ARTICLE AD BOX
ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ କଡ଼ାକଡ଼ି। ଜଣେ ହାଇ-ପ୍ରୋଫାଇଲ୍ ନେତା ଭାବରେ ତାଙ୍କର ନିରାପତ୍ତା ପାଇଁ ପ୍ରତିଦିନ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ ହୋଇଥାଏ। ତେବେ ତାଙ୍କ ସୁରକ୍ଷାରେ ଦୈନିକ କେତେ ଟଙ୍କା ଖର୍ଚ୍ଚ ହୁଏ, ଆସନ୍ତୁ ଜାଣିବା।
ଦୈନିକ ୧.୫ ଲକ୍ଷ ଟଙ୍କା ଖର୍ଚ୍ଚ
ରାହୁଲ ଗାନ୍ଧୀଙ୍କୁ ଦେଶର ସର୍ବୋଚ୍ଚ 'ଜେଡ୍-ପ୍ଲସ୍' (Z+) ଶ୍ରେଣୀ ସହିତ 'ଆଡ୍ଭାନ୍ସ ସିକ୍ୟୁରିଟି ଲାଇଜନ୍' (ASL) ସୁରକ୍ଷା ବଳୟ ମିଳିଛି। ସୁରକ୍ଷା ଏଜେନ୍ସି ଓ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ପାଇଁ ପ୍ରତିଦିନ ପ୍ରାୟ ୧.୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ମାସିକ ହିସାବରେ ଏହି ରାଶି ପ୍ରାୟ ୫୦ ଲକ୍ଷ ଟଙ୍କାରେ ପହଞ୍ଚିଥାଏ। ତେବେ ସୁରକ୍ଷା କାରଣରୁ ସରକାରୀ ଭାବେ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନିରାପତ୍ତା ଖର୍ଚ୍ଚର ସଠିକ୍ ତଥ୍ୟ ସାର୍ବଜନୀନ କରାଯାଏ ନାହିଁ।
ଆହୁରି ପଢନ୍ତୁ: Bus Attack: ସିରିୟାରେ ଯାତ୍ରୀବାହୀ ବସ୍ ଉପରେ ଆଖିବୁଜା ଗୁଳିମାଡ଼: ୭ ମୃତ
୫୫ ଜଣ ଯବାନ୍ ଓ ବ୍ଲାକ୍ କ୍ୟାଟ୍ କମାଣ୍ଡୋ
ରାହୁଲ ଗାନ୍ଧୀଙ୍କ ୨୪ ଘଣ୍ଟିଆ ସୁରକ୍ଷା ଦାୟିତ୍ୱ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (CRPF) ହାତରେ ରହିଛି। ଏହି ଜେଡ୍-ପ୍ଲସ୍ ସୁରକ୍ଷାରେ ପ୍ରାୟ ୫୫ ଜଣ ଉଚ୍ଚ ତାଲିମପ୍ରାପ୍ତ ଯବାନ୍ ଏବଂ ବ୍ଲାକ୍ କ୍ୟାଟ୍ ଶୈଳୀର କମାଣ୍ଡୋ ନିୟୋଜିତ ଅଛନ୍ତି। ସେମାନଙ୍କ ପାଖରେ ଅତ୍ୟାଧୁନିକ ମାରାତ୍ମକ ଅସ୍ତ୍ରଶସ୍ତ୍ର ଓ ହାଇ-ଟେକ୍ ସଂଯୋଗ ଉପକରଣ ରହିଥାଏ। ତିନୋଟି ଶିଫ୍ଟରେ ଯବାନମାନେ ନିୟୋଜିତ ହୋଇଥାନ୍ତି। ତାଙ୍କ ଗସ୍ତ ସମୟରେ ବୁଲେଟ୍ପ୍ରୁଫ୍ କାର୍ ସହ ଆଗରେ ଓ ପଛରେ ଏସ୍କର୍ଟ ଗାଡ଼ିର କାରକେଡ଼ ଚାଲିଥାଏ।
ଆହୁରି ପଢନ୍ତୁ: UNHRC: କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ନୁହେଁ: ୟୁଏନଏଚଆରସିରେ ବିଷ ଉଗାରିଲା ପାକିସ୍ତାନ
Advance Security Liaison (ASL) କ’ଣ?
ଜେଡ୍-ପ୍ଲସ୍ ସହ ମିଳୁଥିବା ଏହି ASL ସୁବିଧା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରାହୁଲ ଗାନ୍ଧୀ ଦେଶର ଯେକୌଣସି ସ୍ଥାନକୁ ଗ୍ରସ୍ତ କରିବା ପୂର୍ବରୁ ASL ଟିମ୍ ସେଠାରେ ପହଞ୍ଚି ସଭାସ୍ଥଳ, ରହଣି ସ୍ଥଳ ଏବଂ ଯାତାୟାତ ରାସ୍ତାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥାନ୍ତି। ସ୍ଥାନୀୟ ପୋଲିସ ସହ ମିଶି ସମ୍ପୂର୍ଣ୍ଣ ରୁଟ୍କୁ ସାନିଟାଇଜ୍ କରାଯାଇଥାଏ। କୌଣସି ନେତାଙ୍କୁ ସୁରକ୍ଷା ଦେବା ପୂର୍ବରୁ ଗୋଇନ୍ଦା ବିଭାଗ (IB) ଏବଂ ରାଜ୍ୟ CID ଟିମ୍ ବିପଦର ଆକଳନ କରି ଗୃହ ମନ୍ତ୍ରଣାଳୟକୁ ଗୋପନୀୟ ରିପୋର୍ଟ ପଠାନ୍ତି। ସଂଶ୍ଳିଷ୍ଟ ବ୍ୟକ୍ତିଙ୍କ ପ୍ରତି ଥିବା ବିପଦକୁ ଆଧାର କରି ଗୃହ ମନ୍ତ୍ରଣାଳୟର କମିଟି ସୁରକ୍ଷା ସ୍ତର ନିର୍ଦ୍ଧାରଣ କରନ୍ତି।

47 minutes ago
1


