ARTICLE AD BOX
ସୁନ୍ଦରଗଡ଼: ସାବତ ବାପାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛି ଝିଅ। ଲେଫ୍ରିପଡ଼ା ଥାନା ଅଞ୍ଚଳରେ ଘଟିଛି ଏମିତି ଏକ ଲଜ୍ଜାଜନକ ଘଟଣା। ଏତଲା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସାବତ ବାପାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ମଦ ପିଇ ମାଙ୍କୁ ମାରପିଟ କରୁଥିଲା
ଅଭିଯୋଗ ଅନୁସାରେ, ପୀଡ଼ିତାଙ୍କ ବାପାଙ୍କ ମୃତ୍ଯୁ ପରେ ମା' ଅନ୍ଯ ଜଣେ ବ୍ଯକ୍ତିଙ୍କୁ ଦ୍ବିତୀୟ ପତି ରୂପେ ଗ୍ରହଣ କରିଥିଲେ। ହେଲେ ସେ ବ୍ଯକ୍ତି ଜଣକ ସବୁବେଳେ ମଦ ପିଇ ମାଙ୍କୁ ମାରପିଟ କରୁଥିଲା। ଏଥିରେ ମା ଅତିଷ୍ଠ ହୋଇ ଅନ୍ଯତ୍ର ଚାଲିଗଲେ। ଝିଅ ଓ ପୁଅ ସାବତ ବାପା ପାଖରେ ରହିଗଲେ। ୩ ମାସ ତଳେ ଝିଅ ଘରେ ଏକା ଥିବାବେଳେ ସାବତ ବାପ ବଳପୂର୍ବକ ଦୁଷ୍କର୍ମ କରିବା ସହ କାହାକୁ କହିଲେ ଜୀବନରୁ ମାରିଦେବ ବୋଲି ଧମକ ଦେଇଥିଲା। ଝିଅ ଭୟରେ କାହାକୁ କିଛି ନ କହିବାରୁ ଜହ୍ଲାଦ ବ୍ଯକ୍ତି ଝିଅକୁ ବାରମ୍ବାର ଦୁଷ୍କର୍ମ କରିଚାଲିଲା। ପାଶବିକ ଅତ୍ଯାଚାର ଅସହ୍ଯ ହେବାରୁ ପୀଡ଼ିତା ଲେଫ୍ରିପଡ଼ା ଥାନାରେ ଏତଲା ଦେଇଥିଲେ। ପୁଲିସ ତୁରନ୍ତ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଭା।

2 hours ago
2


