍ୟୟ ୧୯.୧%, ପୁଞ୍ଜିବ୍ୟୟ ୨୦.୨% ବୃଦ୍ଧି
ରାଜସ୍ୱ ଆଦାୟ ବ୍ୟବସ୍ଥାକୁ ଅଧିକ ଦକ୍ଷ କର: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଏକ ଦକ୍ଷ ରାଜସ୍ୱ ଆଦାୟ ବ୍ୟବସ୍ଥାର ଆବଶ୍ୟକତା ରହିଛି। ଏଥିସହିତ ପୁଞ୍ଜି ଓ କାର୍ଯ୍ୟକ୍ରମ ଖର୍ଚ୍ଚକୁ ମଧ୍ୟ ବ୍ୟାପକ କରିବା ଆବଶ୍ୟକ। ଏହାଦ୍ୱାରା ରାଜ୍ୟର ଅଭିବୃଦ୍ଧି ତ୍ୱରାନ୍ୱିତ ହୋଇପାରିବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ରାଜ୍ୟ ସରକାର ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ବିନିଯୋଗର ଆବଶ୍ୟକତା ରହିଛି। ରାଜସ୍ୱ ଆଦାୟ ସହିତ କାର୍ଯ୍ୟକ୍ରମ ଓ ପୁଞ୍ଜିବ୍ୟୟ ପୂର୍ବବର୍ଷ ଅପେକ୍ଷା ଅଧିକ ଥିଲେ ମଧ୍ୟ ଏଥିରେ ଆହୁରି ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏଣୁ ରାଜସ୍ୱ ଆଦାୟ ବ୍ୟବସ୍ଥାକୁ ଆହୁରି ଦକ୍ଷ କରିବା ସହିତ ପୁଞ୍ଜିବ୍ୟୟ ଯେପରି ଅଧିକ ହେବ ସେଥିପ୍ରତି ବିଭିନ୍ନ ବିଭାଗ ଆହୁରି ତ୍ବରିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଅର୍ଥବିଭାଗ ପକ୍ଷରୁ ବିଭାଗୀୟ ପ୍ରମୁଖ ସଚିବ ସଞ୍ଜୀବ ମିଶ୍ର ତଥ୍ୟ ଉପସ୍ଥାପନ କରିଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିସନର ଡି.କେ.ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଶାଶ୍ୱତ ମିଶ୍ର, ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଯାମିନୀ ଷଡ଼ଙ୍ଗୀ ଏବଂ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

3 days ago
4


