Raiganj Rape Murder: ବଞ୍ଚିବା ପାଇଁ ପୁଲିସକୁ ଗୁଳି କରିଥିଲା ଦୁଷ୍କର୍ମକାରୀ: ଏନକାଉଣ୍ଟରରେ ଗଲା ଜୀବନ

3 days ago 4
ARTICLE AD BOX

ରାୟଗଞ୍ଜ: ପଶ୍ଚିମବଙ୍ଗର ରାୟଗଞ୍ଜରେ  ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୁକ୍ତର ପୁଲିସ ଏନ୍‌କାଉଣ୍ଟରରେ ମୃତ୍ୟୁ ହୋଇଛି। ମୃତ ଅଭିଯୁକ୍ତର ନାମ ଦିଲୀପ ରାୟ। ତାକୁ ଧରିବାକୁ ଯାଇଥିବା ପୁଲିସ ଟିମ୍‌ ଉପରକୁ ସେ ଗୁଳି ଚଳାଇଥିଲା। ଏହାର ଜବାବରେ ପୁଲିସ ମଧ୍ୟ ଗୁଳି ଚଳାଇଥିଲା। ପୁଲିସ ଗୁଳିରେ ଦିଲୀପର ମୃତ୍ୟୁ ହୋଇଛି। 

ପୁଲିସକୁ  ଦେଖି ଗୁଳି ଚଳାଇଥିଲା ଅଭିଯୁକ୍ତ

ସୂଚନାଯୋଗ୍ୟ,  ପୁଲିସ ଟିମ୍‌ ଭୋର ପ୍ରାୟ ୩ଟା ୩୦ରେ ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲା। ପୁଲିସକୁ ଦେଖି ଅଭିଯୁକ୍ତ ଦିଲୀପ ରାୟ ଗୁଳି ଚଳାଇଥିଲା। ଏହାପରେ ପୁଲିସ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚଳାଇଥିଲା। ଏଥିରେ ଦିଲୀପ ଆହତ ହୋଇଥିଲା। ତାକୁ ତୁରନ୍ତ ରାୟଗଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ନଭେମ୍ବର ୬ ତାରିଖରେ କୁଲିକ୍‌ ନଦୀ ନିକଟ ଏକ ଜଙ୍ଗଲରୁ ନାବାଳିକାଙ୍କ କ୍ଷତବିକ୍ଷତ ଓ ପଚାସଢ଼ା ମୃତଦେହ ଉଦ୍ଧାର ହୋଇଥିଲା। ମୃତଦେହରେ ପୋଷାକ ନଥିଲା। ଏହାପରଠାରୁ ପୁଲିସ ଗତ ୪ ଦିନ ଧରି ଅଭିଯୁକ୍ତ ଦିଲୀପକୁ ଖୋଜୁଥିଲା।ଦିଲୀପ ରାୟ ବିହାର ସୀମା ଦେଇ ପଶ୍ଚିମବଙ୍ଗରୁ ଫେରାର ହେବାକୁ ଯୋଜନା କରୁଥିଲା।

ପରିବାର ଲୋକଙ୍କ କହିବା ଅନୁସାରେ, ୧୨ ବର୍ଷୀୟା ନାବାଳିକା ନଭେମ୍ବର ୩ ତାରିଖ ଅପରାହ୍ନରେ ସାଇକେଲ ଯୋଗେ ଘରକୁ ଫେରୁଥିଲା। ଏହାପରେ ସେ ନିଖୋଜ ହୋଇଯାଇଥିଲା। ଦୁଇ ଦିନ ପରେ କୁଲିକ୍‌ ନଦୀ ନିକଟ ଜଙ୍ଗଲରୁ ତାର ମୃତଦେହ ମିଳିଥିଲା। ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା।

ନଭେମ୍ବର ୨୮ରେ ଓଡ଼ିଶା ଆସିବେ ଅମିତ ଶାହ, ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ସମ୍ଭାବନା

Read Entire Article
LEFT SIDEBAR AD

Hidden in mobile, Best for skyscrapers.