ARTICLE AD BOX
ନୂଆଦିଲ୍ଲୀ: ହ୍ୟାରି ପୋଟର୍ପ୍ରେମୀଙ୍କ ପାଇଁ ଖୁସି ଖବର। ରିଅଲ୍ମି ୧୬ ପ୍ରୋ ୫ଜି ହ୍ୟାରି ପୋଟର୍ ଏଡିସନ୍ର ଭାରତରେ ବିକ୍ରି ଆରମ୍ଭ ହୋଇଛି। ଏହି ସ୍ପେସାଲ୍ ଏଡିସନ୍ର ଦାମ ୬୨,୯୯୯ ଟଙ୍କା ରଖାଯାଇଛି। ଫୋନ୍ଟିର ହାର୍ଡୱେର୍ ସାଧାରଣ ରିଅଲ୍ମି ୧୬ ପ୍ରୋ ୫ଜି ଭଳି ହୋଇଥିବା ବେଳେ ଏଥିରେ ହ୍ୟାରି ପୋଟର୍ ଥିମ୍ର ବିଶେଷ ଡିଜାଇନ୍ ଦିଆଯାଇଛି।
ଏହି ଫୋନ୍ରେ ୨୦୦ମେଗାପିକ୍ସେଲ୍ କ୍ୟାମେରା, ମିଡିଆଟେକ୍ ଡାଇମେନ୍ସିଟି ୭୩୦୦ ମ୍ୟାକ୍ସ ୫ଜି ପ୍ରୋସେସର୍, ୭,୦୦୦ଏମ୍ଏଏଚ୍ ବ୍ୟାଟେରି ଏବଂ ୮୦ ୱାଟ୍ ଫାଷ୍ଟ ଚାର୍ଜିଂ ଭଳି ଫିଚର୍ ରହିଛି।
ରିଅଲ୍ମି ୧୬ ପ୍ରୋ ୫ଜି ହ୍ୟାରି ପୋଟର୍ ଏଡିସନ୍: ଦାମ୍ ଓ ଅଫର୍
ରିଅଲ୍ମି ୧୬ ପ୍ରୋ ୫ଜି ହ୍ୟାରି ପୋଟର୍ ଏଡିସନ୍ର ଦାମ୍ ୬୨,୯୯୯ ଟଙ୍କା। ଏହାକୁ ଭାରତରେ ଫ୍ଲିପ୍କାର୍ଟ ମାଧ୍ୟମରେ କିଣିହେବ।
ଏସ୍ବିଆଇ, ଏଚ୍ଡିଏଫ୍ସି ଓ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡରେ ପେମେଣ୍ଟ କଲେ ୬,୩୦୦ ଟଙ୍କା ପର୍ଯ୍ୟନ୍ତ ତତ୍କାଳ ଡିସ୍କାଉଣ୍ଟ ମିଳିପାରେ। ଏହାସହିତ ଫ୍ଲିପକାର୍ଟ ସହଯୋଗୀ ଏସ୍ବିଆଇ କିମ୍ବା ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ବ୍ୟବହାର କଲେ ୯,୧୩୫ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍ବ୍ୟାକ୍ ମିଳିବ। ଏହାବ୍ୟତୀତ ନୋ-କଷ୍ଟ ଇଏମ୍ଆଇ ଓ ଏକ୍ସଚେଞ୍ଜ୍ ଅଫର୍ ମଧ୍ୟ ଉପଲବ୍ଧ ରହିଛି।
ଆହୁରି ପଢ଼ନ୍ତୁ- Pitru Paksha 2026: ପିତୃପକ୍ଷରେ ଏସବୁ ଜିନିଷ କିଣନ୍ତୁ ନାହିଁ: ଜାଣନ୍ତୁ କ’ଣ ରହିଛି ଏହାର ଧାର୍ମିକ ମାନ୍ୟତା
ହ୍ୟାରି ପୋଟର୍ ଥିମ୍ରେ ଫୋନ୍ର ଡିଜାଇନ୍
ଫୋନ୍ର ପଛପଟେ ବ୍ରାଉନ୍ ରଙ୍ଗର ଲେଦର୍ ଫିନିଶ୍ ଦିଆଯାଇଛି। ପଛ ପ୍ୟାନେଲ୍ରେ ୱିଜାର୍ଡସ୍ ଚେସ୍ରୁ ପ୍ରେରିତ ଏକ ବିଶେଷ ପ୍ୟାଟର୍ନ୍ ରହିଛି। ଫୋନ୍ର ମଝିରେ ହଗୱାର୍ଟସ୍ର ପ୍ରତୀକ ଦିଆଯାଇଛି। ଏହାସହିତ ହ୍ୟାରି ପୋଟର୍ ବ୍ରାଣ୍ଡିଂ ମଧ୍ୟ ଦେଖିବାକୁ ମିଳେ। କ୍ୟାମେରା ମଡ୍ୟୁଲ୍କୁ ମଧ୍ୟ ହ୍ୟାରି ପୋଟର୍ର ଦୁନିଆ ସହିତ ଯୋଡ଼ାଯାଇଛି। କ୍ୟାମେରା ଲେନ୍ସର ଡିଜାଇନ୍ ହ୍ୟାରି ପୋଟର୍ର ପୋଷା ପେଚା ହେଡୱିଗ୍ର ଆଖି ଭଳି ଦେଖାଯାଏ।
ଗିଫ୍ଟ ବକ୍ସରେ ମିଳିବ ଅନେକ ବିଶେଷ ସାମଗ୍ରୀ
ଏହି ସ୍ପେସାଲ୍ ଏଡିସନ୍ ସହିତ ଏକ ବିଶେଷ ହ୍ୟାରି ପୋଟର୍ ଗିଫ୍ଟ ବକ୍ସ ମିଳିବ। ଏହି ବକ୍ସଟି ହ୍ୟାରି ପୋଟର୍ର ଟ୍ରଙ୍କ ଭଳି ଡିଜାଇନ୍ କରାଯାଇଛି। ଗିଫ୍ଟ ବକ୍ସରେ ହଗୱାର୍ଟସ୍ ୱେଲ୍କମ୍ ପ୍ୟାକ୍ ରହିଛି। ଏଥିରେ ହଗ୍ୱାର୍ଟସ୍ ସ୍ବୀକୃତିପତ୍ର, ଟ୍ରେନ୍ ଟିକେଟ୍, ହଗ୍ୱାର୍ଟସ୍ ପ୍ରତୀକ ଥିବା ବୁକ୍ମାର୍କ, ବିଭିନ୍ନ କ୍ୟାରେକ୍ଟର୍ର ପୋଷ୍ଟକାର୍ଡ ଏବଂ ହଗ୍ୱାର୍ଟସ୍ ଲୋଗୋ ଥିବା ଫୋନ୍ କଭର୍ ମିଳିବ। ଏହାସହିତ ଏକ ଫୋନ୍ ପିନ୍ ମଧ୍ୟ ଦିଆଯିବ। ତେବେ ଏହି ବିଶେଷ ଗିଫ୍ଟ ବକ୍ସର ମାତ୍ର ୫,୦୦୦ଟି ୟୁନିଟ୍ ଉପଲବ୍ଧ ରହିବ।
କ୍ୟାମେରା
ଫଟୋ ଉଠାଇବା ପାଇଁ ଫୋନରେ ୨୦୦ ମେଗାପିକ୍ସେଲ୍ର ମୁଖ୍ୟ ପଛ କ୍ୟାମେରା ରହିଛି। ଏହାସହିତ ୮ ମେଗାପିକ୍ସେଲ୍ର ଅଲ୍ଟ୍ରାୱାଇଡ୍ କ୍ୟାମେରା ଦିଆଯାଇଛି। ସେଲ୍ଫି ଏବଂ ଭିଡିଓ କଲ୍ ପାଇଁ ୫୦ ମେଗାପିକ୍ସେଲ୍ର ସାମ୍ନା କ୍ୟାମେରା ମିଳିବ।
ଆହୁରି ପଢ଼ନ୍ତୁ- World Ozone Day 2026 ଏସ୍ପିସିବି ପକ୍ଷରୁ ବିଶ୍ୱ ଓଜୋନ ଦିବସ ୨୦୨୬ ପାଳିତ
ପ୍ରୋସେସର୍ ଓ ଡିସ୍ପ୍ଲେ
ଫୋନରେ ୪ ନାନୋମିଟର୍ ମିଡିଆଟେକ୍ ଡାଇମେନ୍ସିଟି ୭୩୦୦ ମ୍ୟାକ୍ସ ୫ଜି ଚିପ୍ ଦିଆଯାଇଛି। ଗ୍ରାଫିକ୍ସ ପାଇଁ ଆର୍ମ୍ ମାଲି ଜି୬୧୫ ଜିପିୟୁ ରହିଛି।
ଏଥିରେ ୬.୭୮ ଇଞ୍ଚ୍ର ପରଦା ମିଳିବ। ପରଦାର ରିଜୋଲ୍ୟୁସନ୍ ୧୨୭୨ × ୨୭୭୨ ପିକ୍ସେଲ୍। ଏହାର ରିଫ୍ରେସ୍ ରେଟ୍ ୧୪୪ ହର୍ଜ୍ ପର୍ଯ୍ୟନ୍ତ ରହିଛି। ଏଥିରେ ୪୫୦ ପିପିଆଇ ଏବଂ ୧,୪୦୦ ନିଟ୍ସ୍ ପର୍ଯ୍ୟନ୍ତ ବ୍ରାଇଟନେସ୍ ମିଳିବ।
୭,୦୦୦ ଏମଏଏଚ୍ ବ୍ୟାଟେରି
ଫୋନରେ ୭,୦୦୦ ଏମଏଏଚ୍ର ବଡ଼ ବ୍ୟାଟେରି ଦିଆଯାଇଛି। ଏହା ୮୦ ୱାଟ୍ ୱାୟାର୍ଡ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ। ଫୋନ୍ରେ ୫ଜି, ୪ଜି ଏଲ୍ଟିଇ, ୱାଇ-ଫାଇ ୬, ବ୍ଲୁଟୁଥ୍ ୫.୪ ଏବଂ ୟୁଏସ୍ବି ଟାଇପ୍-ସି ପୋର୍ଟ ଭଳି କନେକ୍ଟିଭିଟି ଅପ୍ସନ୍ ମିଳିବ।
ସଫ୍ଟୱେର୍ ଓ ଅନ୍ୟାନ୍ୟ ଫିଚର୍
ଫୋନ୍ଟି ଆଣ୍ଡ୍ରଏଡ୍ ୧୬ ଆଧାରିତ ରିଅଲମି ୟୁଆଇ ୭.୦ରେ ଚାଲିବ। ଏଥିରେ ଦୁଇଟି ସିମ୍ ବ୍ୟବହାର କରିହେବ। ଧୂଳି ଓ ପାଣିରୁ ସୁରକ୍ଷା ପାଇଁ ଆଇପି୬୬, ଆଇପି୬୮, ଆଇପି୬୯ ଏବଂ ଆଇପି୬୯କେ ସୁରକ୍ଷା ମାନ୍ୟତା ମିଳିଛି। ଫୋନ୍ର ଓଜନ ପ୍ରାୟ ୧୯୨ ଗ୍ରାମ୍ ଏବଂ ମୋଟେଇ ୭.୮ ମିଲିମିଟର୍।
ଅଧିକ ଦେଖନ୍ତୂ-

6 days ago
4


