ARTICLE AD BOX
ଭୁବନେଶ୍ବର: ପୁଣି ଦାଉ ସାଧିଛି ଭଙ୍ଗା ଓ ଅଧାଗଢ଼ା ନାଳ। ଅସରାଏ ବର୍ଷାରେ ଉବୁଟୁବୁ ହେଉଛି ରାସ୍ତାଘାଟ। ରାଜପଥ ଉପରେ ଲହଡ଼ି ମାରିଛି ନାଳପାଣି ମିଶା ବର୍ଷା ପାଣି। ଯାହା କେବଳ ଯାତାୟାତକୁ ପ୍ରଭାବିତ କରିନି, ଅସମ୍ଭାଳ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରିଛି। ଲକ୍ଷ୍ମୀସାଗର, ବମିଖାଲରୁ ରସୁଲଗଡ଼ ପାର ହେବାକୁ ଘଣ୍ଟା ଘଣ୍ଟା ଲାଗିଯାଇଛି। ଆଜି ଏଭଳି କିଛି ଯନ୍ତ୍ରଣା ଦେଇଛି ବମିଖାଲ ଓ ଲକ୍ଷ୍ମୀସାଗର ରାସ୍ତାର ଜଳାର୍ଣ୍ଣବ ସ୍ଥିତି। କେବଳ ଏହି ଅଞ୍ଚଳ ନୁହେଁ, ରାଜଧାନୀର ଅନେକ ଅଞ୍ଚଳର ରାସ୍ତାରେ ବି ବର୍ଷା ଓ ନାଳ ପାଣିର ସୁଅ ଛୁଟିଛି। ଏହା ରାଜଧାନୀ ଭୁବନେଶ୍ବରର ଡ୍ରେନେଜ୍ ଅବ୍ୟବସ୍ଥାକୁ ଧରା ପକାଇଦେଇଛି। ଆଜି ଦିନସାରା ପାଗ ମେଘୁଆ ଥିଲେ ବି ବର୍ଷା ହୋଇ ନଥିଲା। ସଂଧ୍ୟା ପ୍ରାୟ ୬ଟାରେ ହଠାତ୍ ବର୍ଷା ଛେଚିଥିଲା।
Scam: ପଟ୍ଟନାୟକ ବନ୍ଧ ଦୁର୍ନୀତି ପଦାରେ ପଡ଼ିବା ପରେ ଅନ୍ୟ ପ୍ରକଳ୍ପକୁ ନେଇ ଚର୍ଚ୍ଚା
ରାସ୍ତାରେ ଲହଡ଼ି ମାରିଲା ନାଳପାଣି
ଭାସିଲା ବ୍ୟାରିକେଡ୍, ଉପୁଡ଼ିଲା ବାଉଁଶ ବାଡ଼
ଅଧାଗଢ଼ା ନାଳ ଦେଉଛି ଦୁର୍ଦ୍ଦଶା
ଟ୍ରାଫିକ୍ରେ ଫସିଲା ଶହ ଶହ ଗାଡ଼ି
ଦେଢ଼ଘଣ୍ଟା ଧରି ବର୍ଷା ଲାଗି ରହିଥିଲା। ଫଳରେ ବମିଖାଲ, ଲକ୍ଷ୍ମୀସାଗର ଛକ ସହ କଟକ ରୋଡ୍ର ଏକାଧିକ ସ୍ଥାନ ଉବୁଟୁବୁ ହୋଇଥିଲା। ରାତିରେ ବର୍ଷା ଛାଡ଼ିଥିଲେ ବି ଘଣ୍ଟାଏର ପ୍ରବଳ ବର୍ଷା ରାଜଧାନୀର ପ୍ରମୁଖ ରାସ୍ତାଘାଟକୁ ବୁଡ଼ାଇଛି। ବମିଖାଲରେ ଆଜି ଦୁଇ ଫୁଟ୍ ଉଚ୍ଚ ପାଣି ଲହଡ଼ି ମାରିଛି। ରାସ୍ତା, ଖାଲଖମା ସବୁକିଛି ସମାନ ହୋଇଯାଇଥିଲା। ନାଳରୁ ଚାଳକ ଓ ପଥଚାରୀଙ୍କୁ ସୁରକ୍ଷା ସୂଚନା ଦେବାକୁ ଘେରାଯାଇଥିବା ବ୍ୟାରିକେଡ୍ ବି ଆଜି ପାଣିରେ ଭାସିଛି। ଅନେକ ଜାଗାରେ ଘେରାଯାଇଥିବା ବାଉଁଶ ବି ଉପୁଡ଼ିଯାଇଛି। ବମିଖାଲ ଓ ଲକ୍ଷ୍ମୀସାଗର ପାର୍ଶ୍ବରୁ ରାସ୍ତା ଦୁଇପାର୍ଶ୍ବ ନାଳ ସଂପ୍ରସାରଣ ଚାଲିଛି। ଗୋଟିଏ ପାର୍ଶ୍ବ ପୂର୍ତ୍ତ ଓ ଅପରପାର୍ଶ୍ବ ବିଏମ୍ସି କରୁଛି। ଏହାକୁ ୧୦ ନମ୍ବର ନାଳରେ ମିଶାଇବାକୁ ଯୋଜନା ହୋଇଛି। ଉଭୟ ପୂର୍ତ୍ତ ବିଭାଗ ଓ ବିଏମ୍ସି ଦ୍ବାରା ନାଳ ନିର୍ମାଣ କାମ ଅଧାପନ୍ତରିଆ ଭାବେ ଥିବାରୁ ବର୍ଷା ଜଳ ନିଷ୍କାସନ ହୋଇ ନପାରି ରାସ୍ତାରେ ଜମା ହୋଇ ରହିଥିଲା। ସେପଟେ ବର୍ଷା ପାଣି ବଢ଼ିବାରୁ ନାଳର ଆବର୍ଜନା ପାଣି ବି ଏହା ସହ ମିଶି ରାସ୍ତାରେ ଭାସିଥିଲା। ରସୁଲଗଡ଼ରୁ ବମିଖାଲ ପର୍ଯ୍ୟନ୍ତ ସଂପୂର୍ଣ୍ଣ ରାସ୍ତା ଜଳାର୍ଣ୍ଣବ ହୋଇଯାଇଥିଲା। ସମାନ ସ୍ଥିତି ଲକ୍ଷ୍ମୀସାଗରରେ ଦେଖିବାକୁ ମିଳିଥିଲା। ବହୁ ସମୟ ଧରି ଏହି ପାଣି ଜମି ରହିବା ସହ ଲୋକଙ୍କୁ କଲବଲ କରିଥିଲା।
LAC: ଭାରତ-ଚୀନ୍ ମଧ୍ୟରେ ଏଲ୍ଏସି ସ୍ଥିତିର ସମୀକ୍ଷା; ସୀମା ପରିଚାଳନା ଓ ସହଯୋଗ ଉପରେ ଆଲୋଚନା

1 week ago
4


