Rajya Sabha Cross-Voting Case: ରାଜ୍ୟସଭା ନିର୍ବାଚନରେ ବିଜେଡି ବିଧାୟକଙ୍କ କ୍ରସଭୋଟିଂ: ହାଇକୋର୍ଟଙ୍କ ଜବାବ ତଲବ

1 hour ago 1
ARTICLE AD BOX

କଟକ:  ଦଳୀୟ ହୁଇପ ନମାନି ରାଜ୍ୟସଭା ନିର୍ବାଚନରେ କ୍ରସ୍‌ଭୋଟିଂ କରିଥିବା ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପ୍ରସଂଗକୁ ନେଇ ହାଇକୋର୍ଟରେ ଦାୟର ଆବେଦନ ଗୁଡ଼ିକର ଆଜି (ମଙ୍ଗଳବାର) ନୂତନ ଖଣ୍ଡପୀଠରେ ଶୁଣାଣି ହୋଇଛି। ପୂର୍ବରୁ ମାମଲା ଶୁଣାଣି କରୁଥିବା ଜ‌ଷ୍ଟିସ ଆର.କେ.ପଟ୍ଟନାୟକ ଆବେଦନ ଗୁଡ଼ିକର ଶୁଣାଣି ଅନ୍ୟ ଖଣ୍ଡପୀଠରେ କରିବା ପାଇଁ କହିଥିଲେ। ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ପରେ ମାମଲା ଗୁଡ଼ିକର ଆଜି ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିଲା। ପୁଣି ବିଧାନସଭା ବାଚସ୍ପତିଙ୍କ ନିକଟକୁ ଏହି ମାମଲା ଶୁଣାଣି ଓ ନିଷ୍ପତ୍ତି ପାଇଁ ପଠାଯିବା ପ୍ରସଂଗରେ ଜବାବ ରଖିବାକୁ ପ୍ରତିପକ୍ଷଙ୍କୁ ହାଇକୋର୍ଟ କହିଛନ୍ତି। 

Rajya Sabha Election: ରାଜ୍ୟସଭା ନିର୍ବାଚନ କ୍ରସ୍‌ଭୋଟିଂ: ହାଇକୋର୍ଟରେ ପହଞ୍ଚିଲା, ବାଚସ୍ପତିଙ୍କ ନିର୍ଦ୍ଦେଶକୁ ବିଜେଡିର ଚ୍ୟାଲେଞ୍ଜ, ୮ଟି ପିଟିସନ୍‌ ଦାୟର
ଆଜି ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଦଳର ହୁଇପ୍‌ ମାନି ନଥିବା ଓ ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ଥିବା ଅଭିଯୋଗ ଆଣି ୮ଜଣ ବିଧାୟକଙ୍କ ବିରୋଧରେ ବାଚସ୍ପତିଙ୍କ ନିକଟରେ ବିଜେଡି ଦାଖଲ କରିଥିବା ପିଟିସନ୍‌କୁ ବିନା ଶୁଣାଣିରେ ଖାରଜ କରାଯାଇଥିଲା। ବିଷୟବସ୍ତୁ, ତଥ୍ୟ ପ୍ରମାଣ କିମ୍ବା ଯୁକ୍ତିକୁ ବିଚାର ନକରି ବୈଷୟିକ ବା ପ୍ରକ୍ରିୟାଗତ କାରଣରୁ ଏପରି ପିଟିସନ ଖାରଜ କରାଯାଇଥିଲା। ଅଭିଯୋଗ ଉପରେ ଉପଯୁକ୍ତ ଭାବେ ଶୁଣାଣି ନକରି, ଆବେଦନକାରୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ନଦେଇ ପିଟିସନ ଖାରଜ କରାଯାଇଥିଲା। ପିଟିସନରେ ଥିବା ତ୍ରୁଟି ସଂଶୋଧନ ଯୋଗ୍ୟଥିଲା। କିନ୍ତୁ ସଂଶୋଧନ ପାଇଁ ସୁଯୋଗ ନଦେଇ ପିଟିସନ ଖାରଜ କରାଯାଇଥିଲା। ଏହି ପ୍ରସଂଗକୁ ପୁଣି ବାଚସ୍ପତିଙ୍କ ନିକଟକୁ ବିଚାର ପାଇଁ ପଠାଯିବା ସଂକ୍ରାନ୍ତରେ ପରବର୍ତ୍ତୀ ତାରିଖରେ ଶୁଣାଣି ହେବ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର୨୯କୁ ଧାର୍ଯ୍ୟ କରାଯାଇଛି। 

Odisha High Court: ରାଜ୍ୟସଭା ନିର୍ବାଚନ କ୍ରସଭୋଟିଂ ପ୍ରସଂଗ ପହଞ୍ଚିଲା ହାଇକୋର୍ଟରେ: ବାଚସ୍ପତିଙ୍କ ନିର୍ଦ୍ଦେଶକୁ ବିଜେଡିର ଚାଲେଞ୍ଜ
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବିଜେଡିରୁ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର, ସନାତନ ମହାକୁଡ଼ଙ୍କ ସମେତ ନବକିଶୋର ମଲ୍ଲିକ, ଦେବୀରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ବାଳ, ରମାକାନ୍ତ ଭୋଇ, ସୁବାସିନୀ ଜେନା, ଚକ୍ରମଣି କହଁରଙ୍କ ସଭ୍ୟପଦ ରଦ୍ଦ ପ୍ରସଂଗ ନେଇ ଦାୟର ପୃଥକ ଆବେଦନ ଗୁଡ଼ିକୁ ଖାରଜ କରି ବିଧାନସଭା ବାଚସ୍ପତି ପ୍ରଦାନ କରିଥିବା ନିର୍ଦ୍ଦେଶ ବିରୋଧରେ ବିଜେଡି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ବିଜେଡି ମୁଖ୍ୟ ସ‌ଚେତକ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ତରଫରୁ ଏ ନେଇ ପୃଥକ ୮ଟି ଆବେଦନ ହାଇକୋର୍ଟରେ ଦାୟର କରାଯାଇଛି।

Odisha High Court: ରାଜ୍ୟସଭା ନିର୍ବାଚନ କ୍ରସଭୋଟିଂ, ବିଧାୟକଙ୍କ ସଭ୍ୟପଦ ରଦ୍ଦ ପ୍ରସଂଗ: ବାଚସ୍ପତିଙ୍କ ଜବାବ ଲୋଡ଼ିଲେ ହାଇକୋର୍ଟ
ବିଜେଡିର ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଦଳର ହୁଇପ୍‌ ମାନି ନଥିବା ଓ ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ଥିବା ଅଭିଯୋଗ ଆଣି ୮ଜଣ ବିଧୟକଙ୍କ ସଭ୍ୟପଦ ରଦ୍ଦ କରିବାକୁ ବାଚସ୍ପତିଙ୍କ ନିକଟରେ ପିଟିସନ୍‌ ଦାଖଲ କରାଯାଇଥିଲା। କିନ୍ତୁ ବୈଷୟିକ ତ୍ରୁଟି ଥିବା ଦର୍ଶାଇ ପିଟିସନ ଖାରଜ କରାଯାଇଥିଲା। ଖାରଜ ନିର୍ଦ୍ଦେଶ ସଂପର୍କିତ ଓଡ଼ିଶା ବିଧାନସଭା ସଚିବାଳୟର ୨୦୨୬, ଜୁନ ୧୯ର ବିଜ୍ଞପ୍ତିକୁ ରଦ୍ଦ କରାଯାଉ ବୋଲି ଆବେଦନରେ ନିବେଦନ କରାଯାଇଛି। ଏଥି ସହିତ ଏହି ପ୍ରସଂଗରେ ବିଧାନସଭା ବାଚସ୍ପତି ସାନି ଶୁଣାଣି କରିବା ଉଚିତ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନ୍‌ଗୋ, ଆଇନଜୀବୀ ଆଶିଷ କୁମାର ମିଶ୍ର ଓ ସରକାରଙ୍କ ପକ୍ଷରୁ ଏଜିଏ ସର୍ବେଶ୍ବର ବେହେରା ମାମଲା ପରିଚାଳନା କରୁଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.