ARTICLE AD BOX
ଉଲୁଣ୍ଡା (କୁଶ ବଘାର):ସୁବର୍ଣ୍ଣପୁରଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପାତାଳି ଶ୍ରୀକ୍ଷେତ୍ରରେ ଆଜି ଶ୍ରୀଗୁଣ୍ଡିଚା ରଥଯାତ୍ରା ଅନୁଷ୍ଠିତ ହୋଇଥିଲାl ଚତୁର୍ଦ୍ଧାମୂତ୍ତିଙ୍କୁ ଶ୍ରୀମନ୍ଦିରରୁ ଧାଡ଼ି ପହଣ୍ଡିରେ ତ୍ରିକୂଟ ପାହାଡ଼ରୁ ତଳକୁ ଅଣlଯାଇଥିଲା ଛେରାପହଁରାରେ ରେଡମ ଗୌନ୍ତିଆ ନରସିଂହ ପଧାନ, ମିତ୍ର ଭାନୁ ମହାକୁର, ସତ୍ୟ ନାରାୟଣ ତ୍ରିପାଠୀ ସହଯୋଗ କରିଥିଲେl ରଥା ରୂଢ ହେଲll
ପରେ ଗ୍ରାମର ଗଡ଼ତ୍ୟା ଚମରl ଅମାତ ଏକ ଶୋଭାଯାତ୍ରାରେ ଆସି ତିନି ରଥରେ ଛେରାପହଁରା କରିଥିଲେl ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇ ଥିଲା ସୁଭଦ୍ରା ରଥକୁ ମହିଳାମାନେ ଟାଣିଥିଲେl ପାତାଳି ରଥଯାତ୍ରାକୁ ଛକ ପର୍ଯ୍ୟନ୍ତ ଟାଣି ନିଆଯାଇଥିଲା ଆସନ୍ତାକାଲି ରଥ ଟାଣି ଆଡପ ପହଣ୍ଡି ଅପରାହ୍ନ ୨ଟା ସମୟରେ ଅନୁଷ୍ଠିତ ହେବl
ଆଜିର କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବା ପାଇଁ ବୀରମହାରାଜପୁର ଉପଜିଲ୍ଲାପାଳ ଅଜିତ କୁମାର ମିର୍ଧା, ବୀରମହାରାଜପୁର ଏସଡିପିଓ ହେମନ୍ତ ରାଓ, ଆଇଆଇସି ଯଯାତି କେଶରୀ ସାହୁ ଯୋଗ ଦେଇଥିଲେ। ପାତାଳି ସେନା, ଏନସିସି ସୋନପୁର, ସ୍ୱାସ୍ଥ୍ୟ, ଅଗ୍ନିଶମ ସେବା, ସହଯୋଗ କରିଥିଲେl
ଧାରା ବିବରଣୀରେ ରାଜମନୀ ସାହୁ ହରିଶ୍ଚନ୍ଦ୍ର ହୋତା, ପlରେଶ୍ଵର ବଘାର ସହଯୋଗ କରିଥିଲେ। ଭଜନ କାର୍ଯ୍ୟକ୍ରମରେ ପାତାଳି ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା l ଗାୟକ ରେ ସୁଦର୍ଶନ ବିଶ୍ୱାଳ, କାର୍ତିକ ଭୁକ୍ତା, ରତ୍ନା ତ୍ରିପାଠୀ, ମହେଶ ଶତପଥି,ଇପ୍ସିତା ପ୍ରିୟ ଦର୍ଶିନୀ ପାଢ଼ୀ ଗୀତ ଗାଈ ଥିବା ବେଳେ ବାଦ୍ୟଯନ୍ତ୍ରରେ ରାଜେଶ ଶତପଥି, ଢୋଲରେ ପୃଥ୍ୱୀରାଜ ଜଗଦଳା ଉପସ୍ଥିତ ରହି କାର୍ଯ୍ୟକ୍ରମ କରି ଥିଲେl ପାତାଳି ଟ୍ରଷ୍ଟର ସଭ୍ୟ ପୂର୍ଣଚନ୍ଦ୍ର ପାଢ଼ୀ ସଂଯୋଜନା କରିଥିଲେl ପ୍ରବଳ ବର୍ଷା ସତ୍ୱେ ପ୍ରବଳ ଭକ୍ତ ଙ୍କ ଭିଡ଼ ଲାଗି ରହିଥିଲାl

11 hours ago
1


