Radio Choklate: ରେଡିଓ ଚକ୍‌ଲେଟ୍‌ ‘ଚକ୍‌ଧୁମ୍‌’ର ଶେଷ ସନ୍ଧ୍ୟା: ନୃତ୍ୟ ବଖାଣିଲା ସ୍ବାଧୀନତା ସଂଗ୍ରାମର ଗାଥା

6 hours ago 2
ARTICLE AD BOX

ଭୁବନେଶ୍ୱର: ନୃତ୍ୟରେ ଫୁଟିଉଠୁଥିଲା ସ୍ବାଧୀନତା ସଂଗ୍ରାମର ଗାଥା। ମଞ୍ଚ ଉପରେ ନୃତ୍ୟଶିଳ୍ପୀମାନଙ୍କ ଦ୍ବାରା ପରିବେଷିତ ଇଂରେଜ ଶାସନ ବିରୋଧରେ ଉତ୍କଳ ସେନାନୀର ଯୁଦ୍ଧ ଓ ବଳିଦାନର ଦୃଶ୍ୟ ମଞ୍ଚ ତଳେ ଦର୍ଶକଙ୍କ ଭିତରେ ଶିହରଣ ଖେଳାଉଥିଲା। ନୃତ୍ୟଶିଳ୍ପୀମାନଙ୍କ ନିଖୁଣ ନୃତ୍ୟାଭିନୟ ଦର୍ଶକଙ୍କୁ ଦେଶପ୍ରେମରେ ଉଦ୍‌ଭୁତ କରୁଥିଲା। ଅବସର ଥିଲା ଏସ୍‌ପ୍ଲାନେଡ୍‌ ମଲ୍‌ରେ ରେଡିଓ ଚକ୍‌ଲେଟ୍‌ର ନିଆରା କାର୍ଯ୍ୟକ୍ରମ ‘ଚକ୍‌ଧୁମ୍‌’ର ଅନ୍ତିମ ସଂନ୍ଧ୍ୟା। ପ୍ରାରମ୍ଭରେ ନୃତ୍ୟଶିଳ୍ପୀମାନେ ସତ୍ୟ, ତ୍ରେତୟା ଓ ଦ୍ୱାପର ଯୁଗରେ ଭଗବାନଙ୍କ ଲୀଳା ଓ ଭକ୍ତଙ୍କ କାହାଣୀ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମର ବିଭିନ୍ନ ପର୍ଯ୍ୟାୟରେ ନୃତ୍ୟରେ ଭକ୍ତିରସ ଓ ସ୍ବାଧୀନତା ସଂଗ୍ରାମର ଝଲକ ଦର୍ଶକମାନଙ୍କୁ ଯେତିକି ସ୍ବତନ୍ତ୍ର ଅନୁଭବ ଦେଇଥିଲା, ଆଧୁନିକ ସଙ୍ଗୀତରେ ନୃତ୍ୟ ସେତିକି ବିଭୋର କରିଥିଲା। 

Horoscope 2026 September 15: ଜାଣନ୍ତୁ ଆଜିର ରାଶିଫଳ...

ଏହି ଅବସରରେ ଦୁଇଦିନ ଧରି ଆୟୋଜିତ ହୋଇଯାଇଥିବା ଆନ୍ତଃବିଦ୍ୟାଳୟ ପ୍ରତିଯୋଗିତାର ସିନିୟର ଓ ଜୁନିୟର ପ୍ରିଲିମ୍‌ ରାଉଣ୍ଡରେ ୫ଟି ବିଦ୍ୟାଳୟ ବିଜୟୀ ହୋଇଥିଲା। ଆଜି ଅନ୍ତିମ ସନ୍ଧ୍ୟାରେ ସେହି ବିଦ୍ୟାଳୟମାନଙ୍କ ମଧ୍ୟରୁ ଶ୍ରେଷ୍ଠ ତିନି ବିଦ୍ୟାଳୟକୁ ପୁରସ୍କୃତ କରାଯାଇଥିଲା। ଜୁନିୟର ବର୍ଗରେ ୟୁନିଟ୍‌ ୮ ଡିଏଭି ପବ୍ଲିକ ସ୍କୁଲ, ବିଜେଇଏମ-୨ ଓ ରସୁଲଗଡ଼ ଭେଙ୍କେଟେଶ୍ୱର ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଦଖଲ କରିଥିଲେ। ସେହିପରି ସିନିୟର ବର୍ଗରେ ପଟିଆ ଓଡିଏମ୍‌ ସ୍କୁଲ, ବିଜେଇଏମ୍‌-୨ ଓ ୟୁନିଟ୍‌ ୮ ଡିଏଭି ପବ୍ଲିକ ସ୍କୁଲ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅକ୍ତିଆର କରି ପୁରସ୍କୃତ ହୋଇଥିଲେ। ବିଚାରକ ଭାବେ ନୃତ୍ୟ ଗୁରୁ ଗୌରୀଶଙ୍କର ଦାଶ ଓ ଅଭିନେତ୍ରୀ ଜୟା ବିଶ୍ୱାସ ଯୋଗ ଦେଇଥିଲେ।

Bombing: ସାହି ଝଗଡାରୁ ବୋମା ମାଡ: ଦାସ ସାହି ଦାଣ୍ଡରେ ଫୁଟିଲା ବୋମା

ପୁରସ୍କାର ବିତରଣୀ ଉତ୍ସବରେ ‘ସମ୍ୱାଦ’ ଓ ‘କନକନ୍ୟୁଜ୍‌’ର ସମ୍ପାଦକ ତନୟା ପଟ୍ଟନାୟକ, ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ, ହାଇଟେକ୍‌ ଗ୍ରୁପ୍‌ର ନିର୍ଦ୍ଦେଶକ ଅନୀଲ କୁମାର ପାଣିଗ୍ରାହୀ ଅତିଥିଭାବେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ‘ସମ୍ୱାଦ’ ଓ ‘କନକନ୍ୟୁଜ୍‌’ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ, ରେଡିଓ ଚକ୍‌ଲେଟ୍‌ର ପ୍ରୋଗ୍ରାମିଂ ମୁଖ୍ୟ ସଂଗ୍ରାମ ମିଶ୍ର, ‘ରେଡିଓ ଚକ୍‌ଲେଟ୍‌’ ଓ ‘କନକନ୍ୟୁଜ୍‌’ର ଜିଏମ୍‌( ସେଲସ୍‌ ଆଣ୍ଡ ମାର୍କେଟିଂ) କଲ୍ୟାଣେନ୍ଦୁ ନାୟକ, ‘ରେଡିଓ ଚକ୍‌ଲେଟ୍‌’ ଓ ‘କନକନ୍ୟୁଜ୍‌’ର ସେଲସ୍‌ ଆଣ୍ଡ ମାର୍କେଟିଂ ରାଜ୍ୟ ମୁଖ୍ୟ ପ୍ରଶାନ୍ତ କୁମାର ମାଲୁ, ମାଲାବାର ଗୋଲଡ୍‌ ଆଣ୍ଡ ଡାଇମଣ୍ଡର ଓଡ଼ିଶା ମାର୍କେଟିଂ ମୁଖ୍ୟ ସିଦ୍ଧେଶ୍ୱର ରଥ, ସହିଦନଗର ଷ୍ଟୋର୍‌ ମ୍ୟାନେଜର ଚନ୍ଦନ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମାଲାବାର ଓ ସିନ୍ଥୋଲ କାଇନେଟିକ୍‌ ପକ୍ଷରୁ ଆୟୋଜିତ ଲକି ଡ୍ର ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଆର୍‌ଜେ ସୋନାଲି ଓ ଆର୍‌ଜେ ମହେଶ ମଞ୍ଚ ପରିଚାଳନା କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.