Rayagada: ପାଣି ଟାଙ୍କି ପରିସରରେ ଗୋହତ୍ୟା ଅଭିଯୋଗ, ୱାଚମ୍ୟାନ୍‌କୁ ଅଟକ ରଖି ପଚରାଉଚରା

2 weeks ago 11
ARTICLE AD BOX

ରାୟଗଡ଼ା (ଶିବ ପ୍ରସାଦ ଦୋରା ): ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଚୁଡ଼ିପଡ଼ା ନିକଟସ୍ଥ ଏକ ପାଣି ଟାଙ୍କି ପରିସରରେ ଗୋହତ୍ୟା ଅଭିଯୋଗକୁ ନେଇ ଚାଞ୍ଚଲ୍ୟ ପ୍ରକାଶ ପାଇଛି। ପାଣି ଟାଙ୍କି ପରିସରରୁ ଗୋମାଂସ ଓ ଶରୀରର କିଛି ଅଂଶ ମିଳିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଖବର ପାଇ ଅମ୍ବାଦଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ: ରବୀନ୍ଦ୍ର ବିଶ୍ୱାଳ

ଘଟଣାରେ ସମ୍ପୃକ୍ତି ସନ୍ଦେହରେ ପୁଲିସ ସେଠାରେ କାର୍ଯ୍ୟରତ ୱାଚମ୍ୟାନ୍‌ଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ତେବେ ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେନେଇ ତଦନ୍ତ ଦାବି କରିଛି ଅମ୍ବାଦଳା ବିଜେପି ମଣ୍ଡଳ। ବିଜେପି ମଣ୍ଡଳ ସମ୍ପାଦକ ରବୀନ୍ଦ୍ର ବିଶ୍ୱାଳ କହିଛନ୍ତି, କେବଳ ୱାଚମ୍ୟାନ୍‌ଙ୍କୁ ଅଟକ ରଖିଦେଲେ ହେବ ନାହିଁ; ଘଟଣା ପଛରେ ଥିବା ସମସ୍ତଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ। ଅନ୍ୟପକ୍ଷରେ, ଅଭିଯୋଗକୁ ଆଧାର କରି ପୁଲିସର ତଦନ୍ତ ଜାରି ରହିଛି। ତଦନ୍ତ ପରେ ହିଁ ଘଟଣାର ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ।

ପୁଲିସ୍ ୨ ଡ୍ରଗ୍ସ ମାଫିଆଙ୍କୁ ଧରିିବାରେ ସଫଳ

Read Entire Article
LEFT SIDEBAR AD

Hidden in mobile, Best for skyscrapers.