ARTICLE AD BOX
ପୁରୀ: ଜନ୍ମବେଦି କଥା ମନେ ପଡ଼ିଲାଣି। ଭକ୍ତଙ୍କୁ ଦେଖିବାକୁ ଉଚ୍ଛୁର ହେଲାଣି ଚକାଆଖି। ରଥ ଉପରେ କାଳିଆ ଧନକୁ ଦେଖିବାକୁ ଚାହିଁ ରହିଲେଣି ଭକ୍ତ। କିଏ ବର୍ଷ ଯାକର ଦୁଃଖକୁ ଗଣ୍ଠିଲି କରି ଆଣିଛି ତ, କାହାକୁ ଚକା ଆଖିର ଆକର୍ଷଣ କାହିଁ କେତେ ଦୂରରୁ ଟାଣି ଆଣିଛି। ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ବଡ଼ଦାଣ୍ଡ ମାର୍ଜନା ସରିଛି। ହରିବୋଲ, ଜୟ ଜଗନ୍ନାଥ ଧ୍ବନିରେ ଶ୍ରୀକ୍ଷେତ୍ର କମ୍ପୁଛି। ବଡ଼ଦାଣ୍ଡରେ ଭକ୍ତମାନେ ଡେରା ପକାଇଲେଣି। ଭକ୍ତମାନେ ବଡ଼ଦାଣ୍ଡ ଓ ଶରଧାବାଲିକୁ ଆଲିଙ୍ଗନ କରି ରାତି ପାହିବାକୁ ଅପେକ୍ଷା କରିଛନ୍ତି। ଆଧ୍ୟାତ୍ମିକ ଆଡ଼ମ୍ବର ଏବଂ ଆବେଗର କୋଳାହଳରେ ଶ୍ରୀକ୍ଷେତ୍ର ପାଲଟିଛି ସ୍ବର୍ଗପୁର। ଏଣେ ଗୁଣ୍ଡିଚା ରାଣୀ ଅଥୟ। ମାଉସୀମା’ ବି ଅଥୟ। ଭକ୍ତ ଅଥୟ, ରଥ ବି ଅଥୟ।
ଆସନ୍ତାକାଲି ଅପରାହ୍ଣ ୪ଟାରେ ରଥଟଣା
ଗୁରୁବାର ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବରୁ ଆଜି ରଥ ଶ୍ରୀମନ୍ଦିର ସମ୍ମୁଖ ଭାଗକୁ ନିଆଯାଉଛି। ପ୍ରଥମେ ବିଧି ଅନୁଯାୟୀ ରଥଖଳାରୁ ଆଜ୍ଞାମାଳ ବିଜେ ପରେ ପ୍ରଥମେ ନନ୍ଦିଘୋଷ ରଥ ସିଂହଦ୍ବାର ସମ୍ମୁଖରେ ପହଞ୍ଚିଛନ୍ତି। ଏହାପରେ ଦର୍ପଦଳନ ଓ ତାଳଧ୍ବଜ ସିଂହଦ୍ବାର ଅଭିମୁଖେ ଆସୁଛନ୍ତି। ନୀତିକାନ୍ତି ଯଥାରିତି ଚାଲିଛି। ରଥଯାତ୍ରା ପାଇଁ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇସାରିଛି। ଆସନ୍ତାକାଲି ଅପରାହ୍ଣ ୪ଟାରେ ରଥଟଣା ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
Hospital: ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘ଇଣ୍ଡସ୍ କଫ୍’ ମେସିନ୍ ଉଦ୍ଘାଟିତ

1 month ago
14


