Rath Yatra Mishaps Across Odisha ଯାତ୍ରାରେ ବିଭିନ୍ନ ସ୍ଥାନରୁ ଦୁଃଖଦ ଖବର: ପାରଳାଖେମୁଣ୍ଡିରେ ନାବାଳକ ମୃତ, ପାରାଦୀପରେ ରଥ କଳସ ଖସି ୨ ଗୁରୁତର

4 hours ago 1
ARTICLE AD BOX

ପାରଳାଖେମୁଣ୍ଡି/ପାରାଦୀପ/ରଗଡ଼ି: ଗଜପତିଜିଲ୍ଲା ପାରଳାଖେମୁଣ୍ଡିରେ ଆଜି ରଥଯାତ୍ରାର ପ୍ରଥମ ଦିନରେ ଅଭାବନୀୟ ଘଟଣା ଘଟିଛି। ମୀନାବଜାରରେ ରାମଦୋଳିରେ ଖେଳିବା ବେଳେ ବିଦ୍ୟୁତ୍‌ ଆଘାତରେ ଜଣେ ନାବାଳକ ପ୍ରାଣ ହରାଇଛନ୍ତି। ମୃତକଜଣକ ହେଲେ, ପାରଳାଖେମୁଣ୍ଡି ଫ୍ରେଣ୍ଡ୍ସ କଲୋନି ତୃତୀୟ ଗଳିର ବିନୋଦ ବେହେରା (୧୫)। ସାଙ୍ଗମାନଙ୍କ ସହ ବିନୋଦ ସନ୍ଧ୍ୟାରେ ମୀନାବଜାର ରାମଦୋଳିରେ ଖେଳିବା ସମୟରେ ହଠାତ୍ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲେ। ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଖବର ଲେଖାଯିବା ସୁଦ୍ଧା, ଘଟଣାକୁ କେନ୍ଦ୍ର କରି ଡାକ୍ତରଖାନାରେ ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ପହଞ୍ଚିଛି। ରାମଦୋଳି ଆୟୋଜକଙ୍କ ଅବହେଳାକୁ ପରିବାରବର୍ଗ ଦାୟୀ କରିଛନ୍ତି।

ରଥ କଳସ ଖସି ୨ ଗୁରୁତର

ପାରାଦ୍ଵୀପ:  ପାରାଦ୍ଵୀପ ରଥଯାତ୍ରା ରେ ଘଟିଛି ଏକ ଅଘଟଣ। ରଥ ର ଉପର କଳସ ଖସି ପଡ଼ିବାରୁ ଦୁଇଜଣ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ ଅଠରବାଙ୍କି ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତ ହେଲେ ଏରସମା ଗଡବିଶୁନୁପୁର ଅଞ୍ଚଳର ବିଦ୍ୟାଧର ପ୍ରାଧାନ ଓ ସ୍ଥାନୀୟ ଜଗନ୍ନାଥ କଲୋନୀ ବଙ୍ଗାଳୀ ପଡା ର ଜ୍ୟୋସ୍ନାମୟୀ ମଣ୍ଡଳ। ରଥ ମାଉସୀ ମା ମନ୍ଦିର ପାଖାପାଖି ହୋଇଥିବା ବେଳେ ହଠାତ୍ ରଥର ଉପର କଳସ ଏକ ଗଛ ଡାଳରେ ବାଡ଼େଇ ହୋଇ ଡାଳ ସହିତ କଳସ ତଳକୁ ଖସି ପଡିଥିଲା। ରଥ ସାଙ୍ଗରେ ଚାଲୁଥିବା ଜ୍ୟୋସ୍ନାମୟୀ ଓ ବିଦ୍ୟାଧର ଙ୍କ ଉପରେ ପଡିଥିଲା।

Puri Rath Yatra Incident ପୁରୀ ରଥଯାତ୍ରାରେ ଅଘଟଣ: ଗୁମୁଟରେ ଅଟକିଲେ ଶ୍ରୀଜଗନ୍ନାଥ, ଠେଲାପେଲା, ୨ ମୃତ ଓ ୭ରୁ ଊର୍ଦ୍ଧ୍ବ ଆହତ

ବିଦ୍ୟାଧରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଜ୍ୟୋସ୍ନାମୟୀଙ୍କ ଛାତିରେ ଅଘାତ ହୋଇଛି। ଉଭୟଙ୍କ ନିଃଶ୍ଚେତ ହୋଇଯାଇଥିବା ବେଳେ ତାଙ୍କୁ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ ପକ୍ଷରୁ ସେମାନଙ୍କ ପରିବାରକୁ ମଧ୍ୟ ଖବର ଦିଆଯାଇଥିବା ଆଇଆଇସି ପ୍ରକାଶ କରିଛନ୍ତି।

ରଥଯାତ୍ରାରେ ସପରିବାର ସାମିଲ ଥିବାବେଳେ ଘରେ ପଶି ଲୁଟ୍‌

ରଗଡ଼ି:  କୋରେଇ ଥାନା ତଳଗଡ଼ ପଞ୍ଚାୟତ ନୂଆଗଡ଼ ଗ୍ରାମର ସ୍ମୃତି ରଞ୍ଜନ ଦାସଙ୍କ ବାସଭବନରୁ ଗୁରୁବାର ୬୦/୭୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗ୍ରାମରେ ରଥଯାତ୍ରା ଚାଲୁଥିଲାବେଳେ ସପରିବାର ଏଥିରେ ସାମିଲ ହୋଇଥିଲେ। ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ଘରେ ପଶି ଟଙ୍କା ନେଇ ପଳାଇ ଯାଇଥିବା ପରିବାର ଲୋକେ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.