ARTICLE AD BOX
ନୂଆଦିଲ୍ଲୀ: ଉଦ୍ୟୋଗୀ ମାନବ ସରଦାନା ୨୭୧ କୋଟି ଟଙ୍କା ଦେଇ ଏକ ବିଳାସପୂର୍ଣ୍ଣ ପେଣ୍ଟ୍ ହାଉସ୍ କିଣିଛନ୍ତି। ଦେଶରେ ପେଣ୍ଟ୍ ହାଉସ୍ କିଣାବିକାରେ ଏହା ନୂଆ କୀର୍ତ୍ତିମାନ ବୋଲି ବିବେଚନା କରାଯାଉଛି। ଉଦ୍ୟୋଗୀ ତଥା ଇମ୍ପେରିଆଲ ଅଟୋ ଗ୍ରୁପ୍ର ସରଦାନା ଗୁରୁଗ୍ରାମର ଗଲ୍ଫ କୋର୍ସ ରୋଡ୍ସ୍ଥିତ ‘ଡିଏଲ୍ଏଫ୍ ଦ ଡହଲିଆସ୍’ ଉକ୍ତ ବିଳାସପୂର୍ଣ୍ଣ ଘର କିଣିଛନ୍ତି। ପେଣ୍ଟ୍ ହାଉସ୍ର ସୁପର ଏରିଆ ୧୭,୨୦୦ ବର୍ଗଫୁଟ ହୋଇଥିବାବେଳେ କାର୍ପେଟ୍ ଏରିଆ ୧୦,୫୦୦ ବର୍ଗଫୁଟ ରହିଛି।
ସୁପର ଏରିଆ ଅନୁସାରେ ଉକ୍ତ ଘରର ବର୍ଗ ଫୁଟ୍ ପିଛା ମୂଲ୍ୟ ୧ଲକ୍ଷ ୫୮ ହଜାର ଟଙ୍କା ଏବଂ କାର୍ପେଟ ଏରିଆ ଅନୁଯାୟୀ ୨.୬ ଲକ୍ଷ ଟଙ୍କା। ପୂର୍ବରୁ ଲୀନା ଗାନ୍ଧୀ ତିୱାରୀ ମୁମ୍ବାଇର ନମନ ଜାନାରେ ୬୩୯ କୋଟି ଟଙ୍କା ଦେଇ ସମୁଦ୍ର ଆଡ଼କୁ ମୁହଁ କରିଥିବା ଦୁଇଟି ଡୁପ୍ଲେକ୍ସ କିଣିଥିଲେ। ସେହିଭଳି ମାଲାବାର ହିଲ୍ରେ ଜେପି ତାପାରିଆ ୩୬୯ କୋଟି ଟଙ୍କାରେ ଏକ ଟ୍ରିପ୍ଲେକ୍ସ କିଣିଥିଲେ। କିନ୍ତୁ ଉଭୟଙ୍କ କ୍ଷେତ୍ରରେ ଏକାଧିକ ଆପାର୍ଟମେଣ୍ଟ ରହିଥିଲା। ତେଣୁ ସରଦାନାଙ୍କ ପେଣ୍ଟହାଉସ ଭିନ୍ନ ଏବଂ ଏହା ସମ୍ପୂର୍ଣ୍ଣ ଭାବେ ଗୋଟିଏ। ଉଲ୍ଲେଖଯୋଗ୍ୟ, ମାନବ ସରଦାନାଙ୍କ ବାପା ଏସ୍ବି ସରଦାନା ଜଗଜିତ ସିଂହଙ୍କ ମିଶି ଇମ୍ପେରିଆଲ ଅଟୋ ଇଣ୍ଡଷ୍ଟ୍ରିଜ୍ ୧୯୬୯ ମସିହାରେ ସ୍ଥାପନ କରିଥିଲେ।

1 month ago
12


