Rath Yatra In Rupra: ମହାପ୍ରଭୁଙ୍କ ଲୀଳା ବଡ ବିଚିତ୍ର; ଛାଡ଼ିଲା ବର୍ଷା, ଜୁଟିଲେ ଭକ୍ତ

10 hours ago 1
ARTICLE AD BOX

ରୁପ୍ରା (ଅଜୟ ସେନାପତି):କଳାହାଣ୍ଡି ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ସମେତ ପଲମ, ଲାଖଗୁଡା, ସରିଆଁ, ତୁଲାପଡା, ରୁପ୍ରାରୋଡ଼, ମlଣ୍ଡେଲ ଓ ବୁଢ଼ୀପଦର ଠାରେ ଶାନ୍ତି ଶୃଙ୍ଖଳା ମଧ୍ୟରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛିl ରୁପ୍ରା ଦଧିବାମନ ମନ୍ଦିର ଠାରେ ଗୁରୁବାର ସକାଳୁ ରୀତିନୀତି ଅନୁଯାୟୀ ମହାପ୍ରଭୁଙ୍କ ପୂଜା ପାଠ କରାଯାଇଥିଲାl ତେବେ ଏହିସବୁ ଅଞ୍ଚଳରେ ମଙ୍ଗଳବାର ରାତିରୁ ଝିପିଝିପି ବର୍ଷା ଲାଗିରହିଥିଲା, ମାତ୍ର ଗୁରୁବାର ଅପରାହ୍ନରୁ ହଠାତ ବର୍ଷା ଛାଡି ଯିବାରୁ ଜଗନ୍ନାଥ ମହାପ୍ରଭୁଙ୍କ ଲୀଳା ବଡ ବିଚିତ୍ର ବୋଲି ଉପସ୍ଥିତ ଥିବା ଶ୍ରଦ୍ଧାଳୁ ଭକ୍ତମାନେ କହିଥିଲେl ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ରୁପ୍ରା ରଥଯାତ୍ରାରେ ଅଂଚଳର  ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା l ଜୟ ଜଗନ୍ନାଥ ଧ୍ୱନିରେ ଅଂଚଳ ପ୍ରକମ୍ପିତ ହୋଇଥିଲା। ଛେରାପହରା ସହ ମହାପ୍ରଭୁ ରଥାରୁଢ଼ ହେବାପରେ ପରମ୍ପରା ଅନୁଯାୟୀ ଛୋଟ ଶିଶୁ ମାନଙ୍କ ରଥ ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମରେ ଜଗନ୍ନାଥ ମନ୍ଦିର ପୂଜକ ବିନୋଦ ବିହାରୀ ମିଶ୍ରଙ୍କ ସମେତ ଆଦିତ୍ୟ ମିଶ୍ର, ନାରାୟଣ ପାଢ଼ୀ, ବଂଶୀଧର ପାଢ଼ୀ, ଅକ୍ଷୟ ବେହେରା ଓ ମଧୁ ପୁଝlରୀ ପୂଜାପାଠ କରିଥିଲେl କର୍ତ୍ତା ହରେକୃଷ୍ଣ ବେହେରା ଓ ଉମାକାନ୍ତ ସାହୁ ଦାୟିତ୍ୱ ନିର୍ବାହ କରିଥିଲେ, ଅପରାହ୍ନ ସାଢେ ୫ଟାରେ ରଥ ଟଣା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୭ଟାରେ ଜଗନ୍ନାଥ ମହାପ୍ରଭୁଙ୍କ ରଥ ମାଉସୀ ମନ୍ଦିରକୁ ପହଞ୍ଚିଥିଲାl ଜଗନ୍ନାଥ ମନ୍ଦିର କମିଟିର ସମ୍ପାଦକ ବିଷ୍ଣୁ ସେନାପତି, ସଭାପତି ମୃତ୍ୟୁଞ୍ଜୟ ବେହେରା, ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ମହେଶ୍ୱର ସାହୁ, ସମ୍ପାଦକ ଗୌର ଚନ୍ଦ୍ର ଭୋଇ, ପୂର୍ଵ ସରପଞ୍ଚ ଶ୍ୟାମ ସୁନ୍ଦର ସେନାପତିଙ୍କ ଉପସ୍ଥିତରେ କମିଟିର ସମସ୍ତ କର୍ମକର୍ତ୍ତା, ସ୍ବେଛାସେବୀ, ରୁପ୍ରା ଡ୍ରାଇଭର ମହାସଂଘ  ଓ ପଲମ ଫାଣ୍ଡି ପକ୍ଷରୁ ଶାନ୍ତି ଶୃଙ୍ଖଳା ଦାୟିତ୍ୱ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲାl

Read Entire Article
LEFT SIDEBAR AD

Hidden in mobile, Best for skyscrapers.