Rath Yatra: ରଥଯାତ୍ରାରେ ଭକ୍ତଙ୍କୁ ବଣ୍ଟାଗଲା ଖେଚୁଡ଼ି ଭୋଗ

11 hours ago 1
ARTICLE AD BOX

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଓ ଦେବତ୍ତୋର ବିଭାଗ ତରଫରୁ ଘୋଷଯାତ୍ରା ମହାଆଡମ୍ବରରେ ବିଧି ବଦ୍ଧ ଭାବେ ପାଳିତ ହୋଇଯାଇଛି। ପାଗ ଅନୁକୂଳ ରହିଥିବାରୁ ପଡୋଶୀ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼, ମଦନପୁର ରାମପୁର ବ୍ଲକ ସହ ମୁନିଗୁଡ଼ା, ବିଷମକଟକ, କୋଲନରା, କାଶିପୁର ଓ ସଦରରୁ ହଜାର ହଜାର ଭକ୍ତ ଆସି ଯୋଗ ଦେଇଥିଲେ। 

ଏହି ପରିପେକ୍ଷିରେ ଶ୍ରୀଜିଉଙ୍କ ସକାଳ ଧୂପ ମଙ୍ଗଳ ଆଳତି ଅବକାଶ ସହ ଖେଚୁଡ଼ି ଭୋଗ ପରସା ଯାଇଥିଲା। ପରେ ପରେ ପୂଜକମାନେ ଠାକୁର ମାନଙ୍କୁ ପୁଷ୍ପମାଲ୍ୟରେ ସୁସଜିତ କରି ରଥ ପ୍ରତିଷ୍ଠା ପରେ ୧୨ଘଣ୍ଟିକାରେ ମଙ୍ଗଳା ରୋପଣ ସାରିଥିଲେ। ଅପରାହ୍ନ ୩ଘଣ୍ଟିକାରେ ସେବାୟତ ମାନେ ଗୋଟି ପହଣ୍ଡିରେ ତିନି ଠାକୁରଙ୍କୁ ରଥାରୁଡ଼ କରିଥିଲେ।ରଥ ଉପରେ ତିନି ଠାକୁର ଭକ୍ତଙ୍କୁ ଦର୍ଶନ ଦେବା ପରେ ରଥ ଟଣା ସମ୍ପନ୍ନ କରାଯାଇଥିଲା। 

Puri Rath Yatra Pushing and shoving: ପୁରୀ ରଥଯାତ୍ରାରେ ଠେଲାପେଲା, ଦୁଇ ଭକ୍ତ ମୃତ, ସଂଖ୍ୟାଧିକ ଆହତ

ଏହି ରଥଟଣାକୁ ସୁରୁଖୁରୁରେ ସମ୍ପନ୍ନ ନିମନ୍ତେ ସ୍ଥାନୀୟ ପୁଲିସ ତରଫରୁ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଥିଲା। କୌଣସି ଅଘଟଣ ଏଡାଇବା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ଓ ଅଗ୍ନିଶମ ବିଭାଗ ସଜାଗ ରହିଥିବା ଦେଖିବାକୁ ମିଳିଥିଲା। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.