ARTICLE AD BOX
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରତିକ୍ରିୟା ରଖି ସରକାରକୁ ହଟାଇବା ସମୟ ଆସିଯାଇଛି ବୋଲି କହିଛନ୍ତି। ଗଣତନ୍ତ୍ର, ସମ୍ବିଧାନ ଏବଂ ସେମାନଙ୍କ ଭବିଷ୍ୟତର ସୁରକ୍ଷା ପାଇଁ ଯେଉଁମାନେ ଲଢ଼େଇ କରୁଛନ୍ତି ସେମାନଙ୍କୁ ରାହୁଲ ଅଭିନନ୍ଦନ ଜଣାଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦେଶର ଦେଶର ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବା ଦିଗରେ ବହୁତ ବଡ଼ ପଦକ୍ଷେପ। ଦେଶର ଛାତ୍ରମାନଙ୍କୁ ଶୁଭକାମନା। ଆମେ ତୁମମାନଙ୍କ ପାଇଁ ଗର୍ବିତ ବୋଲି ରାହୁଲ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ୍ କରିଛନ୍ତି।
ଆହୁରି ପଢନ୍ତୁ: EPFO: ଖାତାରେ ଜମା ହେଲା ଇପିଏଫ୍ ସୁଧ
ତେବେ ଏବେ ଆହୁରି ଦୁଇଟି ଦାବି ରହିଛି। ତାହା ହେଲା ଛାତ୍ର ଓ ଭାରତର ଭବିଷ୍ୟତକୁ ସମ୍ମାନ ଜଣାଇ ପ୍ରଧାନମନ୍ତ୍ରୀଙ୍କ କ୍ଷମାପାର୍ଥନା ଏବଂ ଛାତ୍ରଙ୍କ ପ୍ରତି ହିଂସା ଆଚରଣ କରିଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ସମାଜର ଅନ୍ୟ ବର୍ଗ ଯଥା ଚାଷୀ, ଶ୍ରମିକ, ଗରିବ, ପ୍ରତ୍ୟେକ ବ୍ୟକ୍ତି ଯେଉଁମାନଙ୍କୁ ଏହି ସରକାର ଦମନ କରିଛି ଏବଂ ଚାପି ଦେଇଛି ସେମାନଙ୍କ ପାଇଁ ପ୍ରକୃତ ସାହସ ହେଉଛି ନିଜ ସମ୍ମାନ ପାଇଁ ସାମ୍ବିଧାନିକ ଉପାୟରେ ଦୃଢ଼ ଭାବରେ ଠିଆ ହେବା। ଏହି ସରକାରଙ୍କୁ ହଟାଇବାର ସମୟ ଆସିଛି। ଭୟ କରନାହିଁ ବୋଲି ସେ କହିଛନ୍ତି। ରାହୁଲ ଆଜି ତାଙ୍କ ୧୦ ଜନପଥ ବାସଭବନରେ ଆନ୍ଦୋଳନରତ କିଛି ଛାତ୍ରଙ୍କୁ ଭେଟିଛନ୍ତି।

1 hour ago
2


