ARTICLE AD BOX
ଝରିଗାଁ: ଆଜି ପବିତ୍ର ରଥଯାତ୍ରା। ଏହି ଯାତ୍ରାରେ ଭଉଣୀଭାଇଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ମନ୍ଦିରକୁ ବାହାରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ନିର୍ଦ୍ଧାରିତ ସମୟରେ ଶ୍ରୀଜୀଉଙ୍କ ସକାଳ ଧୂପ ଖେଚୁଡ଼ି ଭୋଗ ପରେ ରଥ ପ୍ରତିଷ୍ଠା କାର୍ଯ୍ୟ ହୋଇଥିଲା। ଏହାପରେ ଆରମ୍ଭ ହୋଇଥିଲା ତିନି ଠାକୁରଙ୍କ ପହଣ୍ଡି ବିଜେ। ରଥାରୁଢ଼ ଶ୍ରୀଜୀଉଙ୍କ ଛେରାପହଁରା ନୀତିକାନ୍ତି ସମ୍ପୂର୍ଣ୍ଣ ହୋଇଥିଲା।
ସ୍ଥାନୀୟ ତହସିଲଦାର ସୁମନ୍ତ ପାତ୍ର ହାତରେ ଖଡ଼ିକା ଧରି ରଥରେ ଛେରାପହଁରା କରିଥିଲେ।ରଥରେ ଘୋଡା ଲାଗି ପରେ ତିନି ଠାକୁରଙ୍କର ରଥ ଟଣା ଆରମ୍ଭ ହୋଇଥିଲା। ଘଣ୍ଟ ଘଣ୍ଟା, ଝାଞ୍ଜ, ଶଙ୍ଖ ମୃଦଙ୍ଗ ଓ କରତାଳରେ ଭକ୍ତମାନଙ୍କ ଗହଣରେ ରଥ ଟଣାଯାଇଥିଲା।ଡାହୁକ ଭାବେ ବାବୁଲି ସେଠୀ ତୁଲାଇ ଆସୁଛନ୍ତି।ସୁରକ୍ଷା ନେଇ ସ୍ଥାନୀୟ ଥାନା ଅଧିକାରୀ ରଚିତା ମାଡକାମୀ ଓ ପୋଲିସ ଟିମ ସହ ଜଗନ୍ନାଥ ମନ୍ଦିର କମିଟି ସଦସ୍ୟ ପ୍ରମୁଖ ରହି ପରିଚାଳନା କରିଥିଲେ।
ସେହିପରି ବର୍ଷା ସ୍ୱତ୍ତ୍ୱେ ଝରିଗାଁ ତଥା ଆଖପାଖ ଅଞ୍ଚଳର ବହୁ ଭକ୍ତଙ୍କ ସମାଗମ ହୋଇଥିଲା।ବର୍ଷାରେ ଭିଜି ଭିଜି ଭକ୍ତ ମାନେ ଆଗ୍ରହ ସହ ରଥ ଟାଣି ଥିଲେ। ବର୍ଷା ଯୋଗୁଁ ବ୍ୟବସାୟୀ ମାନେ ଭଲ ବ୍ୟବସାୟ କରି ପରି ନଥିଲେ।ବିଶେଷ କରି ଆଦିବାସୀ ମାନେ ଯାତ୍ରାକୁ ଆସି ପାଚିଲା ପଣସ ଅଧିକ ମାତ୍ରାରେ ନେଉଥିବା ଦେଖିବାକୁ ମିଳିଛି।
ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମାର ରଥଯାତ୍ରା ୨୬ ବର୍ଷରେ ପଦାର୍ପଣ କରିଛି।୨୦୦୦ ମସିହାରେ ଝରିଗାଁ ସଦର ମହକୁମା ଠାରେ ରଥଯାତ୍ରା କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ପ୍ରଥମେ ଅସ୍ଥାୟୀ ଗୃହରେ ଜଗନ୍ନାଥ ମନ୍ଦିର ଆରମ୍ଭ ହୋଇଥିଲା।କିଛ ବର୍ଷ ଅସ୍ଥାୟୀ ଗୃହରେ ତିନି ଠାକୁରଙ୍କ ପୂଜା ଚାଲିବା ପରେ ସ୍ଥାନୀୟ ଜନ ପ୍ରତିନିଧି ଓ ଗ୍ରାମବାସୀଙ୍କ ସହାୟତାରେ ନୂତନ ଜଗନ୍ନାଥ ମନ୍ଦିର ସହ ପାର୍ଶ୍ୱ ଦେବା ଦେବୀଙ୍କ ମନ୍ଦିର ନିର୍ମାଣ ହୋଇଥିଲା।ବର୍ତ୍ତମାନ ନୂତନ ମନ୍ଦିରରେ ତିନି ଠାକୁରଙ୍କ ପୂଜା କରାଯାଉଛି।

7 hours ago
1


