Rath Yatra: ଡାକିଲାଣି ଗୁଣ୍ଡିଚା ଘର...ଭାଇଭଉଣୀଙ୍କୁ ଧରି ଧାଇଁ ଆସୁଛନ୍ତି କାଳିଆ ସାଆନ୍ତ

15 hours ago 1
ARTICLE AD BOX

ପୁରୀ: ଆଜି ପବିତ୍ର ରଥଯାତ୍ରା।  ଗୁଣ୍ଡିଚା ଘର ଆସିବାକୁ ଗୋଡ଼ ଟେକି ଚାହିଁ ବସିଛନ୍ତି ଆମ କାଳିଆ ସାଆନ୍ତ। ସମସ୍ତଙ୍କ ନଜର ଶ୍ରୀକ୍ଷେତ୍ରର ପବିତ୍ର ଗୁଣ୍ଡିଚା ମନ୍ଦିର ଉପରେ। ଭକ୍ତଙ୍କ ଅପେକ୍ଷା ସହ ଗୁଣ୍ଡିଚା ଘର ମଧ୍ୟ ଚାହିଁ ବସିଛି କେବେ ଚତୁର୍ଦ୍ଧାମୂର୍ତ୍ତି ରଥରେ ବିରାଜମାନ ହୋଇ ଭକ୍ତଙ୍କ ସମୁଦ୍ରରେ ବୁଡ଼ିବୁଡ଼ି ଆସି ପହଞ୍ଚିବେ। ମହାପ୍ରଭୁଙ୍କ ଆଗମନ ପାଇଁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। 

ମହାପ୍ରଭୁ  ଶ୍ରୀଜଗନ୍ନାଥ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଯିବେ । ନବଦିନାତ୍ମକ ଯାତ୍ରା ସାରି ବାହୁଡ଼ା ଦଶମୀରେ ପୁଣି ଭାଇଭଉଣୀଙ୍କ ସହ ଶ୍ରୀମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ । ତେବେ  ଗୁଣ୍ଡିଚା କିଏ ? କାହିଁକି ପ୍ରତିବର୍ଷ ମହାପ୍ରଭୁ ରଥରେ ବସି ଏଠାକୁ ଯାତ୍ରା କରନ୍ତି ? ଏହି ବିଷୟରେ ଶାସ୍ତ୍ରରେ କ’ଣ ଉଲ୍ଲେଖ ରହିଛି  ଆସନ୍ତୁ ଜାଣିବା....

ଝୁଲି ଝୁଲି ଆସୁଛି କାଳିଆ, ଜଗାକୁ ଦେଖିବାକୁ ଭକ୍ତ ପାଗଳ ପ୍ରାୟ

ଶ୍ରୀଗୁଣ୍ଡିଚା ମନ୍ଦିର ହେଉଛି ମହାପ୍ରଭୁଙ୍କ ଜନ୍ମସ୍ଥାନ । ମହାପ୍ରଭୁଙ୍କ ଶ୍ରୀବିଗ୍ରହକୁ ଏହି ସ୍ଥାନରେ ନିର୍ମାଣ କରାଯାଇଥିଲା । ରାଜା ଇନ୍ଦ୍ରଦ୍ୟୁମ୍ନ ସହସ୍ର ଅଶ୍ଵମେଧ ଯଜ୍ଞ କରି ମହାପ୍ରଭୁଙ୍କ ଶ୍ରୀବିଗ୍ରହ ନିର୍ମାଣ କରାଇଥିଲେ । ଇନ୍ଦ୍ରଦ୍ୟୁମ୍ନ ପ୍ରଥମେ ମହାପ୍ରଭୁଙ୍କୁ ଏହି ସ୍ଥାନରେ ଦର୍ଶନ କରିଥିଲେ । ଏଣୁ ଏହାକୁ ମହାବେଦୀ ତଥା ଆଡ଼ପ ମଣ୍ଡପ କୁହାଯାଏ ।

ଗୁଣ୍ଡିଚା କିଏ ?

କିମ୍ବଦନ୍ତୀ ଅନୁସାରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପତ୍ନୀ ନାମ ଥିଲା ଗୁଣ୍ଡିଚା । ରାଣୀ ଗୁଣ୍ଡିଚାଙ୍କ ନାମରେ ଗୁଣ୍ଡିଚା ମନ୍ଦିର ନାମକରଣ ହୋଇଥିବା ଶ୍ରୀମନ୍ଦିର ସେବାୟତମାନେ ମତ ଦିଅନ୍ତି। ମହାପ୍ରଭୁ ଯେତେବେଳେ ରାଣୀ ଗୁଣ୍ଡିଚାଙ୍କୁ ବର ପ୍ରଦାନ କରିଥିଲେ ସେ ସମୟରେ ରାଣୀ ତାଙ୍କୁ ପ୍ରତିବର୍ଷ ଏହି ସ୍ଥାନକୁ ଆସିବା ପାଇଁ କହିଥିଲେ । ମହାପ୍ରଭୁ ମଧ୍ୟ ରାଣୀଙ୍କ କଥା ରଖିବେ ବୋଲି ବଚନ ଦେଇଥିଲେ । ନିଜର ବଚନକୁ ରକ୍ଷା କରି ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ମହାପ୍ରଭୁ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିର ଯାତ୍ରା କରିଥାନ୍ତି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.