ARTICLE AD BOX
କଟକ: ଦଳୀୟ ହୁଇପ୍ ନମାନି ରାଜ୍ୟସଭା ନିର୍ବାଚନରେ କ୍ରସ୍ଭୋଟିଂ କରିଥିବା ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପ୍ରସଙ୍ଗ ନେଇ ହାଇକୋର୍ଟରେ ଦାୟର ଆବେଦନ ଗୁଡ଼ିକର ଆଜି ନୂତନ ଖଣ୍ଡପୀଠରେ ଶୁଣାଣି ହୋଇଛି। ପୂର୍ବରୁ ମାମଲା ଶୁଣାଣି କରୁଥିବା ଜଷ୍ଟିସ୍ ଆର.କେ.ପଟ୍ଟନାୟକ ଆବେଦନ ଗୁଡ଼ିକର ଶୁଣାଣି ଅନ୍ୟ ଖଣ୍ଡପୀଠରେ କରିବା ପାଇଁ କହିଥିଲେ। ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଆଜି ଜଷ୍ଟିସ୍ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିଲା। ତେବେ ପୁଣି ବିଧାନସଭା ବାଚସ୍ପତିଙ୍କ ନିକଟକୁ ଏହି ମାମଲା ଶୁଣାଣି ଓ ନିଷ୍ପତ୍ତି ପାଇଁ ପଠାଯିବା ପ୍ରସଙ୍ଗରେ ଜବାବ ରଖିବାକୁ ପ୍ରତିପକ୍ଷଙ୍କୁ ହାଇକୋର୍ଟ କହିଛନ୍ତି। ଆଜି ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଦଳର ହୁଇପ୍ ମାନି ନଥିବା ଓ ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ଥିବା ଅଭିଯୋଗ ଆଣି ୮ଜଣ ବିଧାୟକଙ୍କ ବିରୋଧରେ ବାଚସ୍ପତିଙ୍କ ନିକଟରେ ବିଜେଡି ଦାଖଲ କରିଥିବା ପିଟିିସନକୁ ବିନା ଶୁଣାଣିରେ ଖାରଜ କରାଯାଇଥିଲା। ବିଷୟବସ୍ତୁ, ତଥ୍ୟ ପ୍ରମାଣ କିମ୍ବା ଯୁକ୍ତିକୁ ବିଚାର ନକରି ବୈଷୟିକ ବା ପ୍ରକ୍ରିୟାଗତ କାରଣରୁ ଏପରି ପିଟିସନ୍ ଖାରଜ କରାଯାଇଥିଲା।
Dead: ଇଞ୍ଜିନିୟରଙ୍କ ଆତ୍ମହତ୍ୟା ଘଟଣା: ଦରମା ଓ ଘର ହସ୍ତାନ୍ତର ପାଇଁ ଚାପ ଅଭିଯୋଗ
ଅଭିଯୋଗ ଉପରେ ଉପଯୁକ୍ତ ଭାବେ ଶୁଣାଣି ନ କରି, ଆବେଦନକାରୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ପିଟିସନ୍ ଖାରଜ କରାଯାଇଥିଲା। ପିଟିସନରେ ଥିବା ତ୍ରୁଟି ସଂଶୋଧନ ଯୋଗ୍ୟ ଥିଲା। କିନ୍ତୁ ସଂଶୋଧନ ପାଇଁ ସୁଯୋଗ ନ ଦେଇ ପିଟିସନ ଖାରଜ କରାଯାଇଥିଲା। ଏହି ପ୍ରସଙ୍ଗକୁ ପୁଣି ବାଚସ୍ପତିଙ୍କ ନିକଟକୁ ବିଚାର ପାଇଁ ପଠାଯିବା ସଂକ୍ରାନ୍ତରେ ପରବର୍ତ୍ତୀ ତାରିଖରେ ଶୁଣାଣି ହେବ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର୨୯କୁ ଧାର୍ଯ୍ୟ କରାଯାଇଛି।ବିଜେଡି ପକ୍ଷରୁ ବିଧାୟକ ଅରବିନ୍ଦ ମହାପାତ୍ର, ସୌଭିକ ବିଶ୍ବାଳ, ସନାତନ ମହାକୁଡ଼, ସୁବାସିନୀ ଜେନା, ଚକ୍ରମଣି କହଁରଙ୍କ ବିରୋଧରେ ଦାୟର ମାମଲା ଗୁଡ଼ିକର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ବିଜେଡି ମୁଖ୍ୟ ସଚେତକ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ତରଫରୁ ଏ ନେଇ ପୃଥକ୍ ୮ଟି ଆବେଦନ ହାଇକୋର୍ଟରେ ଦାୟର କରାଯାଇଛି। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନ୍ଗୋ, ଆଇନଜୀବୀ ଆଶିଷ କୁମାର ମିଶ୍ର ଓ ସରକାରଙ୍କ ପକ୍ଷରୁ ଏଜିଏ ସର୍ବେଶ୍ବର ବେହେରା ମାମଲା ପରିଚାଳନା କରୁଛନ୍ତି।
Politics: କଂଗ୍ରେସ ଓ ସିଜେପିର ଲକ୍ଷ୍ୟ ଏକ, ମଞ୍ଚ ଅଲଗା; ଚର୍ଚ୍ଚାରେ ରାହୁଲଙ୍କ ରଣନୀତି

1 hour ago
1


