ARTICLE AD BOX
କଟକ: କଟକରେ ଉତ୍ସାହ, ଉଦ୍ଧୀପନା ସହ ଶ୍ରୀଜିଉଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଛି। ସହରର ଚାନ୍ଦିନୀଚୌକ, ଦୋଳମୁଣ୍ଡାଇ, ରାଣୀହାଟ ସମେତ ଯୋବ୍ରା, ତୁଳସୀପୁର, ପିଠାପୁର, ମହାନଦୀବିହାର, ଶଙ୍କରପୁର ଏବଂ ପ୍ରଥମ କରି ସିଡିଏ ସେକ୍ଟର-୬ରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହାଛଡ଼ା ବିଦ୍ୟାଧରପୁର, ଗତିରାଉତପାଟଣା, ଜଗତପୁର ସମେତ କଟକ ସଦର ଅଞ୍ଚଳରେ ରଥଯାତ୍ରା ଅନୁୂଷ୍ଠିତ ହୋଇଥିଲା। ରଥଯାତ୍ରା ପାଇଁ ସହର ଉତ୍ସବମୁଖର ହୋଇପଡ଼ିଥିଲା। ବର୍ଷା ସତ୍ତ୍ବେ ଶହଶହ ଭକ୍ତ ସମାଗମ ହୋଇଥିଲା।
ଶ୍ରଦ୍ଧାଳୁମାନେ ରଥ ଟାଣି ମାଉସୀ ମା’ଙ୍କ ମନ୍ଦିରରେ ପହଞ୍ଚାଇଥିଲେ। ପୁଲିସ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ବିଭିନ୍ନ ରଥଯାତ୍ରା କମିଟି ଦ୍ଵାରା ଅନୁଷ୍ଠିତ ହେଉଥିବା ରଥଯାତ୍ରାରେ ଯୋଗଦେଇଥିଲେ। ପରମ୍ପରା ଅନୁଯାୟୀ ରାଣୀହାଟ ବଳଦେବଜିଉ ରଥଯାତ୍ରା କମିଟି ପକ୍ଷରୁ ଆୟୋଜିତ ରଥଯାତ୍ରାରେ ଜିଲ୍ଲାପାଳ ଛେରା ପହଁରା କରିଥିଲେ। ଏହା ପରେ ପରେ ଭକ୍ତମାନଙ୍କ ଦ୍ଵାରା ରଥଟଣା ଅନୁଷ୍ଠିତ ହୋଇଥିଲା।

8 hours ago
1


