Rath Yatra: ଶ୍ରୀଧାମ ରଥଯାତ୍ରାରେ ୭ ହଜାର ଭକ୍ତ

8 hours ago 2
ARTICLE AD BOX

କାଳିଆପାଣି (ରବି ନାରାୟଣ କର): କାଳିଆପାଣି ଟାଟାଷ୍ଟିଲ ସୁକିନ୍ଦା କ୍ରୋମାଇଟ୍‌ ଖଣି କଲୋନି ପରିସର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ(ଶ୍ରୀଧାମ)ରୁ କଲୋନି ପରିସରସ୍ଥ ମାଉସୀମା’ ମନ୍ଦିରକୁ ଜିଉମାନଙ୍କ ରଥଯାତ୍ରା ସଂପନ୍ନ ହୋଇଛି। ଗତକାଲି ବିଳମ୍ବିତ ରାତିରୁ ମୂଷଳ ଧାରାରେ ବର୍ଷା ପରେ ଅପରାହ୍ଣରୁ ଅନୁକୂଳ ପାଗ ପାଇଁ ୭ ହଜାରରୁ ଅଧିକ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦେଇ ରଥ ଟାଣିଥିଲେ। 

ଗତକାଲି ସକାଳ ଜିଉମାନଙ୍କ ନବଯୌବନ ବେଶ ଓ ପାରମ୍ପରିକ ପୂଜାବିଧି ସମ୍ପାଦିତ ‌ହୋଇଥିଲା। ଆଜି ରଥଖଳାରେ ସଂପୂର୍ଣ୍ଣ ରଥସ୍ନାନ ପରେ ହୋମଯଜ୍ଞ କରାଯାଇ ରଥ ପ୍ରତିଷ୍ଠା କରାଯାଇଥିଲା। ଶ୍ରୀଧାମ ସମ୍ମୁଖରୁ ରଥଖଳା ପର୍ଯ୍ୟନ୍ତ ସଜ୍ଜା ଯାଇଥିଲା। ସୂର୍ଯ୍ୟପୂଜା, ମଙ୍ଗଳ ଆଳତି, ଅବକାଶ, ମଇଲମ ଓ ନୀତିଭୋଗ ପରେ ଅପରାହ୍ଣ ସାଢ଼େ ୪ଟାରୁ ଗୋଟି ପହଣ୍ଡି କରାଯାଇ ଜିଉମାନଙ୍କୁ ରଥାରୁଢ଼ କରାଯାଇଥିଲା। ଫୁଲ ଓ ତୁଳସୀ ମାଳରେ ଜିଉମାନଙ୍କୁ ସଜା ଯାଇଥିଲା। 

ସୁକିନ୍ଦାଗଡ଼ ରାଜ ପରିବାର ସଦସ୍ୟ ଜ୍ୟୋତି ପ୍ରକାଶ ସିଂହଦେଓ ଛେରା ପହଁରା କରିଥିଲେ। ସଂଧ୍ୟା ୬ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଥିଲା। ମଠ ଖୋକସାରୁ ନିମନ୍ତ୍ରିତ ସଂକୀର୍ତ୍ତନ ମଣ୍ଡଳୀ ନେତୃତ୍ବରେ କଲରଙ୍ଗି ଓ କାଳିଆପାଣି ସଂକୀର୍ତ୍ତନ ମଣ୍ଡଳୀ ରଥ ଆ‌ଗରେ ଭଜନ କୀର୍ତ୍ତନ ଜାରି ରଖିଥିଲେ। ଶ୍ରୀଧାମରୁ ଜଗାବଳିଆ ମାର୍କେଟ୍, ତାରିଣୀ ମାର୍କେଟ୍‌, ମହାବୀର ବଜାର ଓ ଗଣେଶ ବଜାର ପରେ ଟାଟାଷ୍ଟିଲ ମେନଗେଟ୍‌ରୁ ପୂର୍ବମୋଡ଼ ନିଆଯିବା ପରେ ସେଠାରୁ କେବଳ ମହିଳାଙ୍କ ଦ୍ବାରା ମାଉସୀ’ମା ମନ୍ଦିରକୁ ରଥଟଣା ଯାଇଥିଲା। 

ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ପ୍ରଧାନ ଓ ଏଏସ୍‌ଆଇ ପ୍ରଶାନ୍ତ କୁମାର ପଲେଇଙ୍କ ନେତୃତ୍ବରେ ପୁଲିସ ଓ ଟାଟାଷ୍ଟିଲ ନିରାପତ୍ତା ବାହିନୀ ରଥ ଚାରିପାଖେ ରହି ଆଇନଶୃଙ୍ଖଳା ନିୟନ୍ତ୍ରଣ କରିଥିଲେ। ସେବାୟତ ପରିଷଦ ପକ୍ଷରୁ ଉପେନ୍ଦ୍ର ନାରାୟଣ ଦାସ ଅଧିକାରୀ, ମାୟାଧର ଶତପଥୀ, ବିଦ୍ୟାଧର କର, ବିଦ୍ୟାଧର ଶତପଥୀ, ସଚ୍ଚିଦାନନ୍ଦ ଶତପଥୀ, ସତ୍ୟବ୍ରତ ପାଣି, ଶଙ୍କର୍ଷଣ ପଣ୍ଡା ପୂଜାପାଠ କରିଥିଲେ। ବିନୟ କୁମାର ସାହୁ, ହେମନ୍ତ କୁମାର ଦାଶ ଓ ସୁଶାନ୍ତ ପ୍ରଧାନ ଧାରା ବିବରଣୀ ଓ ଜଗନ୍ନାଥ ସଂସ୍କୃତି ପ୍ରଚାର କରିଥିଲେ। ଜଗନ୍ନାଥ ସେବା ସମିତି ପକ୍ଷରୁ ଇଂ ନିହାର ରଞ୍ଜନ ମିତ୍ର, ଇଂ ନବୀନ ଶ୍ରୀବାସ୍ତବ, ସଞ୍ଜୀବ କୁମାର ସାହୁ, ବିକାଶ କୁମାର ପାତ୍ର, କନକଲତା ସର୍ଦ୍ଦାର, ଇଂ ଚିରଞ୍ଜୀବ ମଲ୍ଲିକ, ଇଂ ସ୍ମୃତିରଞ୍ଜନ ଦାସ, ପ୍ରମୋଦ ଚନ୍ଦ୍ର ରାଉତ, ଇଂ ସନ୍ତୋଷ କୁମାର ପଣ୍ଡା, ପ୍ରଶାନ୍ତ କୁମାର ଦାସ, ଶିବ ସୁନ୍ଦର ଦାସ, ଶିଶିର କୁମାର ସାହାଣୀ, ବ୍ରିଜେଶ ମହାନ୍ତି, ବିଭୁରଞ୍ଜନ ଦାସ, ଶ୍ୟାମ ପ୍ରସାଦ ମହାରଣା, ଅବକାଶ ପ୍ରଧାନ, ଅମିତ କୁମାର ଓ ନୀଳମଣି ଓଝା ଏବଂ ବଜରଙ୍ଗଦଳ ପକ୍ଷରୁ ଦିଲ୍ଲୀପ ଦ୍ବିବେଦୀ, ମାନସ ବାରିକ, ସଞ୍ଜୀବ ପୁହାଣ, ରୁଦ୍ର ମହାପାତ୍ର, ପ୍ରଭାତ ନାଥ, ପ୍ରଦୀପ ପାତ୍ର ପ୍ରମୁଖ ସହଯୋଗ କରିଥିଲେ।


Read Entire Article
LEFT SIDEBAR AD

Hidden in mobile, Best for skyscrapers.