ARTICLE AD BOX
ଭୁବନେଶ୍ବର: ‘ଆମ ଓଡ଼ିଶା’ ପକ୍ଷରୁ ଆଜି ସମଗ୍ର ରାଜ୍ୟରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ନିଶା ନିବାରଣ ବ୍ରତ ପାଳନ ହୋଇଯାଇଛି। ରାଜ୍ୟର ୩୧୪ଟି ବ୍ଲକ୍ ଏବଂ ବିଭିନ୍ନ ପୌରାଞ୍ଚଳରେ ପ୍ରାୟ ୫୦ ହଜାରରୁ ଅଧିକ ଭାଇଭଉଣୀ ଏଥିରେ ସାମିଲ ହୋଇଥିଲେ। ମୋଟ୍ ୩୭୦ଟି କେନ୍ଦ୍ରରେ ୨୨୮୨୯ ଜଣ ଭଉଣୀ ୨୨୭୬୭ ଜଣ ଭାଇଙ୍କ ହାତରେ ରାଖୀ ବାନ୍ଧି ନିଶାବର୍ଜନ ପାଇଁ ଶପଥ କରାଇଥିଲେ।
Nepal flood: ନେପାଳକୁ ବିଶ୍ବରୁ ସହାୟତାର ହାତ ବଢ଼ିଲା
ରାଖୀ ପୂର୍ଣ୍ଣିମାରେ ‘ଆମ ଓଡ଼ିଶା’ର ନିଶା ନିବାରଣ ବ୍ରତ କାର୍ଯ୍ୟକ୍ରମ
୩୭୦ କେନ୍ଦ୍ରରେ ସାମିଲ ହେଲେ ୫୦ ହଜାରରୁ ଅଧିକ ଭାଇଭଉଣୀ
ଆଜି ସକାଳୁ ‘ଆମ ଓଡ଼ିଶା’ର ରକ୍ଷାବନ୍ଧନ ଉତ୍ସବ ସ୍ଥଳରେ ଭଉଣୀମାନେ ଭାଇମାନଙ୍କ ହାତରେ ‘ଆମ ଓଡ଼ିଶା’ର ରାଖୀ ବାନ୍ଧିବା ସହିତ ଶୁଭକାମନା ଜଣାଇଥିଲେ। ପରସ୍ପରକୁ ଚକଲେଟ୍ ଓ ମିଠା ଖୁଆଇ ସମ୍ପର୍କର ଡୋରି ଯୋଡ଼ିଥିଲେ। ଉପସ୍ଥିତ ସଦସ୍ୟମାନେ ନିଶା ନ ଛୁଇଁବା ପାଇଁ ଶପଥ ନେଇଥିଲେ। ଆମ ସମୟର ସବୁଠୁ ବଡ଼ ଓଡ଼ିଆ ପରିବାର ‘ଆମ ଓଡ଼ିଶା’ ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ଏବଂ ସମ୍ବାଦ ଭବନରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବ ଆୟୋଜନ ହୋଇଥିଲା।
Rakhi Purnima: କେବେ ପାଳିତ ହେବ ରାଖୀ ପୂର୍ଣ୍ଣିମା ୨୦୨୬: ୨୭ ନା ୨୮ ଅଗଷ୍ଟ?
ସେହିପରି ବାଲେଶ୍ବର ଜୋନ୍ର ୫୭ଟି କେନ୍ଦ୍ରରେ ୫୪୩୬ ଜଣ, ବ୍ରହ୍ମପୁର ଜୋନ୍ରେ ୪୩ଟି କେନ୍ଦ୍ରରେ ୪୪୨୮ଜଣ, ଭୁବନେଶ୍ବର ଜୋନ୍ରେ ୪୩ଟି କେନ୍ଦ୍ରରେ ୫୫୯୫ଜଣ, କଟକ ଜୋନ୍ର ୪୪ଟି କେନ୍ଦ୍ରରେ ୬୮୯୦ଜଣ, ଅନୁଗୁଳ ଜୋନ୍ର ୧୭ଟି କେନ୍ଦ୍ରରେ ୧୯୧୭ଜଣ, ଯାଜପୁର ଜୋନ୍ରେ ୨୬ଟି କେନ୍ଦ୍ରରେ ୨୩୨୯ଜଣ, ଜୟପୁର ଜୋନ୍ର ୪୫ଟି କେନ୍ଦ୍ରରେ ୪୬୯୮ ଜଣ, ରାଉରକେଲା ଜୋନ୍ର ୨୦ଟି କେନ୍ଦ୍ରରେ ୪୦୭୦ ଜଣ, ସମ୍ବଲପୁର ଜୋନ୍ର ୩୩ଟି କେନ୍ଦ୍ରରେ ୩୪୯୬ ଜଣ, ବଲାଙ୍ଗୀର ଜୋନ୍ର ୪୨ଟି କେନ୍ଦ୍ରରେ ୬୭୩୭ ଜଣ ଭାଇଭଉଣୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ‘ସମ୍ବାଦ ସାହିତ୍ୟଘର’ କର୍ମକର୍ତ୍ତା ଓ ‘ସମ୍ବାଦ’ର ଶୁଭେଚ୍ଛୁମାନଙ୍କ ଯୋଗଦାନକୁ ପ୍ରଶଂସା କରିବା ସହିତ ଓଡ଼ିଶା ସମ୍ପୂର୍ଣ୍ଣ ନିଶାମୁକ୍ତ ହେବା ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ ବୋଲି ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

2 hours ago
1


