ARTICLE AD BOX
ନୂଆଦିଲ୍ଲୀ: ଦିଲ୍ଲୀ ଅଧସ୍ଥ ସେବା ଚୟନ ବୋର୍ଡ ପକ୍ଷରୁ ଜୁନିୟର ଇଞ୍ଜିନିୟର ଓ ମଲ୍ଟି ଟାସ୍କିଂ ଷ୍ଟାଫ୍ ପଦବିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ଅଭିଯାନ ଜରିଆରେ ମୋଟ ୧୨୬୦ଟି ପଦ ପୂରଣ କରାଯିବ। ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ନଭେମ୍ବର ୨୦୨୬ରୁ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଡିସେମ୍ବର ୧୧, ୨୦୨୬ ରହିଛି।
ପଦବୀ ଅନୁଯାୟୀ ବିବରଣୀ
ଏହି ନିଯୁକ୍ତି ଅଭିଯାନରେ ମୋଟ ୧୨୬୦ ଜଣ ପ୍ରାର୍ଥୀ ଚୟନ ହେବେ।
- ସାଧାରଣ ବର୍ଗ ପାଇଁ ରହିଛି ୫୩୭ଟି ପଦବି
- ଓବିସିଙ୍କ ପାଇଁ ରହିଛି ୫୩୭ଟି ପଦବି
- ଏସ୍ସିଙ୍କ ପାଇଁ ରହିଛି ୧୮୧ଟି ପଦବି
- ଏସ୍ଟିଙ୍କ ପାଇଁ ରହିଛି ୯୪ଟି ପଦବି
- ଇଡବ୍ଲ୍ୟୁଏସ୍ଙ୍କ ପାଇଁ ରହିଛି ୧୨୩ଟି ପଦବି
ଶିକ୍ଷାଗତ ଯୋଗ୍ୟତା
- ଜୁନିୟର ଇଞ୍ଜିନିୟର: ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ଥିବା ଆବଶ୍ୟକ।
- ଏମ୍ଟିଏସ୍: ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଦଶମ ଶ୍ରେଣୀ ପାସ୍ କରିଥିବା ଦରକାର।
ପ୍ରାର୍ଥୀଙ୍କ ବୟସ ୧୮ରୁ ୨୭ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ସରକାରୀ ନିୟମ ଅନୁସାରେ ବୟସ ସୀମାରେ ଛାଡ଼ ମିଳିବ। ଜୁନିୟର ଇଞ୍ଜିନିୟର ପରୀକ୍ଷା ପାଇଁ ସାଧାରଣ ଜ୍ଞାନ, ଜେନେରାଲ୍ ଇଣ୍ଟେଲିଜେନ୍ସ, ରିଜନିଂ ଓ ଗଣିତ ଆଦି ବିଷୟରୁ ୨୦୦ ମାର୍କର ୨୦୦ଟି ବହୁବିକଳ୍ପୀୟ ପ୍ରଶ୍ନ ପଚରାଯିବ। ସେହିପରି ଏମ୍ଟିଏସ୍ ପରୀକ୍ଷା ପାଇଁ ସାଧାରଣ ଜ୍ଞାନ, ଜେନେରାଲ୍ ଇଣ୍ଟେଲିଜେନ୍ସ, ରିଜନିଂ ଓ ହିନ୍ଦୀ ଆଦି ବିଷୟରୁ ୨୦୦ ମାର୍କର ପ୍ରଶ୍ନ ଆସିବ।
ଉଭୟ ପରୀକ୍ଷା ପାଇଁ ୨ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଛି। ଭୁଲ୍ ଉତ୍ତର ପାଇଁ ନେଗେଟିଭ୍ ମାର୍କିଂ ରହିବ। ଏକ ମାର୍କର ପ୍ରଶ୍ନର ଭୁଲ୍ ଉତ୍ତର ପାଇଁ ୦.୨୫ ମାର୍କ ଏବଂ ଦୁଇ ମାର୍କର ପ୍ରଶ୍ନର ଭୁଲ୍ ଉତ୍ତର ପାଇଁ ୦.୫୦ ମାର୍କ କଟାଯିବ।
ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲା: ଜେଲ୍ ଗଲେ ପୂର୍ବତନ ରାଜ୍ୟସଭା ସାଂସଦ ଭାସ୍କର ରାଓ

1 hour ago
3


