ARTICLE AD BOX
ଟୋଙ୍କ: ସ୍ୱାଧୀନତା ଦିବସ ପୂର୍ବରୁ ଏକ ବଡ଼ ସୁରକ୍ଷା ଅଭିଯାନ ଅନ୍ତର୍ଗତ ରାଜସ୍ଥାନର ଅପରାଧ ତଦନ୍ତ ବିଭାଗ (ସିଆଇଡି)ର ସ୍ୱତନ୍ତ୍ର ଶାଖା ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ (ଜେଇଏମ୍) ସହିତ ସମ୍ପର୍କ ଥିବା ଅଭିଯୋଗରେ ଟୋଙ୍କ ଜିଲ୍ଲାରୁ ଦୁଇଜଣଙ୍କୁ ଗିରଫ କରିଛି। ବସିତ ଓ ବୁରହାନ ନାମକ ଦୁଇ ଅଭିଯୁକ୍ତଙ୍କୁ ଦୁଇ ଦିନ ଧରି ପୃଥକ୍ ପୃଥକ୍ ଅପରେସନରେ ଅଟକ ରଖାଯାଇଥିଲା। ଗିରଫଦାରୀ ପରେ ଅଧିକ ତଦନ୍ତ ଓ ପଚରାଉଚରା ପାଇଁ ଉଭୟଙ୍କୁ ରାଜସ୍ଥାନ ଆତଙ୍କବାଦ ନିରୋଧୀ ସ୍କ୍ବାଡ (ଏଟିଏସ୍)କୁ ହସ୍ତାନ୍ତର କରାଯାଇଛି।
ଅଧିକାରୀଙ୍କ ଅନୁଯାୟୀ, ବସିତଙ୍କୁ ଟୋଙ୍କ କୋଟୱାଲି ପୁଲିସ ଷ୍ଟେସନ ଅଧୀନରେ ଥିବା ଧନନାତାଲାଇ ଅଞ୍ଚଳରୁ ଉଠାଇ ନିଆଯାଇଥିଲା। ପରିବାର ସଦସ୍ୟମାନେ କହିଛନ୍ତି ଯେ, ସାଦା ପୋଷାକ ପିନ୍ଧିଥିବା ସିଆଇଡି ଅଧିକାରୀଙ୍କ ଏକ ଦଳ ସେମାନଙ୍କ ଘରେ ପହଞ୍ଚି ବସିତ୍ଙ୍କୁ ଅଟକ ରଖିଥିଲେ। ସେହି ଅଞ୍ଚଳରେ ଏକ ଢାବା ଚଳାଉଥିବା ବସିତ୍ଙ୍କ ବାପା ସେତେବେଳେ ବାହାରେ ଥିଲେ। ବସିତ୍ଙ୍କୁ ଅଟକ ରଖିବା ପରେ ତାଙ୍କ ଘରେ ତଲାସି ନିଆଯାଇଥିଲା। ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ଅଧିକାରୀ ଏଟିଏମ୍ କାର୍ଡ଼, ପାସ୍ବୁକ୍ ଓ ଇଲେକ୍ଟ୍ରିକ୍ ସ୍କୁଟରର ପାର୍ଟ ଜବତ କରିଥିଲେ। ତଦନ୍ତ ସହିତ ଏହିସବୁ ଜବତ ସାମଗ୍ରୀର ଲିଙ୍କ୍ ସମ୍ପର୍କରେ କିଛି କୁହାଯାଇନାହିଁ।
ଆହୁରି ପଢନ୍ତୁ: Highcourt: ଓଡ଼ିଶା ହାଇକୋର୍ଟର ଦୁଇ ଜଜ୍ଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମର ସୁପାରିସ
ଦ୍ବିତୀୟ ଅଭିଯୁକ୍ତ ବୁରହାନ୍କୁ ଶନିବାର ଟୋଙ୍କ ଅଞ୍ଚଳରୁ ଗିରଫ କରାଯାଇଥିଲା। ସୁରକ୍ଷା ଏଜେନ୍ସିଗୁଡ଼ିକ ସନ୍ଦେହ କରୁଛନ୍ତି ଯେ, ଉଭୟ ବ୍ୟକ୍ତିଙ୍କର ପାକିସ୍ତାନ-ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ସହିତ ସମ୍ପର୍କ ଥିଲା। ତେବେ ଅଧିକାରୀମାନେ ଅଭିଯୋଗ ସମ୍ପର୍କରେ ଅଧିକ ବିବରଣୀ ପ୍ରକାଶ କରିନାହାନ୍ତି।

1 hour ago
2


