Rath Yatra: ରଥାରୂଢ଼ ହେଲେ ଜଗନ୍ନାଥ, ନନ୍ଦିଘୋଷ ରଥରେ ବିରାଜମାନ ବିଶ୍ୱବ୍ରହ୍ମାଣ୍ଡର ନାଥ

16 hours ago 1
ARTICLE AD BOX

ପୁରୀ: ରଥାରୂଢ଼ ହେଲେ ପ୍ରଭୁ ଜଗନ୍ନାଥ । ବଡ଼ ଭାଇ ଏବଂ ସାନ ଭଉଣୀ ରଥରେ ବିରାଜମାନ ପରେ କାଳିଆ ସାଆନ୍ତ ସର୍ବଶେ‌ଷରେ ନନ୍ଦିଘୋଷ ରଥରେ ବିରାଜମାନ କରିଛନ୍ତି । ପବିତ୍ର ରଥଯାତ୍ରାର ସବୁଠାରୁ ପ୍ରତୀକ୍ଷିତ ଓ ଭାବପୂର୍ଣ୍ଣ ମୁହୂର୍ତ୍ତ ହେଉଛି ବିଶ୍ୱବ୍ରହ୍ମାଣ୍ଡର ନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ଓ ରଥାରୂଢ଼ ହେବା । ପ୍ରଭୁଙ୍କର ଏହି 'ଧାଡ଼ି ପହଣ୍ଡି' ଦେଖିବା ପାଇଁ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ।

ରଥାରୂଢ଼ ହେଲେ ପ୍ରଭୁ ଜଗନ୍ନାଥ

ଯେତେବେଳେ ପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରର ସାତପାହାଚ ଦେଇ ବାହାରକୁ ଆସନ୍ତି, ସେତେବେଳେ ସମଗ୍ର ଆକାଶ ପାତାଳ 'ଜୟ ଜଗନ୍ନାଥ' ଓ 'ହରିବୋଲ' ଧ୍ୱନିରେ ପ୍ରକମ୍ପିତ ହୋଇଉଠେ। ଶହ ଶହ ଘଣ୍ଟୁଆଙ୍କ ଘଣ୍ଟ ନାଦ, କାହାଳୀ ଓ ଶଙ୍ଖର ପବିତ୍ର ଧ୍ୱନି ଏକ ଅଲୌକିକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରେ। ପ୍ରଭୁଙ୍କ ମସ୍ତକରେ ସୁଦୃଶ୍ୟ 'ଟାହିଆ' ଶୋଭା ପାଉଥାଏ। ଦଇତାପତି ସେବାୟତମାନେ ପ୍ରଭୁଙ୍କୁ କାନ୍ଧରେ ବୋହି ଧୀରେ ଧୀରେ ଝୁଲାଇ ଝୁଲାଇ ଆଣନ୍ତି। ପ୍ରଭୁଙ୍କର ଏହି ଗଜଗାମୀ ଚାଲି ବା 'ପହଣ୍ଡି'ର ଦୃଶ୍ୟ ଏତେ ମନୋରମ ଯେ, ଏହାକୁ ଦେଖି ଭକ୍ତମାନେ ଭାବବିହ୍ୱଳ ହୋଇ ନିଜକୁ କୃତାର୍ଥ ମଣନ୍ତି।

ଅଧିକ ପଢନ୍ତୁ: Rath Yatra: ଆସ୍ଥା, ଭକ୍ତି ଓ ବିଶ୍ୱାସର ଜୀବନ୍ତ ପ୍ରତୀକ ‘ପ୍ରଭୁ ଜଗନ୍ନାଥ’

ଶେଷରେ, ଭକ୍ତବତ୍ସଳ ପ୍ରଭୁ ଜଗନ୍ନାଥ ନିଜର ବିଶାଳ 'ନନ୍ଦିଘୋଷ' ରଥ ଉପରେ ବିଜେ କରିଛନ୍ତି । ରଥାରୂଢ଼ ହେବା ପରେ ପ୍ରଭୁଙ୍କୁ ବିଭିନ୍ନ ପୁଷ୍ପମାଲ୍ୟ ଓ ବେଶରେ ସଜ୍ଜିତ ହେବେ । ଏହା ହେଉଛି ସେହି ମୁହୂର୍ତ୍ତ, ଯେଉଁଠି ପତିତପାବନ ଜଗନ୍ନାଥ ମନ୍ଦିରର ଚାରିକାନ୍ଥ ଭିତରୁ ବାହାରକୁ ଆସି ଅଶେଷ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ନିଜ ପ୍ରଭୁଙ୍କୁ ରଥ ଉପରେ ଦର୍ଶନ କରି ଜୀବନ ସାର୍ଥକ କରନ୍ତି । ଏହି ରଥାରୂଢ଼ ପରମ୍ପରା ଜଗନ୍ନାଥ ସଂସ୍କୃତିର ସର୍ବୋଚ୍ଚ ମାନବୀୟ ଲୀଳାର ଏକ ଅନନ୍ୟ ପ୍ରତୀକ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.