Raksha Bandhan 2026: ଶ୍ରୀ ଜଗନ୍ନାଥଙ୍କୁ ରାଖୀ ବାନ୍ଧିଲେ ୨୦୦୦ରୁ ଅଧିକ ମହିଳା

1 hour ago 2
ARTICLE AD BOX

ରାୟପୁର: ଛତିଶଗଡ଼ର ରାଜଧାନୀ ରାୟପୁରର ଗାୟତ୍ରୀନଗରସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ମହା ସମାରୋହରେ ପାଳନ କରାଯାଇଛି। ଏହି ଅବସରରେ ପ୍ରାୟ ୨୧୦୦ ଜଣ ମାତା ଓ ଭଉଣୀ, ମହାପ୍ରଭୁ  ଶ୍ରୀ ଜଗନ୍ନାଥଙ୍କୁ ବିଧିପୂର୍ବକ ଓ ଶ୍ରଦ୍ଧାର ସହିତ ରାଖୀ ପିନ୍ଧାଇ ଥିଲେ। ଏହି ପବିତ୍ର ପାର୍ବଣ ଉପଲକ୍ଷେ ସମଗ୍ର ମନ୍ଦିର ପରିସର ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନି, ବୈଦିକ ମନ୍ତ୍ରୋଚ୍ଚାର ତଥା ଆଧ୍ୟାତ୍ମିକ ଉଚ୍ଛ୍ଵାସରେ ମୁଖରିତ  ହୋଇଉଠିଥିଲା। 

ରାଖୀ ପୂର୍ଣିମା ଦୃଷ୍ଟିରୁ ବଢ଼ି ଭୋରରୁ ମନ୍ଦିରରେ ମହିଳାମାନଙ୍କର ଭାରି ଭିଡ଼ ଲାଗିଥିଲା। ଉପସ୍ଥିତ ସହସ୍ରାଧିକ ମାଆ ଓ ଭଉଣୀମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମକୁ କେନ୍ଦ୍ରକରି ପ୍ରବଳ ଆନନ୍ଦ, ଉଲ୍ଲାସ, ଉତ୍ସାହ ଏବଂ ଉଦ୍ଦୀପନା ପରିଲ୍ଲଖିତ କରାଯାଇଥିଲା। ମାତା ଓ ଭଉଣୀମାନେ ଭଗବାନଙ୍କୁ ମହିଳା  ମାନଙ୍କର ସୁରକ୍ଷା, ସମ୍ମାନ ଓ ସଶକ୍ତିକରଣ ପାଇଁ ପ୍ରାର୍ଥନା କରିଥିଲେ।

ସମାବେଶକୁ ସମ୍ବୋଧନ କରି ଉତ୍ସବର ମୁଖ୍ୟ ଆୟୋଜକ, ସ୍ଥାନୀୟ ବିଧାୟକ ଏବଂ ଜଗନ୍ନାଥ ସେବା ସମିତିର ଅଧ୍ୟକ୍ଷ ପୁରନ୍ଦର ମିଶ୍ର ଭଗବାନ ଜଗନ୍ନାଥଙ୍କୁ ରକ୍ଷା ସୂତ୍ର ଅର୍ପଣ କରିବା କେବଳ ଏକ ଧାର୍ମିକ ଆସ୍ଥା ନୁହେଁ ବରଂ ଏହି ପରମ୍ପରା ସମାଜରେ ଭାଇ-ଭଉଣୀର ପବିତ୍ର ସମ୍ପର୍କ, ପାରିବାରିକ ସଂସ୍କାର, ପରସ୍ପର ମଧ୍ୟରେ ପ୍ରେମ ଓ ନାରୀଜାତିକୁ ସମ୍ମାନ ପ୍ରଦର୍ଶନର ସ୍ଵାକ୍ଷର ବହନ କରୁଥିବା ସୁଚାଇଥିଲେ। ମାତୃଶକ୍ତି ଭଗବାନ ଜଗନ୍ନାଥଙ୍କ ନିକଟରେ ପ୍ରଦେଶ ଓ ଦେଶର ସୁଖ, ଶାନ୍ତି, ସମୃଦ୍ଧି ଓ ସୁରକ୍ଷା ପାଇଁ କାମନା କରିଥିବା ଶ୍ରୀ ମିଶ୍ର କହିଛନ୍ତି । ଭଗବାନ ଜଗନ୍ନାଥ ସ୍ୱାମୀ ସମସ୍ତଙ୍କ ଉପରେ କୃପା ରଖିବା ଏବଂ ସମାଜରେ ଶ୍ରଦ୍ଧା, ସଦ୍‌ଭାବନା ଓ ଭାଇଚାରା ବଜାୟ ରଖିବା ପାଇଁ ସେ ପ୍ରାର୍ଥନା କରିଛନ୍ତି। ବହୁ  ସଂଖ୍ୟା ରେ ପହଞ୍ଚି କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତ ମାତା-ଭଉଣୀ, ଜନପ୍ରତିନିଧି, କାର୍ଯ୍ୟକର୍ତ୍ତା, ସମାଜସେବୀ ଓ ଶ୍ରଦ୍ଧାଳୁଙ୍କୁ ଶ୍ରୀ ମିଶ୍ର ଧନ୍ୟବାଦ ଜଣାଇଥିଲେ।

Air India flight: ରାୟପୁରରେ ଏୟାର ଇଣ୍ଡିଆ ବିମାନ ସହ ପକ୍ଷୀ ଧକ୍କା: ବଡ଼ ବିପଦରୁ ବର୍ତ୍ତିଲେ ଯାତ୍ରୀ
                                       
ଉତ୍ସବରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯଥା: ଜନପ୍ରତିନିଧି,ସମାଜସେବୀ ଓ ନେତ୍ରୁ ମଣ୍ଡଳୀ ଆଦି ସାମିଲ ହୋଇ ଥିଲେ। ସେମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ଲକ୍ଷ୍ମୀ ବର୍ମା, ପୂର୍ବତନ ସାଂସଦ ସରୋଜ ପାଣ୍ଡେ, ଭାଜପା ଜିଲ୍ଲା ସଭାପତି ରମେଶ ସିଂହ ଠାକୁର, ଭାଜପା ମହିଳା ମୋର୍ଚାର ପ୍ରଦେଶ ସଭାପତି ବିଭା ଅବସ୍ଥୀ, ରାୟପୁରର ମେୟର ମୀନଲ ଚୌବେ ଏବଂ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ମମତା ସାହୁ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

ଏହା ବ୍ୟତୀତ ଭାଜପାର ମୁଖପାତ୍ ପୀୟୂଷ ମିଶ୍ର, ମଣ୍ଡଳ ଅଧ୍ୟକ୍ଷ ରାମ ପ୍ରଜାପତି, ଦଲବିନ୍ଦର ବେଦୀ, ଜିଲ୍ଲା ମନ୍ତ୍ରୀ ଅର୍ଚନା ହୁକରେ, ନଗର ନିଗମ ଏମ୍.ଆଇ.ସି. ସଦସ୍ୟ ମହେନ୍ଦ୍ର ଖୋଡ଼ିୟାର, ସଞ୍ଜନା ସନ୍ତୋଷ ହିୟାଲ, ଅମର ଗିଦ୍ୱାନୀ, ସନ୍ତୋଷ ସୀମା ସାହୁ, ପାର୍ଷଦ ମହେଶ ଧ୍ରୁବ, କୈଲାଶ ବେହେରା, ମହେଶ ବଘେଲ, ରାଜେଶ ଗୁପ୍ତା, ପୁଷ୍ପା ରୋହିତ ସାହୁ, ସ୍ୱପ୍ନିଲ ମିଶ୍ର ଜୀ, ମମତା ସୋନୁ ତିୱାରୀ, ଜ୍ଞାନଚନ୍ଦ ଚୌଧୁରୀ ଏବଂ  ଆକାଶ ତିୱାରୀ ପ୍ରମୁଖ ମଧ୍ୟ କାର୍ଯ୍ୟକ୍ରମରେ ଭାଗନେଇ ଥିଲେ। ଆଗନ୍ତୁକ ସମସ୍ତ  ଶ୍ରଦ୍ଧାଳୁମାନଙ୍କ ପାଇଁ ଆୟୋଜନ ସମିତି ତରଫରୁ ଭୋଜନର ବ୍ୟବସ୍ଥା କରାଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.