Retail inflation rises to 5.15%: ଓଡ଼ିଶା ଦେଶର ଚତୁର୍ଥ ମହଙ୍ଗା ବଜାର: ଖୁଚୁରା ମୁଦ୍ରାସ୍ଫୀତି ୫.୧୫%କୁ ବୃଦ୍ଧି

1 hour ago 1
ARTICLE AD BOX

ଭୁବନେଶ୍ବର: ରାଜ୍ୟରେ ଦରଦାମ୍‌ ସ୍ଥିତି ବେଲଗାମ ହୋଇପଡ଼ିଛି। ଗତ ମାସରେ ଲୋକମାନଙ୍କୁ ଘର ଚଳାଇବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥିଲା। ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ମାସିକ ଖର୍ଚ୍ଚ ବଢ଼ିବାର କାରଣ ହୋଇଥିଲା। କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁସାରେ ଗତ ଜୁନ ମାସରେ ଓଡ଼ିଶା ଥିଲା ଦେଶର ଚତୁର୍ଥ ସବୁଠୁ ମହଙ୍ଗା ବଜାର। ଏହା ଉପରେ କେବଳ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ଥିଲେ। ଏହି ରିପୋର୍ଟ କହୁଛି ଯେ ଦେଶବ୍ୟାପୀ ଜୁନ ମାସରେ ବିଭିନ୍ନ ରାଜ୍ୟରେ ଯେଉଁ ଦରବୃଦ୍ଧି ହୋଇଥିଲା ତାହାର ଯଥେଷ୍ଟ ପ୍ରଭାବ ଓଡ଼ିଶାବାସୀଙ୍କ ଉପରେ ପଡ଼ିଥିଲା। 

Scissors: ଗୋଟିଏ କଇଁଚି, ଦଶଟି କାମ

ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ଜୁନ ମାସରେ ୫.୧୫ ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ଜାତୀୟ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୩୮ ପ୍ରତିଶତଠାରୁ ମଧ୍ୟ ଯଥେଷ୍ଟ ଅଧିକ। ରାଜ୍ୟର ଗ୍ରାମାଞ୍ଚଳରେ ଏହି ହାର ୫.୪୦ ପ୍ରତିଶତ ଭଳି ଯଥେଷ୍ଟ ଉପରେ ରହିଛି ଓ ସହରାଞ୍ଚଳରେ ତାହା ୪.୪୭ ପ୍ରତିଶତ ରହିଛି। ଗତ ମେ ମାସରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ୪.୫୪ ପ୍ରତିଶତ ଥିଲା। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏହି ହାର ଯଥାକ୍ରମେ ୪.୮୩ ପ୍ରତିଶତ ଓ ୩.୭୪ ପ୍ରତିଶତ ରହିଥିଲା। ଗ୍ରାମାଞ୍ଚଳ ମୁଦ୍ରାସ୍ଫୀତି ବଢ଼ିବା  ଅର୍ଥ ହେଉଛି ଗାଁରେ ବାସ କରୁଥିବା ଲୋକମାନଙ୍କ ଉପରେ ଅଧିକ ମହଙ୍ଗା ମାଡ଼ ହୋଇଛି। କୃ‌ଷିଜାତ ସାମଗ୍ରୀର ଦରବୃଦ୍ଧି ଘଟିଲେ ଗ୍ରାମାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ବଢ଼ିଥାଏ। ସହରାଞ୍ଚଳ ଲୋକଙ୍କ ଉପରେ କିନ୍ତୁ ମହଙ୍ଗା ମାଡ଼ର ପ୍ରଭାବ ଅପେକ୍ଷାକୃତ କମ୍‌ ରହିଥିଲା। ଓଡ଼ିଶାର ମିଳିତ ଓ ଖାଦ୍ୟ ମୁଦ୍ରାସ୍ଫୀତି (ସିଏଫ୍‌ପିଆଇ) ମଧ୍ୟ ଚତୁର୍ଥ ସର୍ବାଧିକ ୬.୪୦ ପ୍ରତିଶତ ଥିଲା। ତେଲେଙ୍ଗାନରେ ତାହା ୭.୭୯ ପ୍ରତିଶତ, ଆନ୍ଧ୍ରପ୍ରଦେଶରେ ୮.୧୮ ପ୍ରତିଶତ ଓ ତାମିଲନାଡ଼ୁରେ ୭.୦୮ ପ୍ରତିଶତ ରହିଛି। 

Curfew in OMC: ଓଏମସିରେ କର୍ଫ୍ୟୁ, ୧୬୩ ଧାରା ଲାଗୁ

ଜାତୀୟ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି ହାର ଲଗାତାର ଷଷ୍ଠ ମାସରେ ବୃଦ୍ଧି ପାଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରିଥିବା ୪ ପ୍ରତିଶତର ସୀମାରେଖା ଅତିକ୍ରମ କରିଛି। ଏହି ମାସରେ ଆଳୁ, କାର୍‌ ଓ ଜିପ୍‌, ଜିରା ଏବଂ ମୋଟରସାଇକଲ୍ ଓ ସ୍କୁଟର ଶସ୍ତା ହୋଇଥିଲା। କିନ୍ତୁ ରୁପା ଗହଣା, ଅଦା, ସୁନା, ହୀରା ଓ ପ୍ଲାଟିନମ୍‌ ଗହଣା, ଟମାଟୋ ଓ କିସ୍‌ମିସ୍‌ ଦାମ୍‌ ବଢ଼ିଥିଲା। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.