Rape Accuse Arrested: ନାବାଳିକାକୁ ଦୁଷ୍କର୍ମ କରି ଫେରାର ଥିବା ଅଭିଯୁକ୍ତ ୯ବର୍ଷ ପରେ ଗିରଫ

2 months ago 16
ARTICLE AD BOX

ଚଣ୍ଡିଖୋଲ: ଜଣେ ନାବାଳିକାକୁ ଦୁଷ୍କର୍ମ କରି ୨୦୧୭ ମସିହାରୁ ଫେରାର ଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ସୂଚନା ମୁତାବକ ବଡ଼ଚଣା ଥାନା ଅନ୍ତର୍ଗତ ଭୂଷଣ୍ଡପୁର ପଞ୍ଚାୟତ ମହାଖଳା ଗ୍ରାମର ଲକ୍ଷ୍ମୀଧର ଦେହୁରୀ ଜଣେ ନିରୀହ ନାବାଳିକାକୁ ଦୁଷ୍କର୍ମ କରିଥିଲା। ତେବେ ଏନେଇ ସେତେବେଳେ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇ ନ୍ୟାୟ ଭିକ୍ଷା କରାଯାଇଥିଲା।

ଅଭିଯୋଗ ଆଧାରରେ ଏନେଇ ଥାନାରେ ପସ୍କୋ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଲକ୍ଷ୍ମୀଧରକୁ ଧରିବା ପାଇଁ ଉଦ୍ୟମ ଜାରି ରଖାଯାଇଥିବା ବେଳେ ସେ ସେହି ଦିନ ଠାରୁ ଫେରାର ହୋଇଯାଇଥିଲା। ତେବେ ଲକ୍ଷ୍ମୀଧର ନିଜ ଘରକୁ ଆସିଥିବା ସୂଚନା ପାଇ ଥାନାଧିକାରୀ ଜଗଦୀଶ କର ଗତକାଲି ସନ୍ଧ୍ୟାରେ ସଦଳବଳେ ସେଠାକୁ ଯାଇ ତାଙ୍କୁ ଗିରଫ କରିଥିଲେ। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନାଧିକାରୀ ଶ୍ରୀ କର ସୂଚନା ଦେଇଛନ୍ତି। 

attempted rape case ବାପାଙ୍କ ବନ୍ଧୁ ଝିଅକୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଗିରଫ

Read Entire Article
LEFT SIDEBAR AD

Hidden in mobile, Best for skyscrapers.