Rajya Sabha: ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବେ ହରଦୀପ ପୁରୀ

34 minutes ago 1
ARTICLE AD BOX

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ ଆଗାମୀ ରାଜ୍ୟସଭା ନିର୍ବାଚନରେ ମଧ୍ୟପ୍ରଦେଶରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବେ । ୨ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ରକୁ ନିର୍ବାଚନ ଅଧିକାରୀ ରଦ୍ଦ କରିଦେବା ପରେ ଏହା ସ୍ପଷ୍ଟ ହୋଇଛି । ସୂଚନାନୁଯାୟୀ, ପ୍ରାର୍ଥିପତ୍ର ଯାଞ୍ଚର ଶେଷ ଦିନରେ ୨ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ରାଜକୁମାର ଲୋହାନୀ ଓ କାନ୍ତେ ସୟାନ୍ନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାଖ୍ୟାତ ହୋଇଯାଇଛି । ଇତିମଧ୍ୟରେ କଂଗ୍ରେସ ନେତା ହେମନ୍ତ କଟାରେଙ୍କ ସମେତ ୨ ଜଣ ସ୍ୱାଧୀନ ପ୍ରାର୍ଥୀ ପୁରୀଙ୍କ ପ୍ରାର୍ଥିପତ୍ରକୁ ବିରୋଧ କରିଛନ୍ତି । ଫର୍ମ-୨୬ରେ ଦାଖଲ ତାଙ୍କ ସତ୍ୟପାଠ ଅବୈଧ ଏବଂ ଅସମ୍ପୂର୍ଣ୍ଣ ବୋଲି ସେମାନେ ଅଭିଯୋଗ କରିଛନ୍ତି ।

Political controversy: ମୋଦୀଙ୍କ ସହ ରାହୁଲଙ୍କ ବିତର୍କ ଆହ୍ବାନର ଜବାବ ଦେଲେ ରିଜିଜୁ

ତେବେ ନିର୍ବାଚନ ଅଧିକାରୀ ଉମେଶ ଶର୍ମା ଅଭିଯୋଗଗୁଡ଼ିକର ଯାଞ୍ଚ କରିବା ପରେ କହିଛନ୍ତି ଯେ ପୁରୀ ଜନପ୍ରତିନିଧି ଆଇନର କୌଣସି ବ୍ୟବସ୍ଥାର ଉଲ୍ଲଂଘନ କରିନାହାନ୍ତି । ତାଙ୍କ ପ୍ରାର୍ଥିପତ୍ରରେ କୌଣସି ତ୍ରୁଟି ନଥିବା ନିର୍ବାଚନ ଅଧିକାରୀ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ଅନ୍ୟପକ୍ଷରେ, କଂଗ୍ରେସ ଏହାକୁ ଭାରତୀୟ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି ଅଭିହିତ କରିଛି । ଏହା ବିରୋଧରେ ଦଳ କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କଂଗ୍ରେସ ବିଧାୟକ ଆତିଫ ଅକିଲ ଏକ ବିବୃତି ଜାରି କରି କହିଛନ୍ତି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.