ARTICLE AD BOX
ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ):କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରିର ଜଗନ୍ନାଥ ମନ୍ଦିରରେ ଅଣସର ଘରେ ଗୋପନ ନୀତି ପରେ ଜ୍ବରରେ ପଡ଼ିଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ଖଡ଼ି ଲାଗି ହୋଇଛି। ୧୫ଦିନର ଅଣସର ଶେଷ କରି ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।
ମଙ୍ଗଳବାର ଦିନ ମହାପ୍ରଭୁଙ୍କ ମହା ଆଳତି ସହ ନବଯୌବନ ବେଶ ଦର୍ଶନ କରିଛନ୍ତି ଭକ୍ତ। ଏହାସହ ରଥ ଯାତ୍ରା ପାଇଁ ଚୂଡାନ୍ତ ପ୍ରସ୍ତୁତି ଶେଷ ହୋଇଛି।ତିନି ରଥ ନିର୍ମାଣ ପରେ ଆଜ୍ଞା ମାଳ ପ୍ରଦାନ କରାଯାଇ ମନ୍ଦିର ସମ୍ମୁଖରେ ଗାନ୍ଧୀ ଛକ ରେ ରଖାଯାଇଥିଲା। ସନ୍ଧ୍ୟାରେ ତିନି ରଥରେ ନେତ ବନ୍ଧାଯାଇ ପୂଜାପାଠ କରାଯାଇ ନେତ ଉତ୍ସବ ପାଳନ କରାଯାଇଥିବା ବେଳେ ସନ୍ଧ୍ୟାରେ ଚତୁର୍ଦ୍ଧାମୁରତୀଙ୍କ ନିକଟରେ ଦୀପ ଧୂପ ମହା ଆଳତି କରାଯାଇ ଥିଲା।
Elephant of the Rath Yatra: ରଥଯାତ୍ରାର ଶେଷ ହାତୀର ଦୁଃଖଦ ଅନ୍ତ: ମାୟା ଲଗାଇ ପ୍ରାଣ ହାରିଥିଲା ‘ଲକ୍ଷ୍ମୀ’
ମନ୍ଦିର ପୂଜକ ଅଚ୍ୟୁତାନନ୍ଦ ପଣ୍ଡା, ମାନସ ପଣ୍ଡା, ଚନ୍ଦ୍ରଶେଖର ପଣ୍ଡା ସମସ୍ତ ରୀତିନୀତି ସମ୍ପନ୍ନ କରିଥିବା ବେଳେ ମନ୍ଦିର ପରିଚାଳନା କମିଟି ସଭାପତି ସମୀର କୁମାର ପାଢୀ,ଉପସଭାପତି ଲକ୍ଷ୍ମଣ ଆଚାର୍ଯ୍ୟ, ସମ୍ପାଦକ ଅରୁଣ ଷଡଙ୍ଗୀ, ସହ ସମ୍ପାଦକ ସଞ୍ଜୟ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ଗଣେଶ୍ୱର ପାଢ଼ୀ, ସଭ୍ୟ ହେମନ୍ତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରଥ ନିର୍ମାତା ବିଶ୍ଵକର୍ମା ବିଶ୍ବମ୍ବର ମହାରଣା, ବାସୁଦେବ ମହାରଣା ରଥ ମନ୍ଦିର ସମ୍ମୁଖରେ ରଖିବା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପି ରାମେଶ୍ୱର ପାତ୍ର, ମଙ୍ଗୁଳୁ ସାହୁ, ଦଣ୍ଡପାଣି ପାଢ଼ୀଙ୍କ ସମେତ ବହୁ ଭକ୍ତ ସହଯୋଗ କରିଥିଲେ। ସ୍ଥାନୀୟ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଜରାଯାଇଥିଲା।

1 hour ago
1


