ARTICLE AD BOX
ନୂଆଦିଲ୍ଲୀ: ସାଙ୍ଗମାନଙ୍କ ସହ ରେସ୍ତୋରାଁରେ ପାର୍ଟି କରିବା ପାଇଁ କାହାକୁ ବା ଭଲ ଲାଗେନି। କିନ୍ତୁ ଅନେକ ଲୋକ ରେସ୍ତୋରାଁକୁ ଯାଇ ମନ ଖୋଲି ଖାଇବା ପରେ ବିଲ୍ ଆସିଲେ ଚିନ୍ତାରେ ପଡ଼ିଯାଆନ୍ତି। ଏବେ ଏଭଳି ଏକ ରେସ୍ତୋରାଁ ବିଲ୍ର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିଲ୍ର ମୋଟ ରାଶି ପ୍ରାୟ ୬୨ ଲକ୍ଷ ଟଙ୍କା ଥିବା ଦେଖିବାକୁ ମିଳୁଛି। ତେବେ ଏହି ବିଲ୍ର ବିଶେଷତା ହେଉଛି, ପ୍ରତ୍ୟେକ ଖାଦ୍ୟ ସାମଗ୍ରୀ ବହୁ ପରିମାଣରେ ଅର୍ଡର କରାଯାଇଛି।
ରେସ୍ତୋରାଁ ଖାଦ୍ୟ ବିଲ୍ ୬୨ ଲକ୍ଷ!
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ବିଲ୍ରେ ୧୭ଟି ଖାଦ୍ୟ ସାମଗ୍ରୀ ରହିଛି। ଏହାର ମୋଟ ମୂଲ୍ୟ ପ୍ରାୟ ୬୨ ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି। ତେବେ ଏହି ବିଲ୍ ଭାରତର ନୁହେଁ, ବରଂ ଇଣ୍ଡୋନେସିଆର ଏକ ଦ୍ୱୀପର ବୋଲି କୁହାଯାଉଛି। ଭାଇରାଲ ଫଟୋରେ ଥିବା ବିଲ୍ରେ ଲୋକପ୍ରିୟ ରେସ୍ତୋରାଁ ‘କୁଇନ୍ସ ଅଫ୍ ଇଣ୍ଡିଆ’ର ନୁସା ଦୁଆ ଶାଖାର ଠିକଣା ଦେଖାଯାଉଛି। ବିଲ୍ରେ ଥିବା ସମସ୍ତ ଦର ଇଣ୍ଡୋନେସିଆର ମୁଦ୍ରା ‘ରୁପିଆ’ରେ ଦିଆଯାଇଛି।
ଭାରତୀୟ ମୁଦ୍ରାରେ ପ୍ରାୟ ୩୪ ହଜାର ଟଙ୍କା
ବିଲ୍ରେ ରାଶି ୬୨ ଲକ୍ଷ ଦେଖାଯାଉଥିଲେ ମଧ୍ୟ ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୩୪ ହଜାର ଟଙ୍କା ବୋଲି ଜଣାପଡ଼ିଛି। ଇଣ୍ଡୋନେସିଆର ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ସାଧାରଣତଃ ରେସ୍ତୋରାଁ ଖର୍ଚ୍ଚ ଅଧିକ ହୋଇଥାଏ। ଏହି କାରଣରୁ ଏବେ ଏହି ବିଲ୍ ଇଣ୍ଟରନେଟ୍ରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ବିଲ୍ର ଫଟୋ ‘ଅନୁପ ଶୁକ୍ଲ’ ନାମକ ଏକ ଫେସବୁକ୍ ଆକାଉଣ୍ଟରୁ ସେୟାର କରାଯାଇଛି। ପୋଷ୍ଟଟିକୁ ଲକ୍ଷ ଲକ୍ଷ ଲୋକ ଦେଖିଥିବା ବେଳେ ଅନେକ ୟୁଜର୍ ଏହାକୁ ଲାଇକ୍ କରିଛନ୍ତି। ବିଲ୍କୁ ନେଇ ୟୁଜର୍ମାନେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।
କଳିଙ୍ଗ ଷ୍ଟାଡିୟମରେ ୭୬ତମ ରାଜ୍ୟ ପୁଲିସ ହକି ଚାମ୍ପିଅନସିପ୍–୨୦୨୬ ଆରମ୍ଭ

1 week ago
6


