Rabi in love: ପରଦେଶୀ ନାୟିକାଙ୍କ ପ୍ରେମରେ ରବି

1 day ago 2
ARTICLE AD BOX

ଅଶୀ ଓ ନବେ ଦଶକରେ ସଫଳ ଚଳଚ୍ଚିତ୍ର ଭେଟି ଦେଇ ଦର୍ଶକଙ୍କ ମନ ଜିଣିଥିଲେ ନିର୍ଦ୍ଦେଶକ ରବି କିନ୍ନାଗୀ। ରବି କିନ୍ନାଗୀ ୧୯୮୬ରେ ‘ମାନିନୀ’ ଜରିଆରେ ସ୍ବାଧୀନ ନିର୍ଦ୍ଦେଶକ ହେବାର ସୌଭାଗ୍ୟ ଲାଭ କରିଥିଲେ। ୨୦୦୪ରେ ମୁକ୍ତିପ୍ରାପ୍ତ ‘ସୁନାଶଙ୍ଖାଳି’ ଥିଲା ତାଙ୍କର ଶେଷ ଓଡ଼ିଆ ସିନେମା। ସେ ଏବେ ପ୍ରଶାନ୍ତ ନନ୍ଦଙ୍କ ସହଯୋଗୀ ଭାବେ ବହୁପ୍ରତୀକ୍ଷିତ ପ୍ୟାନ୍-ଇଣ୍ଡିଆ ଫିଲ୍ମ ‘ହେ ଜଗନ୍ନାଥ’ରେ କାମ କରୁଛନ୍ତି। ତେବେ ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ସିନେମାର ବଡ଼ ବିଶେଷତ୍ବ ହେଲା, ସବୁ ଓଡ଼ିଆ ଛବିରେ ସେ ଅଣଓଡ଼ିଆ ନାୟିକାଙ୍କୁ ସୁଯୋଗ ଦେଇଛନ୍ତି।

ଶିବଶଙ୍କର ଓଝା

‘ଫୁଲଚନ୍ଦନ’ର ଅପାର ସଫଳତା ପରେ ପ୍ରଯୋଜକ ବଟକୃଷ୍ଣ ନାୟକ ନିର୍ମାଣ କଲେ ‘ମାନିନୀ’ ଏବଂ ରବି କିନ୍ନାଗୀଙ୍କୁ ନିର୍ଦ୍ଦେଶକ ଭାବେ ସୁଯୋଗ ଦେଲେ। ଏଥିରେ ଶ୍ରୀରାମ ପଣ୍ଡା ନାୟକ ଭୂମିକାରେ ଅଭିନୟ କରିଥିବା ବେଳେ ତାଙ୍କ ବିପକ୍ଷରେ ନାୟିକା ହେଲେ ପ୍ରଖ୍ୟାତ ବଲିଉଡ୍‌ ଅଭିନେତ୍ରୀ ରାମେଶ୍ବରୀ। ସଂଯୋଗବଶତଃ ଏହା ଥିଲା ରାମେଶ୍ବରୀଙ୍କ ପ୍ରଥମ ଓଡ଼ିଆ ଛବି। ‘ମାନିନୀ’ ସୁପରହିଟ୍ ହୋଇଥିଲା। ଅବଶ୍ୟ ଏହାପରେ ରାମେଶ୍ବରୀଙ୍କୁ କୌଣସି ଓଡ଼ିଆ ଛବିରେ ନାୟିକା ଭାବେ ଦେଖିବାକୁ ମିଳି ନଥିଲା। ତେବେ ଅର୍ଜୁନ (୨୦୦୫)ରେ ଅନୁଭବଙ୍କ ମା ଭୂମିକାରେ ତାଙ୍କୁ ଦେଖିବାକୁ ମିଳିଥିଲା।

Landslides: ଭୂସ୍ଖଳନ, ସୁରକ୍ଷା ପାଚେରୀ ଭାଙ୍ଗିବା ପରେ କଳିଙ୍ଗା ଘାଟି ବଢ଼ାଇଲା ଚିନ୍ତା

ସେହିପରି ରବି କିନ୍ନାଗୀ ତାଙ୍କର ଦ୍ବିତୀୟ ଓଡ଼ିଆ ଛବି ‘ସୁନାଚଢ଼େଇ’ (୧୯୮୮)‌େର ଆଉଜଣେ ନାଅଁାକରା ବଲିଉଡ୍‌ ଅଭିନେତ୍ରୀ ଅର୍ଚ୍ଚନା ଜୋଗଲେକରଙ୍କୁ ଓଡ଼ିଶା ଆଣିଥିଲେ। କେଶବ ରାଉତଙ୍କ ପ୍ରଯୋଜିତ ଏହି ସୁପରହିଟ୍ ଛବିରେ ଉତ୍ତମ ମହାନ୍ତିଙ୍କ ବିପକ୍ଷରେ ନଜର ଆସିଥିଲେ ଅର୍ଚ୍ଚନା। ପରେ ରବି କିନ୍ନାଗୀ ପୁଣି ତାଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ‘ସ୍ତ୍ରୀ’ରେ ଅର୍ଚ୍ଚନାଙ୍କୁ ମୁଖ୍ୟ ଭୂମିକାରେ ନେଇଥିଲେ। ଜ୍ଞାନ ପଟ୍ଟନାୟକଙ୍କ ପ୍ରଯୋଜିତ ତଥା ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ‘ଆମ ଘର ଆମ ସଂସାର’ରେ ବି ମରାଠୀ ନାୟିକା ପ୍ରଯକ୍ତାଙ୍କୁ ଦେଖିବାକୁ ମିଳିଥିଲା ଉତ୍ତମ ମହାନ୍ତିଙ୍କ ବିପକ୍ଷରେ। ଏହାପରେ କିନ୍ନାଗୀ ତାଙ୍କର ଅନ୍ୟ ଏକ ଚର୍ଚ୍ଚିତ ଓଡ଼ିଆ ଛବି ‘ପରଦେଶୀ ଚଢ଼େଇ’ରେ ଅରମିଣ୍ଟା ନାମ୍ନୀ ଜଣେ ବିଦେଶିନୀଙ୍କୁ ଆଣିଥିଲେ। ଏଥିରେ ସେ ଉତ୍ତମଙ୍କ ନାୟିକା ସାଜିଥିଲେ। ଠିକ୍ ସେହିପରି କେଶବ ରାଉତଙ୍କ ପ୍ରଯୋଜିତ ‘ଭୀଷ୍ମ ପ୍ରତିଜ୍ଞା’ରେ ରବି କିନ୍ନାଗୀ ବଲିଉଡ୍‌ ଅଭିନେତ୍ରୀ ରେଶମ୍ ଟିପନିସ୍‌ଙ୍କୁ ନାୟିକା କରିଥିଲେ।

ଓଲିଉଡ୍‌ର ଲୋକପ୍ରିୟ ବଙ୍ଗୀୟା ନାୟିକା ରଚନା ବାନାର୍ଜୀ ବି ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ‘ଭାଇ ହେଲା ଭଗାରି’, ‘ପବିତ୍ର ବନ୍ଧନ’, ‘କଣ୍ଢେଇ ଆଖିରେ ଲୁହ’ ଓ ‘ସିନ୍ଦୂର ନୁହେଁ ଖେଳଘର’ ଆଦି ସିନେମାରେ ନାୟିକା ଭୂମିକାରେ ନଜର ଆସିଥିଲେ। ଏଥିମଧ୍ୟରୁ କେବଳ ‘ପବିତ୍ର ବନ୍ଧନ’ରେ ତାଙ୍କୁ ମିହିର ଦାସଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ଅନ୍ୟସବୁ ସିନେମାରେ ସିଦ୍ଧାନ୍ତ-ରଚନା ଯୋଡ଼ି ଅଭିନୟରେ ଥିଲେ। ସୁବାସ ରାଉତଙ୍କ ପ୍ରଯୋଜିତ ତଥା ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ସୁପରହିଟ୍ ସିନେମା ‘ସୁନାପଞ୍ଜୁରୀ’ରେ ବି ଏହି ଧାରା ଅତୁଟ ରହିଥିଲା। ସିଦ୍ଧାନ୍ତଙ୍କ ବିପକ୍ଷରେ ଇନ୍ଦିରା କ୍ରିଷ୍ଣନ୍‌ଙ୍କୁ ନିଆ ଯାଇଥିଲା।

Heavy rain: ବାଲିମେଳା ବିଦ୍ୟୁତ କେନ୍ଦ୍ରରୁ ଉତ୍ପାଦନ ବନ୍ଦ; ବିପଦସଙ୍କୁଳ ସ୍ତରରେ ସତୀଗୁଡ଼ା ଜଳଭଣ୍ଡାର

‘ପୁଚୁକି ଗାଲି ଫେସନବାଲି...’ ଗୀତ ତାଙ୍କ ଉପରେ ପିକ୍‌ଚରାଇଜ ହୋଇଥିଲା। ପରେ ଦର୍ଶକ ଇନ୍ଦିରାଙ୍କୁ ସଲମାନ୍ ଖାନ୍‌ଙ୍କ ଅଭିନୀତ ଚର୍ଚ୍ଚିତ ହିନ୍ଦୀ ସିନେମା ‘ତେରେନାମ୍’ରେ ଦେଖିବାକୁ ପାଇଥିଲେ। ଏଯାବତ୍‌ ନିର୍ଦ୍ଦେଶକ ରବି କିନ୍ନାଗୀଙ୍କ ଶେଷ ଓଡ଼ିଆ ଛବି ‘ସୁନାଶଙ୍ଖାଳି’ରେ ନାମୀ ବଙ୍ଗୀୟା ବଲିଉଡ୍‌ ଅଭିନେତ୍ରୀ ସ୍ବସ୍ତିକା ମୁଖାର୍ଜଙ୍କୁ ଦେଖିବାକୁ ମିଳିଥିଲା। ତାଙ୍କୁ ପରେ ‘ଲଭ୍‌ ଅଲ୍’, ‘ଲଭ୍‌ ସେକ୍‌ସ ଔ‌ର୍ ଧୋକା ଟୁ’ ଓ ‘ମମ୍ବାଇ କଟିଂ’ ଆଦି ହିନ୍ଦୀ ସିନେମାରେ ଦେଖିବାକୁ ପାଇଥିଲେ ଦର୍ଶକ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.